No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ଜୁଲାଇ ଗୁରୁବାର ) ନୟାଗଡ଼ :- ଓଡ଼ଗାଁ ବ୍ଲକ ର ସମସ୍ତ ଘରୋଇ ବିଦ୍ୟାଳୟର କର୍ମ କର୍ତ୍ତା ଙ୍କୁ ନେଇ କାର୍ଯ୍ୟକାରୀ ସଭାପତି ଶ୍ରୀ ଅବିନାଶ ସାହୁ ଙ୍କୁ ଆବାହକତ୍ୱରେ ଓଡ଼ଗାଁ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ଗୀତାଞ୍ଜଳି ସାହୁ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ବର୍ତ୍ତମାନ କୋଭିଡ ପାଇଁ ପ୍ରାୟ ସମସ୍ତ ବେସରକାରୀ ବିଦ୍ୟାଳୟର ଅବସ୍ଥା ଭଲ ନଥିବାବେଳେ ଏଥିରେ କାର୍ଯ୍ୟରତ ଗୁରୁଜୀ ଗୁରୁମା ତଥା କର୍ମଚାରୀମାନେ ପ୍ରାୟ ଦେଢ଼ ବର୍ଷ ହେଲା କୌଣସି ଆର୍ଥିକ ସହଯୋଗ ପାଉନାହାନ୍ତି। ସେମାନଙ୍କ ଅବସ୍ଥା କହିଲେ ନ ସରେ ।
ଘରୋଇ ସ୍କୁଲର ଏଭଳି ଦୁର୍ଦ୍ଦିନ ସମୟରେ ବିନା ଟି. ସି. ରେ ବ୍ଲକର ପ୍ରାୟ ସମସ୍ତ ସରକାରୀ ବିଦ୍ୟାଳୟରେ ଘରୋଇ ସ୍କୁଲ ଶିଶୁ ମାନଙ୍କର ନାମ ଲେଖା ଚାଲିଛି । ତେଣୁ ଏଭଳି ପରିସ୍ଥିତି ରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ବିନା ଟି. ସି. ରେ ନାମ ନ ଲେଖାଇବା ପାଇଁ ସରକାରୀ ସ୍କୁଲକୁ ନିର୍ଦ୍ଦେଶ ଦେବା ନିମିତ୍ତ ଅନୁରୋଧ କରାଯାଇଥିଲା । ଏଥିରେ ସମ୍ପାଦକ ରଞ୍ଜିତା ରାଣୀ ଷଡ଼ଙ୍ଗୀ ଏବଂ ବ୍ଲକର ସମସ୍ତ ବେସରକାରୀ ବିଦ୍ୟାଳୟର କର୍ମକର୍ତ୍ତା ଉପସ୍ଥିତ ଥିଲେ । (ରିପୋର୍ଟ -ରାମକୃଷ୍ଣ ରଥ )
No Result
View All Result