No Result
View All Result

ଓଡ଼ିଶା ତାଜା ନ୍ୟୁଜ (୩୦ ଜୁଲାଇ ଶୁକ୍ରବାର ) ବରଗଡ଼:-ବରଗଡ଼ ଜିଲ୍ଲା ପ୍ରଶାସନ, ଏଡ୍ ଇଟ୍ ଏକସନ୍ ଏବଂ ୟୁନିସେଫ ପକ୍ଷରୁ ଆଜି ମିଶନ ଶକ୍ତି ହଲ୍ ଠାରେ ଶିଶୁ ଚାଲାଣ ଏବଂ ତାଙ୍କ ସୁରକ୍ଷା ସଂପର୍କରେ ଏକ ଜିଲ୍ଲା ସ୍ତରୀୟ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବେ ଏଡ୍ ଇଟ୍ ଏକସନ୍ ର ନିର୍ଦ୍ଦେଶକ ୟୁନି ଡାନିଏଲ ଯୋଗ ଦେଇ ଦକ୍ଷିଣ ଏସିଆରେ ଶିଶୁ ଚାଲାଣ ବିଭିନ୍ନ ପରିସ୍ଥିତି ଓ ବିଭିନ୍ନ ଉପାୟରେ ହୋଇଥାଏ।

ତଥାପି ଏହା ରୋକିବାରେ ସରକାରୀ ଓ ବେସରକାରୀ ସ୍ତରରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗୁଡ଼ିକ ସଫଳତା ର ସହ କାର୍ଯ୍ୟ କରୁଛନ୍ତି। ସଭା ରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଡ଼ଃ ବିଦୁପ୍ରଭା ରଥ, ଜିଲ୍ଲା ଶିଶୁ କଲ୍ୟାଣ କମିଟି ର ଅଧ୍ୟକ୍ଷ ସୁଜିତ ଦାସ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମଞ୍ଜୁ ଏକ୍କା, ବରଗଡ଼ ରେଳବାଇ ଥାନା ଅଧିକାରୀ ବି ବି ମିଶ୍ର, ଜିଲ୍ଲା ଶ୍ରମ ଅଧିକାରୀ, ସ୍ବେଚ୍ଛାସେବୀ ସୁଶ୍ରୀ ସଂଧ୍ୟା, ସୁଶ୍ରୀ ଚନ୍ଦ୍ରା, ଏବଂ ନେହେରୁ ଯୁବକ କେନ୍ଦ୍ର ର ପ୍ରତିନିଧି ଭିବେ ରୋସନ କୁମାର ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। (ସତ୍ୟ ନାରାୟଣ ପ୍ରଧାନ)

No Result
View All Result