• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

“ଡ୍ରିଙ୍କ-ଫ୍ରମ୍‌-ଟ୍ୟାପ” ମାନର ପାଣି ପାଇବାରେ ପୁରୀ ଭାରତର ପ୍ରଥମ ସହର ହୋଇଛି ; ପୁରୀରେ ‘ସୁଜଳ’ ବା ‘ଡ୍ରିଙ୍କ ଫ୍ରମ୍‌ ଟ୍ୟାପ୍‌’ ମିସନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Proprietor Abhimanyu Maharana by Proprietor Abhimanyu Maharana
July 26, 2021
in ଓଡ଼ିଶା, ଦେଶ, ବାଣିଜ୍ୟ, ହୋମ୍
0
“ଡ୍ରିଙ୍କ-ଫ୍ରମ୍‌-ଟ୍ୟାପ” ମାନର ପାଣି ପାଇବାରେ ପୁରୀ ଭାରତର ପ୍ରଥମ ସହର ହୋଇଛି ; ପୁରୀରେ ‘ସୁଜଳ’ ବା ‘ଡ୍ରିଙ୍କ ଫ୍ରମ୍‌ ଟ୍ୟାପ୍‌’ ମିସନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Share on FacebookShare on TwitterWhatsapp
  •  ଆଏସ୍ ୧୦୫୦୦ ଭାରତୀୟ ମାନକ ଅନୁସାରେ ଟ୍ୟାପ୍ ମାଧ୍ୟମରେ ୨୪ଙ୍ଘ ୭ ନିରାପଦ ପାନୀୟ ଜଳ ବ୍ୟବସ୍ଥା

  • ଭାରତରେ ପ୍ରଥମ ଥର ପାଇଁ ଓଡ଼ିଶା ସରକାରଙ୍କ ‘ସୁଜଳ’ ବା ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ୍‌’ ମିସନ୍ ଦ୍ୱାରା ସହରର ୨.୫ ଲକ୍ଷ ସ୍ଥାନୀୟ ଲୋକ ଓ ୨ କୋଟି ପର୍ଯ୍ୟଟକମାନେ ଉପକୃତ ହୋଇପାରିବେ ।

ଓଡ଼ିଶା ତାଜା ନ୍ୟୁଜ (୨୬ ଜୁଲାଇ ସୋମବାର) ଭୁବନେଶ୍ୱର / ପୁରୀ :- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁଲାଇ ୨୬ ରେ ପୁରୀରେ ‘ସୁଜଳ’ ବା ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ୍‌’ ମିସନର ଶୁଭାରମ୍ଭ କରିଛନ୍ତି । ଏହା ସହିତ, ପୁରୀ ଆଏସ୍‌ ୧୦୫୦୦ ଭାରତୀୟ ମାନକ ଅନୁସାରେ ୨୪ଙ୍ଘ ୭ ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ୍‌’ ମାନର ପାନୀୟ ଜଳ ପାଇବାରେ ଭାରତର ପ୍ରଥମ ସହର ହୋଇପାରିଛି । ଓଡ଼ିଶା ସରକାରଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପ ‘ସୁଜଳ’ ବା ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ୍‌’ ମିିସନ୍ ୫ଟି ଗଭର୍ଣ୍ଣାନ୍ସ ମନ୍ତ୍ର ଅନ୍ତର୍ଗତ ଆସୁଅଛି ଓ ଏହାଦ୍ୱାରା ସହରର ୨.୫ ଲକ୍ଷ ଲୋକ ଓ ୨ କୋଟି ପର୍ଯ୍ୟଟକ ଉପକୃତ ହୋଇପାରିବେ ଯେଉଁମାନେ ଜଗନ୍ନାଥଙ୍କୁ ଦର୍ଶନ କରିବା ନିମନ୍ତେ ପ୍ରତି ବର୍ଷ ପୁରୀ ଆସିଥାନ୍ତି । ଏହି ଅତ୍ୟାଧୁନିକ ବୈଷୟିକି ସହାୟତାରେ ଲୋକମନେ ଟ୍ୟାପର ଜଳକୁ ପ୍ରତ୍ୟକ୍ଷ ଭାବରେ ଗ୍ରହଣ କରିପାରିବେ ଓ ପ୍ରଥମ ଥର କରି ଭାରତରେ ଏହା ବାସ୍ତବତାରେ ପରିଣତ ହୋଇଛି । ଲଣ୍ଡନ, ସିଙ୍ଗାପୁର, ଓ ନ୍ୟୁୟର୍କ ସହର ପରି ପୁରୀରେ ବର୍ତମାନ ୧୦୦% ମିଟର ସହିତ ଘରମାନଙ୍କରେ ପାଣି ସଂଯୋଗର ବ୍ୟବସ୍ଥା ରହିଛି । ଏହି ପାନୀୟ ଜଳର ବ୍ୟବସ୍ଥା ମାଧ୍ୟମରେ ୩ କୋଟି ପ୍ଲାଷ୍ଟିକ ବଟଲର ବ୍ୟବହାରକୁ ହ୍ରାସ କରାଯାଇପାରିବ ଓ ଏହା ଦ୍ୱାରା ୪୦୦ ମେଟ୍ରିକ ଟନ୍ ପ୍ଲାଷ୍ଟିକ ବର୍ଜ୍ୟ କମ୍ ହୋଇପାରିବ ।

ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଜୁଲାଇ ୨୬ ରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ମିଶନ୍‌’ – ‘ସୁଜଳ’ର ଉଦଘାଟନ କରିବା ଅବସରରେ କହିଛନ୍ତି ଯେ “ପ୍ରତି ଘରକୁ ୨୪ଙ୍ଘ ୭ ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ୍‌’ ମାନର ପାନୀୟ ଜଳ ପ୍ରଦାନ କରିବା ହେଉଛି ଏକ ଯୁଗାନ୍ତକାରୀ ପଦକ୍ଷେପ ଓ ଏହା ଦ୍ୱାରା ଜଗନ୍ନାଥ ଧାମ ପୁରୀ ଏକ ବିଶ୍ୱଶ୍ରେଣୀୟ ଐତିହ୍ୟ ସହର ଭାବରେ ଆଉ ପାଦେ ଆଗେଇଛି । ପୁରୀ ଅଧିବାସୀ, ପର୍ଯ୍ୟଟକ, ତୀର୍ଥଯାତ୍ରୀମାନେ ଘରେ ଟ୍ୟାପରୁ ବା ଡ୍ରିଙ୍କିଂ ୱାଟର ଫାଉଂଟେନରୁ ପାନୀୟ ଜଳ ପାଇପାରିବେ । ଓଡ଼ିଶାର ପ୍ରତ୍ୟେକ ଘରକୁ ପାଇପରେ ଜଳ ଯୋଗାଣ କରିବାର ମୋର ସ୍ୱପ୍ନ ରହିଥିଲା ଓ ଏହା ଏବେ ବାସ୍ତବତାରେ ପରିଣତ ହୋଇଛି ।” ସହରକୁ ଆସୁଥିବା ତୀର୍ଥ ଯାତ୍ରୀମାନେ ଏହା ସହିତ ୧୨୦ ପାନୀୟ ଜଳ ଫାଉଂଟେନର ସୁବିଧା ପାଇବେ । ଏହି ସୁବିଧାକୁ ଏୟାରପୋର୍ଟ ପରି ଗ୍ରାଣ୍ଡ ଟ୍ରଙ୍କ ରୋଡ୍ ଓ ପୁରୀର ଅନ୍ୟ ହଟସ୍ପଟମାନଙ୍କରେ କରାଯାଇଛି । ପୁରୀ ବ୍ୟତୀତ, ଏହି ମିସନ୍ ମାଧ୍ୟମରେ ଓଡ଼ିଶାର ୧୬ ଟି ସହରରେ କାର୍ଯ୍ୟକାରୀ କରାଯିବ ଯଦ୍ୱାରା ୪୦ ଲକ୍ଷ ନାଗରିକ ଉପକୃତ ହୋଇପାରିବେ । ୫ଟି ଗଭର୍ଣ୍ଣାନ୍ସ ମନ୍ତ୍ର ଅନ୍ତର୍ଗତ ଏହି ‘ଡ୍ରିଙ୍କ ଫ୍ରମ୍‌ ଟ୍ୟାପ’ ପଦକ୍ଷେପ ମାଧ୍ୟମରେ, ଓଡ଼ିଶାର ୧୧୪ ଟି ଅର୍ବାନ୍ ଲୋକାଲ୍ ବଡିକୁ ନିରାପଦ ଜଳ ପ୍ରଦାନ କରାଯିବ ଓ ଏଥିରେ ମଧ୍ୟ ରାଜ୍ୟର ସମସ୍ତ ବସ୍ତିର ଘର ଗୁଡ଼ିକୁ ସାମିଲ୍‌ କରାଯିବ । ଅତ୍ୟାଧୁନିକ ଲାବୋରାଟୋରି, ଲ୍ୟାବ୍ ଅନ୍ ହୁଇଲ୍ସ, କ୍ଲୋରିନ୍ ଆନାଲାଇଜର ସହିତ ଅଟୋମେଟିକ୍ କ୍ଲୋରିନ୍ ଡୋଜର୍ସ, ୱାଟର କ୍ୱାଲିଟି ସେନ୍‌ସର୍ସ ଓ ଦ୍ୱାରଦେଶରେ କ୍ୱାଲିଟି ସର୍ଭେଲିଆନ୍ସ ମାଧ୍ୟମରେ ଜଳ ମାନର ନିରୀକ୍ଷଣକୁ ମଜବୁତ କରାଯାଇଛି ।

ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ଯାହାକୁ ଏଥିରେ ଜଳସାଥୀ ଭାବରେ ନିୟୋଜିତ କରାଯାଇଛି ଓ ସେମାନେ ସର୍ବସାଧାରଣ ଓ ସରକାରଙ୍କ ମଧ୍ୟରେ ଏକ ଗୋଷ୍ଠୀ ଲିଙ୍କ ଭାବରେ କାର୍ଯ୍ୟ କରିବେ ଓ ଏହା ଦ୍ୱାରା ସରକାରଙ୍କ ମହିଳା ସଶକ୍ତିକରଣ ପ୍ରତିଶୃତିବଦ୍ଧତାକୁ ମଧ୍ୟ ପୂରଣ କରାଯାଇପାରିବ । ଜଳସାଥୀମାନଙ୍କୁ ମିଟର ରିଡିଂ, ରେଭିନ୍ୟୁ ସଂଗ୍ରହ, ଫିଲ୍ଡ ୱାଟର କ୍ୱାଲିଟି ପରୀକ୍ଷା ଓ ଲୋକମାନଙ୍କୁ ମିଟରଯୁକ୍ତ କନେକ୍ସନ ସମ୍ବନ୍ଧରେ ସଚେତନ କରାଇବା ପାଇଁ ତାଲିମ୍ ପ୍ରଦାନ କରାଯାଇଛି । ଏହାଦ୍ୱାରା ପୁରୀରେ ୧୦୦% ଜଳ ମିଟର ସଂଯୋଗ ବ୍ୟବସ୍ଥା କରାଯାଇପାରିଛି । ରାଜ୍ୟ ଏହାର “ଲ୍ୟାବ୍ ଅନ୍ ହୁଇଲ୍ସ” ମାଧ୍ୟମରେ କଠୋର ଗୁଣମାନ ନିୟନ୍ତ୍ରଣ ଓ ପାନୀୟ ଜଳର ମାନକୁ ସୁନିଶ୍ଚିତ କରୁଛି । ମୋବାଇଲ୍ ଭ୍ୟାନ ଲାବୋରାଟୋରି ମାଧ୍ୟମରେ ଅନସାଇଟ୍ ଜଳ ମାନ ଅନୁଧ୍ୟାନ ସହିତ ଗୁରୁତ୍ୱପୂର୍ଣ୍ଣ ମାପଦଣ୍ଡଗୁଡ଼ିକୁ ମଧ୍ୟ ଦୃଷ୍ଟି ପ୍ରଦାନ କରାଯାଉଛି । ଲିକେଜକୁ ପ୍ରତିହତ କରିବା, ଜଳର ଗୁଣମାନକୁ ସୁନିଶ୍ଚିତ କରିବା, ଯୋଗାଣ ପ୍ରେସର ଅନୁଧ୍ୟାନ ଇତ୍ୟାଦି ପାଇଁ କୁଇକ୍ ରେସପନ୍ସ ଟିମ୍‌ ରହିବେ ଯେଉଁଥିରେ ରହିଛନ୍ତି ସ୍ୱତନ୍ତ୍ର ମୋବାଇଲ୍ କ୍ରିଉ ।

ଏହି ପରି ଦୁଇଟି କ୍ରିଉ ସର୍ବଦା ପୁରୀରେ ସମର୍ପିତ ଯାନ ସହିତ ଉପଲବ୍ଧ ରହିଛନ୍ତି । ସର୍ବସାଧାରଣ ସ୍ଥାନମାନଙ୍କରେ ରିୟଲ-ଟାଇମ୍ ଜଳମାନକୁ ଏଲସିଡି ସ୍କ୍ରିନ ମାଧ୍ୟମରେ ଡିସପ୍ଲେ କରାଯିବ ଯଦ୍ୱାରା ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେବା ସହିତ ଏଥିପ୍ରତି ବିଶ୍ୱାସ ବୃଦ୍ଧି ପାଇବ । ଏହା ସହିତ ଦୃଢ଼ ବୈଷୟିକି ଭିତିକ, ରିୟଲ ଟାଇମ ସର୍ଭେଲାନ୍ସ ଓ ନିୟନ୍ତ୍ରଣ ପଦକ୍ଷେପ ମାଧ୍ୟମରେ ମଧ୍ୟ ଜଳ ଗୁଣମାନକୁ ସୁନିଶ୍ଚିତ କରାଯିବ । ରାଜ୍ୟରେ ସ୍ମାର୍ଟ ୱାଟର ମ୍ୟାନେଜମେଂଟ ଟେକ୍‌ନୋଲୋଜିକୁ କାର୍ଯ୍ୟକାରୀ କରାଯାଇଛି ଯଦ୍ୱାରା ପୁରୀରରେ ନିରନ୍ତର ଜଳର ମାନକୁ ଅନୁଧ୍ୟାନ କରାଯାଉଛି ଯାହାକି ଜାତୀୟ ସ୍ତରରେ ସ୍ୱୀକୃତି ଲାଭ କରିଛି । ଦ୍ୱିତୀୟ ନ୍ୟାସନାଲ୍ ୱାଟର ଓ ସାନିଟେସନ ଇନୋଭେସନ ସମିଟ୍‌ରେ ଓ ୧୮ତମ ସିଏସଆଇ ଏସଆଇଜି ଇ-ଗଭର୍ଣ୍ଣାନ୍ସ ଆୱାର୍ଡ଼ସରେ ଆୱାର୍ଡ଼ ଅଫ୍ ଏକ୍ସିଲେନ୍ସ ଲାଭ କରିଛି । ପ୍ରତାପ ଜେନା, ଗୃହ ଓ ସହରାଂଚଳ ବିକାଶ ରାଜ୍ୟ ମନ୍ତ୍ରୀ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ ଓ ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଗୃହ ଓ ସହରଂଚଳ ବ୍ୟାପାର ମନ୍ତ୍ରଣାଳୟର ସେକ୍ରେଟାରି ଉପସ୍ଥିତ ରହିଥିଲେ । ଏହାକୁ ଫେସବୁକ୍‌ , ଟ୍ୱିଟର ଓ ୟୁଟ୍ୟୁବରେ ଲାଇଭ୍ ଷ୍ଟ୍ରିମ୍ କରାଯାଇଥିଲା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଏନଏସଇ ପକ୍ଷରୁ ଇଲେକ୍‌ଟ୍ରୋନିକ ଗୋଲ୍ଡ ରିସିପ୍ଟ ର ଶୁଭାରମ୍ଭ

NSE launches Electronic Gold Receipts (EGRS) to strengthen India’s Gold Eco System

May 6, 2026
ଏନଏସଇ ପକ୍ଷରୁ ଇଲେକ୍‌ଟ୍ରୋନିକ ଗୋଲ୍ଡ ରିସିପ୍ଟ ର ଶୁଭାରମ୍ଭ

ଏନଏସଇ ପକ୍ଷରୁ ଇଲେକ୍‌ଟ୍ରୋନିକ ଗୋଲ୍ଡ ରିସିପ୍ଟ ର ଶୁଭାରମ୍ଭ

May 6, 2026
ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

ରାଜ୍ୟସ୍ତରୀୟ ବୁଦ୍ଧିଜୀବି ସମ୍ମିଳନୀ ୨୦୨୬ – ଅନୁଷ୍ଠିତ

May 6, 2026
ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

ପ୍ରେମରେ ପ୍ରତାରଣା : ଗର୍ଭବତୀ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକର ଭାଇ – ପୁଲିସର ଛାନଭିନ

May 5, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଏନଏସଇ ପକ୍ଷରୁ ଇଲେକ୍‌ଟ୍ରୋନିକ ଗୋଲ୍ଡ ରିସିପ୍ଟ ର ଶୁଭାରମ୍ଭ

NSE launches Electronic Gold Receipts (EGRS) to strengthen India’s Gold Eco System

May 6, 2026
ଏନଏସଇ ପକ୍ଷରୁ ଇଲେକ୍‌ଟ୍ରୋନିକ ଗୋଲ୍ଡ ରିସିପ୍ଟ ର ଶୁଭାରମ୍ଭ

ଏନଏସଇ ପକ୍ଷରୁ ଇଲେକ୍‌ଟ୍ରୋନିକ ଗୋଲ୍ଡ ରିସିପ୍ଟ ର ଶୁଭାରମ୍ଭ

May 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version