No Result
View All Result
ଓଡ଼ିଶା ତାଜା ନ୍ୟୁଜ (୫ ଅଗଷ୍ଟ ଗୁରୁବାର) ବାଙ୍କୀ :-ଆଜି ବାଙ୍କୀ ନଗର ବିଜେପି କାର୍ଯ୍ୟକାରୀ କମିଟି ବୈଠକ ଆଦିମାତା ଛକ ସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ନଗର ବିଜେପି ସଭାପତି ସଂଜୟ ରଣା ଅଧ୍ୟକ୍ଷତା କରିଥିଲେ । କଟକ ଜିଲ୍ଲା ବିଜେପି ସଭାପତି ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା, ବିଜେପି ସାଧାରଣ ସଂପାଦକ ଆଲୋକ ମହାନ୍ତି, କଟକ ଜିଲ୍ଲା ବିଜେପି ମହିଳା ସଭାନେତ୍ରୀ ଯାଜ୍ଞସିନୀ ଜେନା, ରାଷ୍ଟ୍ରୀୟ ବିଜେପି କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ତଥା ବାଙ୍କୀ ବିଜେପି ବିଧାୟକ ପାର୍ଥର୍ୀ ଶୁଭ୍ରାଂଶୁ ମୋହନ ପାଢ଼ୀ ପ୍ରମୁଖ ଏହି ବୈଠକରେ ଅତିଥି ଭାବେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଆଗାମୀ ଦିନରେ ବାଙ୍କୀ
ବିଜେପି ସଂଗଠନକୁ ସୁଦୃଢ଼ କରିବା ପାଇଁ ବୁଥ୍ ୱାର୍ଡ ସ୍ତରୀୟ କମିଟି ଗୁଡିକୁ ଶକ୍ତିଶାଳୀ କରିବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ । ବାଙ୍କୀ ଏନ୍.ଏ.ସିରେ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନରେ ବ୍ୟାପକ ଦୁର୍ନିତି ହେଉଥିବା ଏବଂ କାମ ନହୋଇ ମିଥ୍ୟାବିଲ୍ କରାଯିବା । ଟାଉନର ପରିମଳ ବ୍ୟବସ୍ଥା ଶୋଚନୀୟ ହୋଇ ପଡିଥିବା ସଂପର୍କରେ ନଗର ସଭାପତି ସଂଜୟ ରଣା ତଥ୍ୟ ଉପସ୍ଥାପନ କରି ଅତିଥିମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବାଙ୍କୀ ଥାନାରେ ଲୋକମାନଙ୍କ ନାମରେ ମିଥ୍ୟାମୋକଦ୍ଦମା କରାଯିବା, ବାଙ୍କୀ ତୁଳସୀପୁର ରାସ୍ତା ନର୍ମାଣରେ ବ୍ୟାପକ ଦୁର୍ନିତି , ବାଙ୍କୀ କଲେଜରେ ବେଆଇନ୍ ନିଯୁକ୍ତି ସଂପର୍କରେ ଆଲୋଚନା କରାଯାଇଥିଲା ।
ବାଙ୍କୀ ଓ ଡମପଡା ବ୍ଲକ ରେ ହେଉଥିବା ବିଭିନ୍ନ ଦୁର୍ନୀତି ସମ୍ପର୍କରେ ଆଲୋଚନା କରାଯାଇଥିଲା।ଏହି ବୈଠକରେ ରାଜ୍ୟ ବିଜେପି କାର୍ଯ୍ୟକାରି କମିଟ ସଭ୍ୟ ଲକ୍ଷ୍ମୀଧର ବେହେରା, ବରିଷ୍ଠ ଆଡ୍ଭୋକେଟ ଯଯାତି କେଶରୀ ପଟ୍ଟନାୟକ, ସରୋଜ କୁମାର ସାମନ୍ତରାୟ, ସୀତାକାନ୍ତ ମିଶ୍ର ପ୍ରମୁଖ ବିଜେପିର ବରିଷ୍ଠ ନେତାମାନେ ଯୋଗଦେଇ ବିଜେପି ଦଳକୁ ଆଗାମୀ ଦିନରେ ସୁଦୃଢ଼ କରିବା ପାଇଁ ନିଜର ମତ ରଖିଥିଲେ । ଏହି ବୈଠକରେ ସମସ୍ତ ୱାର୍ଡର ୬୧ଜଣିଆ କାର୍ଯ୍ୟକର୍ତ୍ତାଙ୍କ ସମେତ ପ୍ରତ୍ୟେକ ୱାର୍ଡର ଛାମୁଆ ନେତାମାନେ ଯୋଗଦେଇ ନିଜ ନିଜର ମତରଖିଥିଲେ । ନଗର ସଭାପତି ସଂଜୟ ରଣା ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result