No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୧୮ ଜୁଲାଇ ରବିବାର ) ହିଞ୍ଜିଳିକାଟୁ :-ଲଗାତାର ବୃଦ୍ଧି ପାଉଥିବା ପେଟ୍ରୋଲ, ଡିଜେଲ୍, ଗ୍ୟାସ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧି ପ୍ରତିବାଦରେ ହିଞ୍ଜିଳି କଂଗ୍ରେସ ପକ୍ଷରୁ ଶନିବାର ଏକ ସାଇକେଲ ରାଲିର ଆୟୋଜନ କରାଯାଇଥିଲା । ନଗର କଂଗ୍ରେସ ସଭାପତି ସୁନାରାମ ସାବତଙ୍କ ନେତୃତ୍ବରେ ଦଳୀୟ କର୍ମୀ ମାନେ ହାତରେ ଦଳୀୟ ପତକା ଧରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ସ୍ଳୋଗାନ ସହ ହିଞ୍ଜିଳି ଗ୍ରାମରୁ ସାଇକେଲ ରାଲିରେ ବାହାରି ନଗର ପରିକ୍ରମା କରିଥିଲେ ।

ପରିଶେଷରେ ସ୍ଥାନୀୟ ପୈାରାଞ୍ଚଳ ପରିବା ବଜାର ସ୍ଥିତ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ଏକ ପଥପ୍ରାନ୍ତ ସଭାର ଆୟୋଜନ କରାଯାଇଥିଲା । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରାବାଜି କରାଯିବା ସହ ପେଟ୍ରୋଲ ଓ ଡିଜେଲ ଉପରୁ ଟିକସ ହ୍ରାସ କରାଯିବାକୁ ଦାବି କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ବ୍ଲକ ସଭାପତି ଶିବରାମ ପ୍ରଧାନ, ଶେରଗଡ଼ ବ୍ଲକ ସଭାପତି କୁନା ବିଷୋୟୀ, ଯୁବନେତା କହ୍ନେୟାଲାଲ ସାବତ ( କାହ୍ନ ), ମନୋଜ କୁମାର ଗୌଡ଼, ପବିତ୍ର ସେଠି, ସାଗର ଦାସ, ରାଜେଶ ସେଠି,କାଳିଆ ପାଣିଗ୍ରାହୀ ଓ ଛାତ୍ର ନେତା ଚନ୍ଦନ କୁମାର ପାଢ଼ୀ , ଶ୍ରୀକାନ୍ତ, ବଣ୍ଟି ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ । ( ରିପୋର୍ଟ – ଶୁସାନ୍ତ ପ୍ରଧାନ )
No Result
View All Result