No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୬ ଜୁଲାଇ ଶୁକ୍ରବାର ) ପଦ୍ମପୁର :- ମହାମାରୀ କରୋନା ଲୋକଙ୍କୁ ବହୁ ଅତିଷ୍ଟ କରି ଦେଲାଣି l ଏହାକୁ ଦୃଷ୍ଟିରେ ରଖି ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଚାରୋଟି ରଥ,କରୋନା ସଚେତନତା ରଥ ଗଡୁଛି l ଆଜି ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରୁ ଜନସାଧାରଣ ଙ୍କୁ ସଚେତନତା କରିବାପାଇଁ ରଥ ବାହାରି ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଯାଉଥିବା ବୁକୁରାମୁଣ୍ଡା, ଲହଙ୍ଗୀର,ପଲସାନୀ,କୁର୍ରିଚୁଆଁ ତଥା ମହୁଲପାଲି ଏହି ୫ ଗୋଟି ଗ୍ରାମରେ ମାକ୍ସ ସଦାସର୍ବଦା ବ୍ୟବହାର, ସାମାଜିକ ଦୂରତା ପାଳନ,ଅଜଥାଟାରେ ବୁଲାବୁଲି କରିବା ବାରଣ, ସାବୁନ ରେ ବାରମ୍ବାର ହାତ ଧୋଇବା ଇତ୍ୟାଦି ଧାରା କୁ ଯଦି ଆମେ ପାଳନ କରିବା ତେବେ ଆମ ଛାଇ କୁ କୈାଣସି ସଂକ୍ରମିତ ରୋଗ ମାଡି ପାରିବ ନାହିଁ ବୋଲି ମାଇକ ଯୋଗେ ପ୍ରଚାର ଓ ପ୍ରଚାର ପତ୍ର ବଣ୍ଟା ଯାଇଥିଲା l
ଏ ପରିପ୍ରେକ୍ଷୀରେ ସକାଳୁ ଏହି କରୋନା ରଥ ବାହାରିବା ପୂର୍ବରୁ ବୁକୁରାମୁଣ୍ଡା ସ୍ୱାସ୍ଥ୍ୟ ଉପକେନ୍ଦ୍ରର କାର୍ଯ୍ୟରତ ମହିଳା ସ୍ବାସ୍ଥ୍ୟକର୍ମୀ ଶ୍ରୀମତୀ କବିତାଞ୍ଜଳୀ ଦାଶ ରଥ ସମ୍ମୁଖରେ କଳସ ଜାଗର ଓ ଧୂପଦୀପ ନୈବେଦ୍ୟ ସହ ପୂଜାର୍ଚ୍ଚନା କଲାପରେ ରଥ ଗଢିବାରେ ଲାଗିଲା lଏହି ମହତ କାର୍ଯ୍ୟକ୍ରମ ରେ ପ୍ରାୟ ଅଂଚଳର ସମସ୍ତ ସ୍ୱୟଂ ସହାୟିକା ଗୋଷ୍ଠୀ ର ଦୁଇଜଣ ଲେଖାଁଏ ସଦସ୍ୟା ସମେତ ଗୋଷ୍ଠୀ ସହାୟିକା ଶ୍ରୀମତୀ ଅଯୋଧ୍ୟା ପ୍ରଧାନ, ଡାକ୍ତର ସେବାବ୍ରତ ମେହେର, ଅଙ୍ଗନବାଡ଼ି କର୍ମୀ ସୁବାସିନୀ ଜାଲ, ଆଶାକର୍ମୀ ପଦ୍ମା ବିଶ୍ୱାଳଙ୍କ ସମେତ ସଚେତନତା ରଥ ର ସାରଥି ଶ୍ରୀ ଲଲିତ ଜଗତ ପ୍ରମୁଖ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ ର ସମସ୍ତ ଖର୍ଚ୍ଚ ସମସ୍ତ ଗ୍ରାମ ରେ ଥିବା ଗାଁ କଲ୍ୟାଣ ସମିତି ବହନ କରୁଛି ବୋଲି ପିଏଚଇଓ ଶ୍ରୀ ତୁଷକୁମାର ଚନ୍ଦ୍ରକାର ଙ୍କ ଠାରୁ ପ୍ରକାଶ । (ରିପୋର୍ଟ – ନିରୋଜ କୁମାର ପାଣୀ )
No Result
View All Result