No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୭ ଜୁଲାଇ ଶୁକ୍ରବାର ) ହିଞ୍ଜିଳିକାଟୁ :- ଏକ ନୂତନ ଓଡିଶା ଗଠନ ଦିଗରେ ରାଜ୍ୟ ସରକାର ବିବିଧ ପଦକ୍ଷେପ ଗ୍ରହଣ କରିଛନ୍ତି।ପ୍ରଶାସନ କାର୍ଯ୍ୟ ପଦ୍ଧତି ଅପେକ୍ଷା ଲୋକଙ୍କ ମଙ୍ଗଳ ସକାଶେ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ।ସାଧାରଣ ଜନତା ଯେପରି ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନାରେ ଉପକୃତ ହୋଇପାରିବେ ସେଥିପାଇଁ ସଦା ସର୍ବଦା ନିଜ ଉଦ୍ୟମ ଜାରି ରଖିଛନ୍ତି।

ଏହି କ୍ରମରେ ରାଜ୍ୟ ମୁଖିଆଙ୍କ ଗଡ଼ ହିଞ୍ଜିଳିରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସପଯୋଗୀ ଉନ୍ନତ ଗୃହ, ବାର୍ଦ୍ଧକ୍ୟ ଭତ୍ତା ଓ ଶ୍ରମିକ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁଙ୍କ ତତ୍ତ୍ୱାବଧାନରେ ପୌର କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଡିଆରଡିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ନିମନ୍ତ୍ରିତ ଅତିଥି ଭାବେ ତହସିଲଦାର ପ୍ରଭାତ କୁମାର ପରିଡା, ନଗର ବିଜେଡ଼ି ସଭାପତି ଭୀମସେନ ବେହେରା, ପୂର୍ବତନ ପୈାର ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ପଲେଇ, ପୂର୍ବତନ ନଗରପାଳ ଶିବରାମ ଗୌଡ଼, ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ ଓ ବିଜେଡ଼ି ନେତା ସରୋଜ କୁମାର ପଣ୍ଡା, ଯୁବ ବିଜେଡ଼ି ସମ୍ପାଦକ ପ୍ୟାରୀମୋହନ ପାଢି ପ୍ରମୁଖ ମଞ୍ଚସିନ ଥିଲେ।

ଏହି ଅବସରରେ୨୧ ଜଣକୁ ବାର୍ଦ୍ଧକ୍ୟ ଭତ୍ତା,୩୯ଜଣକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ କାର୍ଯ୍ୟାଦେଶ ଓ ୧୮ ଜଣଙ୍କୁ ଶ୍ରମିକ କାର୍ଡ ପ୍ରଦାନ କରାଯାଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ସଂଧ୍ୟାରଣୀ ପଟ୍ଟନାୟକ, ଛବି ନାରାୟଣ ପଣ୍ଡା, ଭଙ୍ଗୀ ମହାପାତ୍ର, କନିଷ୍ଠ ଯନ୍ତ୍ରୀ ଦିଲ୍ଲୀପ କୁମାର ମିଶ୍ର, ସୁଶାନ୍ତ କୁମାର ବେହେରା, ସୁରେନ୍ଦ୍ର ଗୌଡ଼, କିଶନ ପାତ୍ର, ମନୋଜ ନାୟକ, ଲିପ୍ସା ରାଣୀ ପାତ୍ର, ଅଭିଜିତ ପୁରୋହିତ, ମାନସ ରଞ୍ଜନ ବିନ୍ଧାଣି ଓ ସୁନିଲ ନାହାକଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ( ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result