No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୯ ଜୁଲାଇ ସୋମବାର) ବାଙ୍କୀ :-ବିଧବାମହିଳାମାନଙ୍କ ଉନ୍ନତି ସଂପର୍କରେ ସାରା ଦେଶରେ ମହିଳା ଶକ୍ତି ସେବା ଟ୍ରଷ୍ଟ ଆଗେଇ ଆସିଥିବା ବେଳେ ଓଡ଼ିଶାରେ ମଧ୍ୟ ସଂଗଠନ ତାର ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏ ଅବସରରେ ବାଙ୍କୀ ବିକାଶ ମଞ୍ଚର ସଭାପତି ଶୁଭ୍ରାଂଶୁ ମୋହନ ପାଢ଼ୀଙ୍କ ତତ୍ୱାବଧାନରେ ବାଙ୍କୀ ଉପଖଣ୍ଡରେ ଟ୍ରଷ୍ଟ ତାର କାର୍ଯ୍ୟକ୍ରମ ଆରମ୍ଭ କରିଛି । ଆୟୋଜିତ ବୈଠକରେ ବାଙ୍କୀ ଉପଖଣ୍ଡର ବାଙ୍କୀ ଓ ଡମପଡ଼ା ବ୍ଲକ ଓ ବାଙ୍କୀ ଏନ୍.ଏ.ସି ଅଞ୍ଚଳର ସ୍ୱେଚ୍ଛାସେବୀମାନେ ଯୋଗଦେଇଥିଲେ । ଟ୍ରଷ୍ଟର ଜିଲ୍ଲା ସଭାପତି ଲିଙ୍ଗରାଜ ପତି , ସାଧାରଣ ସଂପାଦକ ହୃଦୟ ବଲ୍ଲଭ ରାୟ, କଟକ ଜିଲ୍ଲା ସମିତି ମହିଳା ସ୍ୱେଚ୍ଛାସେବୀ ସଭାପତି ପୂର୍ଣ୍ଣିମା ମିଶ୍ର, ସାଧାରଣ ସଂପାଦକ ପ୍ରଭାମୟୀ ମିଶ୍ର ପ୍ରମୁଖ ସ୍ୱେଚ୍ଛାସେବୀମାନଙ୍କୁ ମାର୍ଗ ଦର୍ଶନ ଦେଇଥିଲେ । ଏହି ବୈଠକରେ ଯୁବ ସମାଜସେବୀ ସଂଗ୍ରାମ ବିଭୂତି ରାୟ ସଭାପତିତ୍ୱ କରିଥିଲେ ।
ଜିଲ୍ଲା ସଭାପତି ଲିଙ୍ଗରାଜ ପତି ଉଦ୍ବୋଦନ ଦେଇ ଟ୍ରଷ୍ଟର ନୀତି , ଆଦର୍ଶ ଓ ମହିଳା ଶକ୍ତିର ଆଗାମୀ ଦିନରେ କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରାଇଥିଲେ । ସମ୍ମାନୀତ ଅତିଥି ଭାବେ ସାଧାରଣ ସଂପାଦକ ହୃଦୟ ବଲ୍ଲବ ରାୟ, ଅସହାୟ ମହିଳାମାନଙ୍କୁ ସେବା ଯୋଗାଇ ଦେବା ନିମନ୍ତେ ସ୍ୱଚ୍ଛତା ଅବଲମ୍ବନ କରି ସମାଜ ସଂସ୍କାରକ ହେବା ପାଇଁ ଆହ୍ୱାନ ଦେଇଥିଲେ । ଶ୍ରୀମତୀ ପୂର୍ଣ୍ଣିମା ମିଶ୍ର ସମାଜ ସେବାରେ ମହିଳାମାନଙ୍କ ଭୂମିକା ସଂପର୍କରେ ଅବଗତ କରାଇଥିଲେ । ଅନ୍ୟତମ ଅତିଥି ଶ୍ରୀମତୀ ପ୍ରଭାମୟୀ ମିଶ୍ର ସମସ୍ତ ସ୍ୱେଚ୍ଛାସେବୀ, ସମାଜ ସେବାରେ ଶକ୍ତ ସମାଜ ଗଠନରେ ସହାୟକ ହେବାପାଇଁ ଆହ୍ୱାନ ଦେଇଥିଲେ । ଏହି ବୈଠକରେ ସିନ୍ଧୁ ବାଳା ପଣ୍ଡା, ସଂଜୟ ରଣା, ଦିଲ୍ଲୀପ୍ ଦାଶ, ରଞ୍ଜନ ରାଉତ,ବାନାମ୍ବର ବେଉରା, ରଶ୍ମୀତା ବେହେରା, ଟୁମି ସାହୁ, ଲକ୍ଷ୍ମୀପ୍ରସାଦ ରାଉତ, ଉତ୍କଳମଣୀ ମନ୍ତ୍ରୀ, ସରୋଜିନୀ ବେହେରା, ଚିନ୍ମୟ ମହାପାତ୍ର, ଅଜୟ ପଟ୍ଟନାୟକ, ରଶ୍ମୀତା ବେହେରା, ରାଧାରମଣୀ ଜେନା, ଲକ୍ଷ୍ମୀଧର ବେହେରା, ସୀତାକାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
No Result
View All Result