No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୫ ଜୁଲାଇ, ରବିବାର) ହିଞ୍ଜିଳିକାଟୁ :- ହିଞ୍ଜିଳିକାଟୁ ପୈାରାଞ୍ଚଳ ବାରାହୀ ପାହାଡ ସ୍ଥିତ ଗାୟତ୍ରୀ ଶକ୍ତିପୀଠ ପରିସରରେ ଶନିବାର ଗୁରୁପୂର୍ଣ୍ଣିମା ଓ ବୃକ୍ଷଗଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ଟ୍ରଷ୍ଟରେ ସଂଯୋଜକ ଅଶୋକ କୁମାର ମହାନ୍ତି ଓ ତ୍ରିରଙ୍ଗା ସେବା ସଂଘର ସଭାପତି ରଞ୍ଜନ ସାହୁଙ୍କ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଗାୟତ୍ରୀ ଶକ୍ତିପୀଠର ପ୍ରତିଷ୍ଠାତା ତଥା ଗାୟତ୍ରୀ ପରିବାର ଦକ୍ଷିଣାଞ୍ଚଳ ଜୋନ୍ ସଯୋଜକ ଡ଼ଃ ବୃନ୍ଦାବନ ମିଶ୍ର ଓ ବରିଷ୍ଠ ସାହିତ୍ୟିକ ଓ ସମାଜସେବୀ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକଙ୍କୁ ଗୁରୁପୂଜନ ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ଦ୍ବିତୀୟ ପର୍ଯ୍ୟାୟରେ ବୃକ୍ଷ ଗଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତହସିଲଦାର ପ୍ରଭାତ କୁମାର ପରିଡ଼ା, ପୈାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ସମାଜସେବୀ ଅଜୟ କୁମାର ମହାରଣା, ସ୍ଥାନୀୟ ବନ ବିଭାଗ ଭାରପ୍ରାପ୍ତ ଅଧିକାରୀ ଏନ୍ ବାଲାଜୀ ପ୍ରମୁଖ ଯୋଗଦେଇ ବାରାହୀ ପାହାଡ ଉପରେ ବିଭିନ୍ନ ପ୍ରଜାତିର ଔଷଧିୟ ଓ ଛାୟା ପ୍ରଦାନକାରୀ ଶତାଧିକ ଚାରା ରୋପଣ କରିଥିଲେ । ଚଳିତ ମୈସୁମୀ ଋତୁରେ ସହରର ବିଭିନ୍ନ ସ୍ଥାନରେ ଚାରା ରୋପଣ କରାଯିବା ସହ ସହରକୁ ସବୁଜମୟ କରିବା ପାଇଁ ଶପଥ ଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଗାୟତ୍ରୀ ପରିବାର ସଦସ୍ୟ ଲକ୍ଷ୍ମୀ ନାରାୟଣ ପାତ୍ର, ଦେବବ୍ରତ ପଟ୍ଟନାୟକ, କେ ରାମଚନ୍ଦ୍ର ରାଓଙ୍କ ସମେତ ବହୁ ପରିଜନ ଉପସ୍ଥିତ ରହି ସହଯୋଗ କରିଥିଲେ । ( ରିପୋର୍ଟ: ଶୁସାନ୍ତ ପ୍ରଧାନ )
No Result
View All Result