No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୮ ଜୁଲାଇ ରବିବାର ) ନୟାଗଡ଼ :- ସ୍ଥାନୀୟ ଡିଆରଡିଏ ସଭାକକ୍ଷରେ ନୟାଗଡ଼ କ୍ଳବ୍ ର ସାଧାରଣ ଅଧିବେଶନ କ୍ଳବ୍ ର ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ କ୍ଳବ୍ ର ମୂଳ ଲକ୍ଷ୍ଯ ଓ ଆଭିମୁଖ୍ୟ ବିଷୟରେ ସମସ୍ତ ସଦସ୍ଯ ପ୍ରଥମେ ଜାଣିବା ପାଇଁ ପରାମର୍ଶ ଦେଇଥିଲେ। ସମସ୍ତ ସଦସ୍ଯ ମାନେ ନିଷ୍ଠାର ସହିତ କାମକଲେ କ୍ଳବ୍ ର ଉନ୍ନତି ନିଶ୍ଚୟ ହେବ ବୋଲି ବକ୍ତବ୍ଯ ରଖିଥିଲେ ।

ଏହି ସଭାରେ କ୍ଳବ୍ ର ଉପସଭାପତି ଅରୁଣ କୁମାର ମହାନ୍ତି, ସଂପାଦକ ମିହିର ରଂଜନ ନାୟକ ମଞ୍ଚାସୀନ ଥିଲା ବେଳେ କ୍ଳବ୍ ର କୋଷାଧ୍ୟକ୍ଷ ଶ୍ରୀଧର ସାହୁ, ଯୁଗ୍ମ ସଂପାଦକ ହିମାଂଶୁ ପଟ୍ଟନାୟକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଲୋକନାଥ ସାହୁ, ନୟାଗଡ଼ ବ୍ଳକ ଉପାଧ୍ୟକ୍ଷ ସୁବାସ ଚନ୍ଦ୍ର କଅଁର, ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନା, ନୟାଗଡ଼ ମହାବିଦ୍ୟାଳୟର ଅଧ୍ଯକ୍ଷ ସୁରେଶ ଚନ୍ଦ୍ର ପ୍ରଧାନ, ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟ, ଇଟାମାଟିର ଅଧ୍ଯକ୍ଷ ଅଶୋକ କୁମାର ନାୟକ,ଡିଜିଟାଲ ପ୍ରେସ୍ ମିଡିଆର ଅଧ୍ଯକ୍ଷ ଅନଓ୍ବାର ଅଲ୍ଲୀ,ସମାଜସେବୀ ପୂର୍ଣ୍ଣ ଚନ୍ଦ୍ର ନାୟକ ଆଦି ବହୁ ସଦସ୍ଯ ଯୋଗଦେଇଥିଲେ। ପରିଶେଷରେ ସଂପାଦକ ଶ୍ରୀଯୁକ୍ତ ନାୟକ ଧନ୍ଯବାଦ ଅର୍ପଣ କରିଥିଲେ। (ରିପୋର୍ଟ -ରାମକୃଷ୍ଣ ରଥ )
No Result
View All Result