No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୪ ଜୁଲାଇ ଶନିବାର ) ହିଞ୍ଜିଳିକାଟୁ :- ଓଡିଶା ପ୍ରାଥମିକ ଶିକ୍ଷା ବିଭାଗ ନିର୍ଦ୍ଦେଶକ ବୃନ୍ଦାବନ ଶତପଥୀଙ୍କ ସମେତ ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପ୍ରଧାନ,ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ସାହୁ , ହିଞ୍ଜିଳି ଗୋଷ୍ଠୀ ଶିକ୍ଷାଧିକାରୀ ଏସ ଗିରିଧାରୀ ପ୍ରମୁଖ ଶନିବାର ପୂର୍ବାହ୍ନ ୧୧ଟା ସମୟରେ ପୋୖରାଞ୍ଚଳ ସ୍ଥିତ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ଗସ୍ତରେ ଆସି ବିଦ୍ୟାଳୟ ମଧ୍ୟରେ ନିର୍ମାଣାଧୀନ ସ୍ମାର୍ଟ ଶ୍ରେଣୀ ଗୃହ ପରିଦର୍ଶନ ଓ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟର ତଦାରଖ କରିଥିଲେ ।
ପରେ ବିଦ୍ୟାଳୟ ପରିସରରେ ଦକ୍ଷିଣ ଘୁମୁସର ଉପଖଣ୍ଡ ବନ ଅଧିକାରୀ ଅମ୍ଳାନ ନାୟକ ଓ ବିଇଓ ଛତ୍ରପୁର ଅବିନାଶ ଶତପଥୀ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇ ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ପୁରସ୍କାର ଲାଭ କରିଥିବା ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନୀଙ୍କୁ ପ୍ରଶଂସା କରିଥିଲେ ।ଜାତୀୟ ସବୁଜ ବାହିନୀର ଉଦ୍ୟମକୁ ଉତ୍ସାହିତ କରିବା ସହ ଅଧିକ ସବୁଜିମା ପାଇଁ ଆଶା ବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ । ( ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result