No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୯ ଜୁଲାଇ ସୋମବାର) ଭୁବନେଶ୍ୱର ଏକାମ୍ର /ରିପୋର୍ଟ ଅଭିମନ୍ୟୁ :- ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ର ଜାତୀୟ ରାଜପଥ ୨୦୩ ଠାରୁ ଲିଙ୍ଗିପୁର ରାସ୍ତା ଓ ଡ୍ରେନ ନିର୍ମାଣ କାର୍ଯ୍ୟର ଭିତ୍ତିପ୍ରସ୍ତର, ନାଥପୁର୍ ପ୍ରାଥମିକ ବିଦ୍ୟାଳୟ ର ପ୍ରାଚେରୀ ଓ ମୁଖ୍ୟ ଦ୍ଵାର ର ଉଦ୍ଘାଟନ, ସିଦ୍ଧି ମଣ୍ଡପ ଠାରୁ ଲିଙ୍ଗରାଜ ନଗର ଡ୍ରେନ ର ଭିତ୍ତିପ୍ରସ୍ତର, ଜାଡୁମଲ୍ଲି ଓ ତାରକେଶ୍ୱର୍ ମନ୍ଦିର ପ୍ରାଙ୍ଗଣ ରେ ବୃକ୍ଷରୋପଣ, ଅପରାହ୍ନରେ ଟାଉନ କ୍ଲବ ଖେଳ ପଡିଆ ରେ ନୂତନ ଗୃହ ଉଦ୍ଘାଟନ ପ୍ରଭୂତି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଦ୍ଵାରା ଶିଳାନ୍ୟାସ ଓ ଉଦ୍ଘାଟନ ହୋଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ପଞ୍ଚାୟତ ସମିତି ଅଧ୍ୟକ୍ଷ ଅବିନାଶ ପଟ୍ଟନାୟକ, ଜିଲ୍ଲା ପରିଷଦ ସଭ୍ୟା ଦିପ୍ତିମୟୀ ସୁନ୍ଦରାୟ, ସରପଞ୍ଚ ରୀନାମଣି ବେହେରା, ଇତିଶ୍ରୀ ଚମ୍ପତି, ସମିତି ସଭ୍ୟ ରଜନୀ ଦାସ, ରଶ୍ମିତା ଶ୍ରୀଚନ୍ଦନ,ପୁର୍ବତନ କର୍ପୋରେଟର ରାଜେନ୍ଦ୍ର ସମର୍ଥା, ସମାଜ ସେବୀ ମନୋରଞ୍ଜନ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ,ରାଜେନ୍ଦ୍ର ସାହୁ, କୁଞ୍ଜବିହାରୀ ସ୍ୱାଇଁ, କ୍ଷୀରୋଦ ପ୍ରଧାନ,ପ୍ରକାଶ ସ୍ବାଇଁ, ସଚ୍ଚିତାନନ୍ଦ ସାମନ୍ତରାୟ, ଦାଶରଥି ଗରାବଡୁ ପ୍ରମୁଖ ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲେ।
No Result
View All Result