No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୩ ଜୁଲାଇ ଶୁକ୍ରବାର ) ଭୁବନେଶ୍ୱର : – ଆଜି ଓଡ଼ିଶା ଲଳିତ କଳା ଏକାଡେମୀ ତରଫରୁ ୩୯ତମ ଲଳିତ କଳା ଏକାଡେମୀ ପୁରସ୍କାର ୮ ଜଣ ଶିଳ୍ପୀଙ୍କୁ ପ୍ରଦାନ କରାଯାଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏହି ନିରାଡ଼ମ୍ବର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୟୀ ପ୍ରତିଯୋଗୀମାନଙ୍କ ଉପଢୌକନ, ମାନପତ୍ର ସହ ଚେକ୍ ଆକାରରେ ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କା ଅର୍ଥରାଶି ପୁରସ୍କାର ପ୍ରଦାନ କରିଛନ୍ତି । ୨୦୨୧ ମସିହା ରାଜ୍ୟସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ ପାଇଁ ଯେଉଁମାନେ ଏହି ପୁରସ୍କାର ପାଇଛନ୍ତି ସେମାନେ ହେଲେ ସୃଜନଶୀଳ ଚିତ୍ରରେ ଅନୁପ କୁମାର ଚାନ୍ଦ, ସୂର୍ଯ୍ୟକାନ୍ତ ସ୍ୱାଇଁ ଓ ଜ୍ୟୋତିପ୍ରକାଶ ସେଠୀ, ଭାସ୍କର୍ଯ୍ୟରେ ବିଶ୍ୱରଞ୍ଜନ କର ଓ ସୁଧିରଞ୍ଜନ ମହାରଥା, ମୁଦ୍ରଣ କଳାରେ ସୁଜିତ କୁମାର ସ୍ୱାଇଁ ଓ ବିକାଶ ଚନ୍ଦ୍ର ସେନାପତି ଏବଂ ପାରମ୍ପରିକ କଳାରେ ପ୍ରମୋଦ କୁମାର ମହାରଣା ।

ଏଥି ସହିତ ୨୦୨୦ ମସିହା ପାଇଁ ରାଜ୍ୟସ୍ତରୀୟ ଅନ୍ଲାଇନ୍ ଫଟୋଗ୍ରାଫି ପ୍ରତିଯୋଗିତାରେ ବିଜୟୀ ସଂଜିତ ପଟ୍ଟନାୟକ, ନିରଞ୍ଜନ ପଣ୍ଡା, ଉଦୟନ ସାରଥୀ ବେହେରା ଓ ମନୀଷ ରଂଜନ ସାହୁଙ୍କୁ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ନିମନ୍ତେ ଉପଢ଼ୌକନ, ମାନପତ୍ର ସହ ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କା ଅର୍ଥରାଶି ଚେକ୍ ଆକାରରେ ପ୍ରଦାନ କରାଯାଇଥିଲା । ସେହିପରି ତପନ୍ କୁମାର ମିଶ୍ର, ସମିମ୍ କ୍ୱରେସୀ, ଶ୍ରୀକ୍ରୀଷ୍ଣା ଦାସ, ଶିଶିର କର, ସୁନନ୍ଦା ସାହୁ, ଜିତେନ୍ଦ୍ର କୁମାର ପତି, ଜ୍ଞାନରଞ୍ଜନ ମହାନ୍ତି ଓ ସ୍ୱରୂପ ଫୁଲନଟନ ଏହିପରି ୮ ଜଣଙ୍କୁ ଫଟୋଗ୍ରାଫିରେ ବିଶେଷ ପାରଦର୍ଶିତା ନିମନ୍ତେ ଉପଢ଼ୌକନ,

ମାନପତ୍ର ଏବଂ ପ୍ରତ୍ୟେକଙ୍କୁ ୧୦ ହଜାର ଅର୍ଥରାଶି ଚେକ୍ ଆକାରରେ ପ୍ରଦାନ କରାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ କୋଭିଡ୍ କଟକଣା ସତ୍ତେ୍ୱ ଶିଳ୍ପୀମାନଙ୍କୁ ନିରନ୍ତର ଉତ୍ସାହିତ କରାଯାଉଥିବା ମୁଖ୍ୟଅତିଥି ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଥିଲେ । ଏଥି ସହିତ ସେ ଶିଳ୍ପୀମାନଙ୍କୁ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ ।
ଏହି ପୁରସ୍କାର ପ୍ରଦାନ ଉତ୍ସବରେ ବିଭାଗର ଶାସନ ସଚିବ ଡ. ସୁରେଶ ଚନ୍ଦ୍ର ଦଳାଇ ଓ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ରଞ୍ଜନ କୁମାର ଦାସ, ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏବଂ ବିଭାଗର ଅତିରିକ୍ତ ଶାସନ ସଚିବ ତଥା ଏକାଡେମୀର ଓ.ଏସ୍.ଡ଼ି ଶ୍ରୀମତୀ ମନସ୍ୱିନୀ ସାହୁ ପ୍ରମୁଖ ଅତିଥି ରୂପେ ଯୋଗଦେଇଥିବାବେଳେ ଏକାଡେମୀର ସଚିବ ଶ୍ରୀ ପଞ୍ଚାନନ ସାମଲ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
No Result
View All Result