No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୬ ଜୁଲାଇ ସୋମବାର ) ବାଙ୍କୀ :- ଦୀର୍ଘଦିନ ର ବ୍ୟବଧାନ ପରେ ରାଜ୍ୟ ସରକାର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ । ଫଳରେ କୋଭିଡ କଟକଣା ଅନୁଯାୟୀ ରାଜ୍ୟରେ ଏହି ଦୁଇଟି ଶ୍ରେଣୀ ପାଇଁ ଶିକ୍ଷାନୁଷ୍ଠାନ ଗୁଡିକ ଆଜି ଖୋଲିଛି ।ଅନୁରୂପ ଭାବେ ବାଙ୍କୀ ବ୍ଲକ ରେ ଦଶମ ଶ୍ରେଣୀ ପାଇଁ ବିଦ୍ୟାଳୟ ଖୋଲିଥିବା ପରେ ଚଲଞ୍ଚଚଳ ହୋଇଥିଲା ବିଦ୍ୟାଳୟ ଗୁଡିକ । ପ୍ରଥମ ଦିନରେ ବାଙ୍କୀ ବ୍ଲକ ରେ ଛାତ୍ରଛାତ୍ରୀ ଙ୍କ ଉପସ୍ଥାନ ୬୭.୮୪ ରହିଥିବା ଜଣାପଡିଛି । ବାଙ୍କୀ ବ୍ଲକ ରେ ୨୪ଗୋଟି ଉଚ୍ଚ ବିଦ୍ୟାଳୟ ଥିବାବେଳେ ଦଶମ ଶ୍ରେଣୀ ରେ ୧୨୪୭ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ଜଣାପଡିଛି । ସେଥିମଧ୍ୟରୁ ୬୬୯ବାଳକ ଏବଂ୫୭୮ବାଳିକା ରହିଛନ୍ତି । କିନ୍ତୁ ପ୍ରଥମ ଦିନରେ ୪୧୩ଜଣ ବାଳକ ଏବଂ୪୩୩ଜଣ ବାଳିକା ବିଦ୍ୟାଳୟ ରେ ଯୋଗଦେଇଥିଲେ ।
ବାଙ୍କୀ ବ୍ଲକ ର ୨୪ ଗୋଟି ବିଦ୍ୟାଳୟ ମଧ୍ୟରୁ ବାଉଁସପୁଟ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ସର୍ବାଧିକ ୯୫ପ୍ରତିଶତ ଉପସ୍ଥାନ ରହିଥିବା ବେଳେ ସାଧବ ସମାଜ ବିଦ୍ୟା ନିକେତନ ରେ ସର୍ବନିମ୍ନ ୪୯ପ୍ରତିଶତ ବିଦ୍ୟାର୍ଥୀ ଉପସ୍ଥାନ ରହିଥିବା ଜଣାପଡିଛି । ବିଦ୍ୟାଳୟ ଗୁଡିକ ଖୋଲିଥିବା ବେଳେ ବାଙ୍କୀ ବ୍ଲକ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସେଠୀ ସରଣ୍ଡା ବିଦ୍ୟାପୀଠ ସମେତ ଅନେକ ବିଦ୍ୟାଳୟ ବୁଲି ଶିକ୍ଷା ଦାନ ପାଇଁ କୋରନା କଟକଣା ଅନୁଯାୟୀ କିପରି ବ୍ୟବସ୍ଥା ହୋଇଛି ତାହା ତଦାରଖ କରିଥିଲେ । ସେହି ପରି ବ୍ଲକ ଶିକ୍ଷା ବିଭାଗ ତରଫରୁଏବିଇଓ ରୁକ ନାୟକ,ଲାତିକ ଦେଇ ଏବଂମାଧବ ଦେଉରୀ ଙ୍କ ତତ୍ୱବାଧାନ ରେ ଏହି ସବୁ ବ୍ୟବସ୍ଥା ର ତଦାରଖ ପାଇଁ ୩ଟି ଏବଂ କ୍ଲସ୍ତର ସ୍ତରରେ ୧୦ଟିମ କରାଯାଇଥିଲା । ସେହିପରି ପ୍ରଥମ ଦିନରେ ଡମପଡା ବ୍ଲକ ରେ ଛାତ୍ରଛାତ୍ରୀ ଙ୍କ ଉପସ୍ଥାନ ୫୪.୭୮℅ ରହିଥିବା ଜଣାପଡିଛି ।
ଡମପଡା ବ୍ଲକ ରେ ୨୧ ଗୋଟି ସରକାରୀ ଉଚ୍ଚ ବିଦ୍ୟାଳୟ ଥିବାବେଳେ ଦଶମ ଶ୍ରେଣୀ ରେ ୧୨୫୪ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ଜଣାପଡିଛି । ସେଥିମଧ୍ୟରୁ ୬୯୦ବାଳକ ଏବଂ୫୬୪ବାଳିକା ରହିଛନ୍ତି । କିନ୍ତୁ ପ୍ରଥମ ଦିନରେ ୩୯୦ଜଣ ବାଳକ ଏବଂ୨୯୭ଜଣ ବାଳିକା ବିଦ୍ୟାଳୟ ରେ ଯୋଗଦେଇଥିଲେ । ଡମପଡା ବ୍ଲକ ର ୨୧ ଗୋଟି ବିଦ୍ୟାଳୟ ମଧ୍ୟରୁ ଅରାଚଣ୍ଡି ଉଚ୍ଚ ବିଦ୍ୟାଳୟ ରେ ସର୍ବାଧିକ ୯୦.୪୮ପ୍ରତିଶତ ଉପସ୍ଥାନ ରହିଥିବା ବେଳେ ଦୋଲ ଣାପୁର ଉଚ୍ଚ ବିଦ୍ୟାଳୟ ରେ ସର୍ବନିମ୍ନ ୨୪.୩୯ପ୍ରତିଶତ ବିଦ୍ୟାର୍ଥୀ ଉପସ୍ଥାନ ରହିଥିବା ଜଣାପଡିଛି ।ବିଦ୍ୟାଳୟ ଗୁଡିକ ଖୋଲିଥିବା ବେଳେ ବାଙ୍କୀ ବ୍ଲକ ଶିକ୍ଷା ଅଧିକାରୀ ପ୍ରିୟମ୍ବନ୍ଦା ନନ୍ଦ ସମେତସମସ୍ତ ଅତିରିକ୍ତ ଶିକ୍ଷା ଅଧିକାରୀ ଅନେକ ବିଦ୍ୟାଳୟ ବୁଲି ଶିକ୍ଷା ଦାନ ଓ କିପରି କୋରନା କଟକଣା ଅନୁଯାୟୀ ବିଦ୍ୟାଳୟ ଖୋଲାଯାଇଛି ତାହା ତଦାରଖ କରିଥିଲେ । ଡମପଡା ବ୍ଳକ ରେ ସମସ୍ତ ବିଦ୍ୟାଳୟ ତଦାରଖ ପାଇଁ ୯ଟି ଏବଂ କ୍ଲସ୍ତର ସ୍ତରରେ ୪ଟିମ କରାଯାଇଥିଲା । ବାଙ୍କୀ ଚର୍ଚ୍ଚିକା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ମାଟ୍ରିକ ପରୀକ୍ଷା କେନ୍ଦ୍ର ହୋଇଥିବା ବେଳ ଉକ୍ତ ବିଦ୍ୟାଳୟ ଆସନ୍ତା ମାସ୬ତାରିଖ ରୁ ଖୋଲିବ ବୋଲି ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ।
No Result
View All Result