No Result
View All Result
ଓଡ଼ିଶା ତାଜା ନ୍ୟୁଜ (୩ ଅଗଷ୍ଟ ମଙ୍ଗଳବାର ) ବାଙ୍କୀ :- ବାଙ୍କୀ ଉପଖଣ୍ଡରେ ଆସନ୍ତା ୭୫ତମ ସ୍ୱାଧୀନତା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା ଅଧ୍ୟକ୍ଷତା କରିଥିଲେ । ଭାରପ୍ରାପ୍ତ ଉପଖଣ୍ଡ ସୂଚନା ଲୋକ ସଂପର୍କ ଅଧିକାରୀ କାଳୀଚରଣ ତ୍ରିପାଠୀ ପ୍ରଥମେ ସମସ୍ତଙ୍କୁ ସ୍ୱାଗତ କରିବା ସହିତ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁସାରେ କୋଭିଡ୍ ନିୟମକୁ ମାନି ଆସନ୍ତା ସ୍ୱାଧୀନତା ଦିବସ ପାଳନ କରାଯିବ ବୋଲି ପ୍ରକାଶ କରିଥିଲେ । ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଥିବା ସମସ୍ତ ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତିରେ ସେଦିନ ପୁଷ୍ପମାଲ୍ୟ ଅର୍ପଣ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ବାଙ୍କୀ ଉପଖଣ୍ଡର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ସେଦିନ ସକାଳ ୭.୩୦ମିନିଟ୍ରେ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।ସ୍ୱାଧୀନତା ଦିବସକୁ ନିଡାମ୍ବର ଭାବରେ କୋଭିଡ-୧୯କଟକଣା ଅନୁଯାୟୀ ପାଳନ କରାଯିବା ପାଇଁ ସ୍ଥିର କରାଗଲା।ଏହି ପରିପ୍ରେକ୍ଷୀରେ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ବାଙ୍କୀ କଚେରୀ ପଡିଆ ଠାରେ ପୂର୍ବାହ୍ନ ଘ ୯.୧୫ ମି ସମୟରେ ଅନୁଷ୍ଠିତ ହେବ।ପ୍ରାତଃ୪/୩୦ ମିନିଟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ସହର ମଧ୍ୟରେ ଡ଼ାକବାଜି ଯନ୍ତ୍ର ଦ୍ୱାରା ରାମଧୁନ ପ୍ରଚାର କରାଯିବ। ସକାଳ ୭ଘଟିକା ସମୟରେ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାପ୍ରଣ କରାଯିବ, ସକାଳ ୭ଟା୩୦ ମିନିରେ ସମସ୍ତ ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ ଅନୁଷ୍ଠାନ ରେ ଜାତୀୟ ପତାକା ଉତ୍ତୋଳନ କରାଯିବ ।
ସକାଳ ୯ଟା୧୫ ମିନିଟ ସମୟରେ ମୁଖ୍ୟ ଅତିଥି ତଥା ଉପଜିଲ୍ଲାପାଳ ଶ୍ରୀ ରଞ୍ଜନ କୁମାର ଜେନା ବାଙ୍କୀ କଚେରୀ ପଡ଼ିଆରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ପୋଲିସ ବାହିନୀ ଦ୍ୱାରା ପ୍ରଦତ୍ତ ଗାର୍ଡ ଅଫ ଅନର ଗ୍ରହଣ କରିବେ।କୋଭିଡ ଯୋଦ୍ଧାଙ୍କୁ ସମର୍ଦ୍ଧିତ କରିବା ନେଇ ବୈଠକରେ ଉପଜିଲ୍ଲାପାଳ ଙ୍କ ସହ ଉପସ୍ଥିତ ଥିବା ଅଧିକାରୀ ମାନେ ଆଲୋଚନା କରିଥିଲେ।କୋଭିଡ ସମୟରେ ଡାକ୍ତର, ପୋଲିସ କର୍ମଚାରୀ,ନର୍ସ, ଆଶା, ଅଙ୍ଗନବାଡି,ଓ ସଫେଇ କର୍ମଚାରୀ ଙ୍କୁ କୋଭିଡ ଯୋଦ୍ଧା ବିବେଚିତ କରି ସମ୍ମାନୀତ କରିବା ସମ୍ପର୍କରେ ଆଲୋଚନା କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ପୋଲିସ୍ ଅଧିକାରୀ ବାସୁଦେବ ସ୍ୱାଇଁ, ବାଙ୍କୀ ବ୍ଳକ ବିଡିଓ ପ୍ରଦୀପ କୁମାର ଶତପଥୀ, ବାଙ୍କୀ ଉପଖଣ୍ଡ ବରିଷ୍ଠ ଡାକ୍ତର ପଦ୍ମଲୋଚନ ପଣ୍ଡା, ଡମପଡ଼ା ବ୍ଳକ ଅତିରିକ୍ତ ଶିକ୍ଷା ଅଧିକାରୀ ଅଶୋକ କୁମାର ପଟ୍ଟନାୟକ, ଓକିଲ ସଂଘ ସଂପାଦକ ବିଶ୍ୱରଞ୍ଜନ ପଣ୍ଡା, ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ପୂର୍ବତନ ସଭାପତି ସୁବାସ ଚନ୍ଦ୍ର ପାଢୀ, ବାଙ୍କୀ ଏନ୍.ଏ.ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ବାଙ୍କୀ ତହସିଲଦାର ସତ୍ୟରଞ୍ଜନ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ଦେବେନ୍ଦ୍ର ଖଟୁଆ, ପ୍ରେସକ୍ଲବ ସଭାପତି ବଳଭଦ୍ର ପଣ୍ଡା, ସାମ୍ବାଦିକ ବିଭୂପ୍ରସାଦ ସାମଲ ଓ କାହ୍ନୁଚରଣ ବେହେରାଙ୍କ ସମେତ ସମସ୍ତ ଗଣ ମାଧ୍ୟମର ପ୍ରତିନିଧି ଓ ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇଥିଲେ। ଭାରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀକାଳୀ ଚରଣ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ପରିଶେଷରେ ବି.ଡି. ଓ , ବାଙ୍କୀ ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result