No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୧ ଜୁଲାଇ ବୁଧବାର ) ହିଞ୍ଜିଳିକାଟୁ :- ହିଞ୍ଜିଳିକାଟୁ ପୈାରାଞ୍ଚଳ ବଇଞ୍ଚବଣିଆ ପାବନ ଶ୍ରୀକ୍ଷେତ୍ର ସ୍ଥିତ ପାବନ ଶ୍ରୀକ୍ଷେତ୍ରାଧିପତି ଶ୍ରୀ ବଳଭଦ୍ର, ଶ୍ରୀ ଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ଶ୍ରୀ ସୁଦର୍ଶନ ଚତୁର୍ଦ୍ଧାମୂର୍ତ୍ତି ୧୦ ଦିନ ଯାତ୍ରା ସମାପ୍ତ ପରେ ବୁଧବାର ସୁନାବେଶ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପୈାରାଞ୍ଚଳ ପାବନ ଶ୍ରୀକ୍ଷେତ୍ରରେ ଶ୍ରୀ ଜଗନ୍ନାଥ ମନ୍ଦିର ପୁରୀ ଶ୍ରୀକ୍ଷେତ୍ର ପଦାଙ୍କ ଅନୁସରଣରେ ଠାକୁର ମାନଙ୍କୁ ସୁବେଶ ସମ୍ପାଦନ କରାଯାଇ ଥାଏ । ଏଣୁ ସ୍ଥାନୀୟ ଅଞ୍ଚଳର ପାବନ ଶ୍ରୀକ୍ଷେତ୍ରର ଦିଅଁ ମାନେ ବେଶର ଠାକୁର ବୋଲି ଜନମୁଖରେ ପ୍ରସାରିତ । ମନ୍ଦିରର ମୁଖ୍ୟ ପୂଜକ ପଣ୍ଡିତ କୃଷ୍ଣଚନ୍ଦ୍ର ପଣ୍ଡା ଠାକୁର ମାନଙ୍କୁ ନାନା ବେଶରେ ସୁସଜ୍ଜିତ କରି ନିଷ୍ଠାପର ଭାବେ ପୂଜାର୍ଚ୍ଚନା ସମ୍ପାଦନ କରି ଆସୁଥିବାରୁ ବେଶ ଜନାଦୃତ ଶ୍ରୀ ଜଗନ୍ନାଥ ସେବକ ଭାବେ ସଦା ପ୍ରଶଂସିତ ।
ଆଜିର ଆକର୍ଷଣୀୟ ସୁନାବେଶ ରଥ ଉପରେ କରାଯିବାର ପ୍ରଥା ରହିଥିଲେ ମଧ୍ୟ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ପ୍ରଶାସନିକ କଟକଣାକୁ ଆଖି ଆଗରେ ରଖି ମନ୍ଦିର ପରିସରସ୍ଥ ଅସ୍ଥାୟୀ ଆଡପ ମଣ୍ଡପରେ ଶ୍ରୀ ଗୁଣ୍ଡିଚା ରଥଯାତ୍ରା ଠାରୁ ବିଜେ କରିଥିବା ଚତୁର୍ଦ୍ଧାମୂର୍ତ୍ତି ସୁନାବେଶରେ ଦର୍ଶନ ଦେଇଛନ୍ତି । କୋଭିଡ କଟକଣା ମାର୍ଗଦର୍ଶିକା ଅନୁସାରେ ଭକ୍ତ ମାନେ ମାସ୍କ ପରିଧାନ ସାମାଜିକ ଦୂରତା ରକ୍ଷା କରି ଅପରାହ୍ନ ୩ଘଣ୍ଟା ଠାରୁ ରାତି ୮ ଟା ପର୍ଯ୍ୟନ୍ତ ଦର୍ଶନ କରିବାର ସୁଯୋଗ ପାଇଥିଲେ ।
ମନ୍ଦିର ପ୍ରଶାସନ ସେବକ ନିର୍ମଳ ମିଶ୍ରଙ୍କ ସମେତ ସଭାପତି ସେବକ ଜଗନ୍ନାଥ ସାହୁ, ସମ୍ପାଦକ ସେବକ ଲୋକନାଥ ସାହୁ, ନିଧି ସେବକ ହରିହର ପଣ୍ଡା, ଉପ ପ୍ରଶାସନିକ ସେବକ କୈଳାସ ସାବତ, ସେବାୟତ ସରୋଜ ନନ୍ଦ, ଉମାଶଙ୍କର ପଣ୍ଡା, ଶିଶିର ପଣ୍ଡା, ପଣ୍ଡିତ ହାଡୁ ମିଶ୍ର, ଦଇତାପତି ସେବକ ମନମୋହନ ଦାଶ, ଅଶୋକ ସାମନ୍ତରା, ମନୋଜ ସାହୁ, ଯୁଗଳ ପଣ୍ଡା, ଜଗନ୍ନାଥ ସାହୁଙ୍କ ସମେତ ପ୍ରଶାସନ ସେବାର ସେବକ ମାନେ ସୁନାବେଶ ଉତ୍ସବ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
(ରିପୋର୍ଟ/ ଶୁସାନ୍ତ ପ୍ରଧାନ, ହିଞ୍ଜିଳିକାଟୁ)
No Result
View All Result