No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୭ ଜୁଲାଇ ଶୁକ୍ରବାର ) ହିଞ୍ଜିଳିକାଟୁ :- ଗୁରୁବାର ସନ୍ଧ୍ୟାରେ ହିଞ୍ଜିଳି ଥାନା ବଲରାମପୁର ଗ୍ରାମ ଘୋଡାହଡ଼ ସେତୁ ନିକଟରେ ଟ୍ରାକ୍ଟର ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ସଂପୃକ୍ତ ଗ୍ରାମ ଗଉଡ ସାହିର ଗୌରା ଗୌଡ଼(୬୫)। ପ୍ରକାଶ ଯେ, ଗୁରୁବାର ସନ୍ଧ୍ୟାରେ ବୃଦ୍ଧ ଜଣକ ସାଇକେଲ ଯୋଗେ କୁରୁଳା ଗ୍ରାମ ଅଭିମୁଖେ ଯାଉଥିବା ବେଳେ କୁରୁଳା ସେତୁ ଠାରୁ ଅଲାରିଗଡ଼ ମୁଖ୍ୟ ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଏକ ଟ୍ରାକ୍ଟର (ଓଡି୦୭ ୯୩୬୮) ବିପରୀତ ଦିଗରୁ ଆସି ସାଇକେଲକୁ ଧକ୍କା ଦେଇଥିଲା । ଦୂର୍ଘଟଣାରେ ବୃଦ୍ଧ ଜଣକ ଗୁରୁତର ଆହତ ହୋଇଥିଲେ । ଖବର ପାଇ ପରିବାର ଲୋକେ ଘଟଣା ସ୍ଥଳରୁ ଗୁରୁତର ବୃଦ୍ଧଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।ସେଠାରେ ଡାକ୍ତର, ବୃଦ୍ଧଙ୍କୁ ମୃତ ଘୋଷଣା କରିଥିଲେ ।
ଦୁର୍ଘଟଣା ଘଟାଇ ଘଟଣା ସ୍ଥଳରୁ ଚାଳକ ଫେରାର ହୋଇଯାଇଥିବା ଗ୍ରାମବାସୀ କହିଛନ୍ତି।ପରେ ଉତ୍ତ୍ୟକ୍ତ ଗ୍ରାମବାସୀ କୁରୁଳା ଓ ହିଞ୍ଜିଳିକାଟୁ ମୁଖ୍ୟ ରାସ୍ତାରେ ଟାୟାର ଜାଳି ଓ ବାଉଁଶ ବାଡ ବାନ୍ଧି ଟ୍ରାକ୍ଟର ଚାଳକକୁ ଗିରଫ ସହ କ୍ଷତିପୂରଣ ଦାବୀ ଜିଦରେ ଅଟଳ ରହିଛନ୍ତି। ଶବ ବ୍ୟବଚ୍ଛେଦ ପରେ ଶୁକ୍ରବାର ଅପରାହ୍ନ ସମୟରେ ଗାଁରେ ଶବ ପହଞ୍ଚିବା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ଶବଗାଡି ଅଟକାଇ କ୍ଷତିପୂରଣ ଦାବୀ କରି ପୁଣି ରାସ୍ତା ଅବରୋଧ କରିଥିଲେ। ଖବର ପାଇ ସ୍ଥାନୀୟ ହିଞ୍ଜିଳି ଥାନା ଏସଆଇ ବାସୁଦେବ ଭୋଇ,ଏଏସଆଇ ରାଜନ ବିଷୋୟୀ,ଏସ ଆଇ ଗୋପାଳ କୃଷ୍ଣ ଆଗୁ ପାତ୍ର ଓ ପୁଲିସ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲା। ଫଳରେ ରାସ୍ତା ଅବରୋଧ ହଟି ସ୍ୱାଭାବିକ ଅବସ୍ଥାକୁ ଫେରିଥିଲା।ଗ୍ରାମବାସୀଙ୍କ ସହ ଆଲୋଚନା କରି ପୁଲିସ ସେମାନଙ୍କ ଦାବି ପ୍ରତି ପ୍ରତିଶ୍ରୁତି ଦେଇ ଟ୍ରାକ୍ଟରକୁ ଜବତ କରିଛି। ଏନେଇ ହିଞ୍ଜିଳି ଥାନାରେ ନଂ – ୩୬୬/୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ସୂଚନା ଦେଇଛନ୍ତି । ( ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result