No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧ ଅଗଷ୍ଟ ରବିବାର ) ପଦ୍ମପୁର :- ପଦ୍ମପୁର ଟାଉନ କ୍ଲବ ପକ୍ଷରୁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଟାଉନ କ୍ଲବ ର ସଭାପତି ଶ୍ରୀ ଶିରିଷ ବହିଦାର ଶୁଭରମ୍ବ କରିଥିଲେ । ବିଦ୍ୟାଳୟ ସଭାପତି ଶ୍ରୀ ଦ୍ଵାଦଶ ପ୍ରଧାନ, ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ, ଗୁରୁଜୀ ଚୈତନ୍ୟ ଭୋଇ,ଶିକ୍ଷା ବିକାଶ ସମିତି ର ପଶ୍ଚିମ ସଂଭାଗ ସଂଯୋଜକ ସଂଜୟ କୁମାର ମିଶ୍ରଙ୍କ ସହ କ୍ଲବ ର ସମ୍ପାଦକ ପ୍ରତାପ ମିଶ୍ର,କୋଷାଧ୍ୟକ୍ଷ ଗୋବିନ୍ଦ ଅଗ୍ରୱାଲ,ସଦସ୍ୟ ଅଶୋକ କୁମାର ମିଶ୍ର,

ସୁନୀଲ ଅଗ୍ରୱାଲ ଙ୍କ ସହ ସଦସ୍ୟ ତଥା ଅନ୍ୟ ଆଚାର୍ଯ୍ୟ ଓ ବିଦ୍ୟାଳୟର ଦଶମ ଶ୍ରେଣୀ ସମାବର୍ତ୍ତନ ଉତ୍ସବ ରେ ଉପସ୍ଥିତ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଯେଉଁ ଭାବରେ ଗରମ ହେଉଛି ଓ ଅମ୍ଳଜାନ ର ଦରକାର ପଡୁଛି ,ବୃକ୍ଷ ରୋପଣ ନିହାତି ଜରୁରୀ ହୋଇ ପଡୁଛି ଏବଂ ଆମର ଉପସ୍ଥିତ ସମସ୍ତ ସଦସ୍ୟ ବନ୍ଧୁ ମାନଙ୍କ ଦ୍ଵାରା ଏହା ଆୟୋଜିତ ହେବା ଦ୍ୱାରା ସମାଜ ରେ ବୃକ୍ଷ ରୋପଣ ପାଇଁ ସଚେତନତା ମୂଳକ ବାର୍ତ୍ତା ଦେଉଛି ବୋଲି ବାର୍ତ୍ତା ରଖିଛନ୍ତି । (ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result