No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୯ ଜୁଲାଇ ଗୁରୁବାର ) ବରଗଡ଼ :- ବରଗଡ଼ ଥାନା ଅନ୍ତର୍ଗତ କୁରୁଆ ଗ୍ରାମ ନିକଟସ୍ଥ ଏକ ବ୍ରିଜ ଉପରେ ଜନୈକ ଯୁବକ ଙ୍କ କ୍ଷତ ବିକ୍ଷତ ମୃତ ଦେହ କୁ ପୋଲିସ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତ ଯୁବକର ପରିଚୟ ମିଳି ନଥିବା ବେଳେ ପାଖରେ ପଡିଥିବା ଏକ ମୋଟର ସାଇକେଲରୁ ତଦନ୍ତ କରି ଏହା ଭେଡେନ ଥାନା ଅନ୍ତର୍ଗତ ଥୁଆପାଲିର ବୋଲି ପୋଲିସ ଜାଣିବାକୁ ପାଇଛି ।
ଗତ କିଛି ଦିନ ହେଲା ରାତିରେ ଏ ଅଞ୍ଚଳ ରୁ ମେଣ୍ଢା ଚୋରି ହେଉଥିବା ଚର୍ଚ୍ଚା ହେଉଥିଲା । ଏହି ଘଟଣା ଏଥି ସହ ସଂପୃକ୍ତ ଥିବା ପୋଲିସ ସନ୍ଦେହ କରି ତଦନ୍ତ ଚଳାଇଛି । ଦୁଇ ଜଣ କୁ ଥାନା ରେ ଅଟକ ରଖି ପଚରାଉଚରା କରାଯାଉଛି ବୋଲି ସୂଚନା ମିଳିଛି । ( ରିପୋର୍ଟ – ସତ୍ୟ ନାରାୟଣ ପ୍ରଧାନ )
No Result
View All Result