1 – ଆବଶ୍ୟକତା ଦୃଷ୍ଟିରୁ କେନ୍ଦ୍ରସରକାର 200ମିଲି ସାନିଟାଇଜର 100ଟଙ୍କାରୁ ଅଧିକା ଦାମରେ ବିକ୍ରି କରାଯାଇପାରିବନାଇଁ ବୋଲି ଟିଭି ଓ ପେପର ମାଧ୍ୟମରେ ନିର୍ଦେଶ ଦେଇଥିବା ବେଳେ ଏହାର ବ୍ୟତିକ୍ରମ ଦେଖାଦେଇଛି ।
2 – ଏବେ ବଜାର ରେ ବିଭିନ୍ନ କମ୍ପାନୀ ର ସାନିଟାଇଜର 100ମିଲି କୁ 199 ଟଙ୍କା ରୁ ଉର୍ଦ୍ଧ ଦାମରେ ବିକ୍ରିକରାଯାଉଛି,
3 – ସାଧାରଣ ମାସ୍କ ବି ଚଢା ଦର ରେ ବିକରି ହେଉଛି 20 ଟଙ୍କା ମାକ୍ସକୁ 100 ଟଙ୍କାରେ କିଣିବାକୁ ଲୋକେ ବାଧ୍ୟ ହେଉଛନ୍ତି,
କଟକ ଜିଲ୍ଲା ମାହାଙ୍ଗା , ରିପୋର୍ଟ (ଓଡଶା ତାଜା ନ୍ୟୁଜ୍) ମାହାଙ୍ଗା 8.4.2020 ମାହାଙ୍ଗା ରୁ ଲଷ୍ମୀଧର ଖୁଣ୍ଟିଆ :- ସାରା ଦେଶ କରୋନା ଭୁତାଣୁ ସଂକ୍ରମଣ ମହାମାରୀ ରୂପ ନେଇଥିବାବେଳେ ଏହା ପାଇଁ କୌଣସି ଔଷଧ ଉଦ୍ଭାବନ ହୋଇନି, କେବଳ ସ୍ଵଚ୍ଚ ରହି ଏହି ଭୁତାଣୁକୁ ଦୂରେଇଦିଆ ଯାଇ ପରିବ ବୋଲି ସରକାର ବିଭିନ୍ନ ସଚେତନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ଅବଗତ କରାଇଛନ୍ତି, ବାରମ୍ବାର ହାତ ମୁହଁ ଆଖି ନାକ ସ୍ୱଚ୍ଛ ରଖିବାପାଇଁ ପରାମର୍ଶ ଦିଆଯାଇଛି, କୌଣସି ପଦାର୍ଥକୁ ଛୁଇଁବା ଓ ପରେ ହାତ ଧୋଇବାକୁ କୁହାଯାଇଛି, ସ୍ଵଛ ରହିବା ପାଇଁ ସାନିଟାଇଜର ଏବେ ସମସ୍ତଙ୍କର ଆବଶ୍ୟକତା ରହିଥିବାବେଳେ ଏହା ବଜାରରେ ଉପଲବ୍ଧ ହେଇପାରୁନାଇଁ, କାଁ ଭାଁ ଔଷଧ ଦୋକାନ ରେ ମିଳୁଥିବାବେଳେ ଗରିବ ମାନଙ୍କ ପାଇଁ ଏହା ସ୍ବପ୍ନ ହୋଇଯାଇଛି,
ଏହାର ଆବଶ୍ୟକତା ଦୃଷ୍ଟିରୁ କେନ୍ଦ୍ରସରକାର 200ମିଲି ସାନିଟାଇଜର 100ଟଙ୍କାରୁ ଅଧିକା ଦାମରେ ବିକ୍ରି କରାଯାଇପାରିବନାଇଁ ବୋଲି ଟିଭି ଓ ପେପର ମାଧ୍ୟମରେ ନିର୍ଦେଶ ଦେଇଥିବା ବେଳେ ଏହାର ବ୍ୟତିକ୍ରମ ଦେଖାଦେଇଛି, ଏବେ ବଜାର ରେ ବିଭିନ୍ନ କମ୍ପାନୀ ର ସାନିଟାଇଜର 100ମିଲି କୁ 199 ଟଙ୍କା ରୁ ଉର୍ଦ୍ଧ ଦାମରେ ବିକ୍ରିକରାଯାଉଛି, ସାନିଟାଇଜର ରା ଆକାଶ ଛୁଆଁ ଦର ଏବେ ସାଧାରଣ ଗରିବ ଲୋକଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି, ସାଧାରଣ ମାସ୍କ ବି ଚଢା ଦର ରେ ବିକରି ହେଉଛି 20 ଟଙ୍କା ମାକ୍ସକୁ 100 ଟଙ୍କାରେ କିଣିବାକୁ ଲୋକେ ବାଧ୍ୟ ହେଉଛନ୍ତି, ଆସନ୍ତା 9 ତାରିଖରୁ ମାସ୍କ ପିନ୍ଧିବା ବାଧ୍ୟତ୍ୱମୂଳକ କରାଯାଇଥିବା ବେଳେ ଏହା ବଜାରରେ ବହୁଳ ଉପଲବ୍ଧ ହେଇପାରୁନାଇଁ, ଯାହାକୁ ନେଇ ଲୋକ ମାନେ ଆଶଙ୍କାରେ ପଡିଛନ୍ତି, ଏହି ଲକ ଡାଉନ ସମୟରେ ଔଷଧ ଦୋକାନୀ ମାନେ ମାସ୍କ ଓ ସାନିଟାଇଜର ବ୍ୟାପକ କଳାବଜାରୀ କରୁଥିଲେ ମଧ୍ୟ ଜିଲ୍ଲା ଡ୍ରଗ ନିରୀକ୍ଷକ ନିଘୋଡ଼ ନିଦରେ ଚେଇଁ ସୋଇଥିବା ଅଭିଯୋଗ ହେଇଚି, କଣ ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉନାଇଁ ତାହା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି, ତୁରନ୍ତ ଡ୍ରଗ ନିରୀକ୍ଷକ ଓ ଜିଲ୍ଲାପାଳ ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ଦାବିହୋଇଛି ।

















