No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୧୮ ଜୁଲାଇ ରବିବାର ) ହିଞ୍ଜିଳିକାଟୁ :- ହିଞ୍ଜିଳି ଥାନା ଆଖପାଖ ଫାଣ୍ଡି ଅଞ୍ଚଳରେ ହିଞ୍ଜିଳି ପୁଲିସ ଶନିବାର ସନ୍ଧ୍ୟାରେ ଅର୍ତ୍ତକିତ ଚଢ଼ାଉ କରି ୨ପୃଥକ ସ୍ଥାନରୁ ବିଭିନ୍ନ ବ୍ରାଣ୍ଡର ପ୍ରାୟ ୧୦ ଲିଟର ବିଦେଶୀ ମଦ ଜବତ କରିଛି । ବେଆଇନ ଭାବେ ମଦ ବିକ୍ରି କରୁଥିବା ଅଭିଯୋଗରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି । ଗିରଫ ମାନେ ହେଲେ ଆଡପଡା ଫାଣ୍ଡି ପେଣ୍ଡୁରାଲୁଣ୍ଡି ଗ୍ରାମର ସୋନୁ ପୃଷ୍ଟି ଓ ଉତ୍ତମ ପ୍ରଧାନ । ଏ ନେଇ ହିଞ୍ଜିଳି ଥାନାରେ ନଂ- ୩୬୯ଓ ୩୭୦/୨୧ରେ ୨ ଟି ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି ।
ଆଗାମୀ ଦିନରେ ଚୋରା ମଦ କାରବାର କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ଥାନା ଆଇଆଇସି ଦାସଙ୍କ ନେତୃତ୍ୱରେ ଆଡପଡା ଫାଣ୍ଡି ଅଧିକାରୀ ରାଜନ ବିଷୋୟୀ, ଏସ ଆଇ ବାସୁଦେବ ଭୋଇ, ଗୋପାଳ କୃଷ୍ଣ ଆଗୁପାତ୍ର, ହାବିଲଦାର ପ୍ରମୋଦ କୁମାର ଗନ୍ତାୟତ, କନେଷ୍ଟବଳ ବସନ୍ତ ଉପାଧ୍ୟାୟ ପ୍ରମୁଖ ଚଢ଼ାଉରେ ଅଂଶ ଗ୍ରହଣ କରିଥିଲେ । ( ରିପୋର୍ଟ – ଶୁସାନ୍ତ ପ୍ରଧାନ )
No Result
View All Result