No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୬ ଜୁଲାଇ ଶୁକ୍ରବାର) ରଣପୁର :- ଆଜି ସକାଳ ୦୮.୩୦ମିନିଟ୍ ସମୟରେ ନୟାଗଡ଼ ଜିଲ୍ଲାର ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ଶ୍ରୀ ଈଶ୍ୱର ବିଶୋଇଙ୍କ ଦେହାନ୍ତ ଘଟିଛି । ସେ ରଣପୁର ବ୍ଲକର ମଝିଆଖଣ୍ଡ ଗ୍ରାମରେ ତା. ୧୧.୧୧.୧୯୨୧ରେ ଜନ୍ମ ଗ୍ରହଣ କରିଥିଲେ । ସେ ୧୯୪୩ ମସିହାରେ ଆଜାଦହିନ୍ଦ୍ ଫୌଜରେ ଯୋଗ ଦେଇଥିଲେ । ୧୯୪୫ ମସିହା ମେ ୬ ତାରିଖ ଦିନ ତାଙ୍କୁ ବନ୍ଦୀ କରି ଇଂରେଜ ସରକାର ରେଙ୍ଗୁନ୍ ଜେଲରେ ରଖିଥିଲେ ଏବଂ ପରେ ପରେ ରେଙ୍ଗୁନ୍ ସେଂଟ୍ରାଲ ଜେଲରେ ୧୧ମାସ ବନ୍ଦୀ ରହି ୧୯୪୬ ମସିହା ଏପ୍ରିଲ ୨୭ତାରିଖରେ ମୁକ୍ତିଲାଭ କରିଥିଲେ ।
୨୦୧୫ ଓ ୨୦୧୮ ମସିହାରେ ସେ ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନୀତ ହୋଇଥିଲେ । ଗତବର୍ଷ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ରାନ୍ତି ଦିବସ ଅବସରରେ ଶ୍ରୀ ବିଶୋଇଙ୍କୁ ରାଷ୍ଟ୍ରପତି ପଦତ୍ତ ମାନପତ୍ର ତାଙ୍କ ବାସଭବନରେ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଜିଲ୍ଲାପାଳ ଡ ପୋମା ଟୁଡୁ ଗଭୀର ଶୋକ ପ୍ରକାଶ କରିଛନ୍ତି ତାଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ମର୍ମାହତ । ତାଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ମୁଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି ।
No Result
View All Result