• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆଇସିଆଇସିଆଇ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶାରେ ୧୦୦ ଅକ୍ସିଜେନ୍‌ କନ୍‌ସେଟ୍ରେଂଟର ଦାନ କରାଯିବ

Proprietor Abhimanyu Maharana by Proprietor Abhimanyu Maharana
July 15, 2021
in ଓଡ଼ିଶା, ମହାନଗର, ହୋମ୍
0
ଗହଣା କ୍ଷେତ୍ରକୁ ସହଜ ଋଣ ପ୍ରଦାନ ଲାଗି ଗୋଦ୍‌ରେଜ୍ ସିକ୍ୟୁରିଟି ସଲ୍ୟୁସନ୍ସ ଓ ଆଇସିଆଇସିଆଇ ବ୍ୟାଙ୍କ ମଧ୍ୟରେ ସହବନ୍ଧନ
Share on FacebookShare on TwitterWhatsapp

 ଏହି କନସେଟ୍ରେଂଟରଗୁଡ଼ିକ ୯ଟି ଜିଲ୍ଳ।।ର ଥିବା ହସ୍ପିଟାଲ୍‌ ଗୁଡ଼ିକ ପାଇବେ

 କଠିନ ପଥ ବିଣିଷ୍ଟ ହିମାଳୟ ଅଂଚଳ ଓ ଦେଶର ଦୁର୍ଗମ ଆଦିବାସୀ ଅଂଚଳ ପାଇଁ ୧୮୦୦ ଅକ୍ସିଜେନ୍ କନ୍‌ସେଟ୍ରେଂଟର ଯୋଗାଇ ଦେବା ଲାଗି ଆଇସିଆଇସିଆଇ ଫାଉଣ୍ଡେସନ ଅଭିଯାନର ଏହା ଏକ ଅଂଶ

ଓଡ଼ିଶା ତାଜା ନ୍ୟୁଜ (୧୪ ଜୁଲାଇ , ବୁଧବାର ) ଭୁବନେଶ୍ୱର :- ଆଇସିଆଇସିଆଇ ଗ୍ରୁପ୍‌ର ସିଏସ୍‌ଆର୍ ସଂସ୍ଥା ଆଇସିଆଇସିଆଇ ଫାଉଣ୍ଡେସନ ଫର ଇନକ୍ଲୁସିଭ୍ ଗ୍ରୋଥ୍‌ (ଆଇସିଆଇସିଆଇ ଫାଉଣ୍ଡେସନ) ପକ୍ଷରୁ ଓଡ଼ିଶାର ଅର୍ଧ ସହରାଚଂଳ ଓ ଗ୍ରାମାଚଂଳରେ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ଭିତିଭୂମିରେ ଉନ୍ନତି ଆଣିବା ଲାଗି ସହାୟତା ପାଇଁ ୧୦୦ରୁ ଅଧିକ ଅକ୍ସିଜେନ୍‌ କନସେଟ୍ରେଂଟର ଦାନ କରାଯିବ ବୋଲି ଆଜି ଘୋଷଣା କରାଯାଇଛି । ରାଜ୍ୟର ୯ଟି ଜିଲ୍ଲାରେ ରହିଥିବା ସବ୍‌-ଡିଭିଜନାଲ୍‌ ହସ୍ପିଟାଲ୍‌ଗୁଡ଼ିକୁ ଆଇସିଆଇସିଆଇ ଫାଉଣ୍ଡେସନ ପକ୍ଷରୁ ବିନା ମୂଲ୍ୟରେ ଏହି ମେସିନଗୁଡ଼ିକୁ ପ୍ରଦାନ କରାଯିବ । ସେହି ଜିଲ୍ଲାଗୁଡ଼ିକ ହେଉଛି କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା ଓ ସୁନ୍ଦରଗଡ଼ । ଏହି ଦାତବ୍ୟ କାର୍ଯ୍ୟର ଲକ୍ଷ୍ୟ ହେଉଛି ମେଡିକାଲ୍ ଜରୁରୀକାଳୀନ ସମୟରେ ଏହି ଅଂଚଳର ଲୋକମାନଙ୍କୁ ତୁରନ୍ତ ଅକ୍ସିଜେନ୍ ସହାୟତା ପ୍ରଦାନ କରାଯିବ । କଠିନ ହିମାଳୟ ଉପତ୍ୟାକା ଓ ଦେଶର ଦୁର୍ଗମ ଆଦିବାସୀ ଅଂଚଳରେ ଥିବା ହସ୍ପିଟାଲ୍ ଗୁଡ଼ିକୁ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ୨୦୨୧-୨୨ରେ ପ୍ରଦାନ କରାଯିବାକୁ ଥିବା ୧୮୦୦ ଅକ୍ସିଜେନ୍ କନ୍‌ସେଟ୍ରେଂଟର୍‌ର ଏହା ଏକ ଅଂଶ । ଦେଶର ୧୭ଟି ରାଜ୍ୟର ୧୭୫ଟି ଜିଲ୍ଲାରେ ଥିବା ୭୦୦ରୁ ଅଧିକ ସବ୍‌-ଡିଭିଜନାଲ୍ ହସ୍ପିଟାଲ୍‌ଗୁଡ଼ିକୁ ବିନା ମୂଲ୍ୟରେ ଏହି କନସେଟ୍ରେଂଟରଗୁଡ଼ିକ ପ୍ରଦାନ କରାଯିବ । ଆଇସିଆଇସିଆଇ ଫାଉଣ୍ଡେସନ ପକ୍ଷରୁ ଏହି ଉଚ୍ଚ ମାନର ଅକ୍ସିଜେନ୍‌ କନସେଟ୍ରେଂଟରଗୁଡ଼ିକୁ ବିପିଏଲ୍ ମେଡିକାଲ୍ ଟେକ୍ନୋଲୋଜିସ୍ ଓ ଫିଲିପ୍ସ ଇଣ୍ଡିଆ ଠାରୁ ସଂଗ୍ରହ କରାଯାଇଛି ।

ଏହି କଂପାନିଗୁଡ଼ିକର ସାରା ଦେଶରେ ବ୍ୟାପକ ସେବା ନେଟ୍‌ୱର୍କ ରହିଛି ଯାହା ମେସିନ୍ ପାଇଁ ଯେତେବେଳେ ଦରକାର ତୁରନ୍ତ ଓ ପ୍ରଭାବଶାଳୀ ରକ୍ଷଣାବେକ୍ଷଣ ସହାୟତା ନିଶ୍ଚିତ କରିବ । ପୁନଶ୍ଚ, ଫାଉଣ୍ଡେସନ ପକ୍ଷରୁ ପାୱାର ବ୍ୟାକ୍ ଅପ୍ ବ୍ୟବସ୍ଥା ପ୍ରଦାନ କରାଯିବ ଯଦ୍ୱାରା ଏହି କନସେଟ୍ରେଂଟରଗୁଡ଼ିକ ଫିଲଟର କରିପାରିବ ଏବଂ ବିଦ୍ୟୁତ ବିଭ୍ରାଟ ଭଳି ମାମଲାରେ ନିରବଚ୍ଛିନ୍ନ ଭାବେ ମେଡିକାଲ୍‌ ମାନର ଅକ୍ସିଜେନ୍ ଉତ୍ପାଦନ କରିପାରିବ । ଅକ୍ସିଜେନ୍ କନସେଟ୍ରେଂଟର୍‌ର ସ୍ଥାପନା ଓ ସର୍ଭିସିଂ ପାଇଁ ସ୍ୱତନ୍ତ୍ର କୌଶଳ ପ୍ରଶିକ୍ଷଣ ମଡ୍ୟୁଲ୍ ମିଳିତ ଭାବେ ସୃଷ୍ଟି କରିବା ଲାଗି ଆଇସିଆଇସିଆଇ ଫାଉଣ୍ଡେସନ ପକ୍ଷରୁ ବିପିଏଲ୍ ମେଡିକାଲ୍‌ ଟେକ୍ନୋଲୋଜିସ୍ ସହିତ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷର କରାଯାଇଛି । ଆଇସିଆଇସିଆଇ ଫାଉଣ୍ଡେସନର ଏକ ଅଂଶ ଆଇସିଆଇସିଆଇ ଏକାଡେମି ଫର ସ୍କିଲ୍ସ ପକ୍ଷରୁ ଉପେକ୍ଷୀତ ବର୍ଗଙ୍କୁ ପ୍ରଦାନ କରାଯାଉଥିବା ଧନ୍ଦାମୂଳକ ପାଠ୍ୟକ୍ରମର ଏହି ମଡ୍ୟୁଲ୍ ଏକ ଅଂଶ ହେବ । ପ୍ରଶିକ୍ଷଣ ପାଇବା ପରେ ସଫଳ ହୋଇଥିବା ପ୍ରଶିକ୍ଷାର୍ଥୀମାନେ ଅକ୍ସିଜେନ୍ କନସେଟ୍ରେଂଟର ସର୍ଭିସିଂ କରି ଜୀବନଜୀବିକା ହାସଲ କରିପାରିବେ । ଶ୍ରୀଯୁକ୍ତ ସୌରଭ ସିଂହ, ସଭାପତି, ଆଇସିଆଇସିଆଇ ଫାଉଣ୍ଡେସନ ଫର ଇନକ୍ଲୁସିଭ୍ ଗ୍ରୋଥ୍ କହିଛନ୍ତି ଯେ, “ଦେଶ ଗଠନ ପ୍ର୍‌ତି ଯୋଗଦାନ ଦେବା ଓ ନାଗରିକମାନଙ୍କ କଲ୍ୟାଣର ଦେଖାଶୁଣା କରିବାର ଏକ ଲମ୍ବା ପରମ୍ପରା ଆଇସିଆଇସିଆଇ ଗ୍ରୁପ୍‌ର ରହିଛି ।

ମହାମାରୀ ବ୍ୟାପିବା ପରଠାରୁ ଆଇସିଆଇସିଆଇ ଗ୍ରୁପ୍ ତରଫରୁ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଥିବା ୫୫୧ରୁ ଅଧିକ ଜିଲ୍ଲାରେ ରିଲିଫ୍ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ଦାତବ୍ୟ କାର୍ଯ୍ୟରେ ସାମିଲ ରହିଛି ଗ୍ରୁପ୍ ତରଫରୁ ପିଏମ୍‌ କେୟାର୍ସ ଫଣ୍ଡ୍‌କୁ ଅବଦାନ, ଭେଂଟିଲେଟର, ସାନିଟାଇଜର, ମାସ୍କ ଓ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଆଦି ରାଜ୍ୟ ସରକାର ଏବଂ ସ୍ଥାନୀୟ କର୍ତୃପକ୍ଷଙ୍କୁ ଯୋଗାଇ ଦେବା ଏବଂ ଦେଶର ବିଭିନ୍ନ ସ୍ଥାନରେ ମେଡିକାଲ୍ ଭିତିଭୂମିରେ ଉନ୍ନତି ଆଣିବା । ଏହି ଉଦ୍ୟମର ଅଂଶ ଭାବେ ଫାଉଣ୍ଡେସନ ତରଫରୁ ୧୭ ଅକ୍ସିଜେନ୍‌ କନସେଟ୍ରେଂଟର ସ୍ଥାପନ କରାଯାଇଛି, ପ୍ରାୟ ୧୦୦ ଭେଂଟିଲେଟର ଓ ୩୦ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି । ଏବେ ଏହା ହିମାଳୟ ଉପତ୍ୟାକା ଓ ଦେଶର ଦୁର୍ଗମ ଆଦିବାସୀ ଅଂଚଳରେ ଥିବା ସବ୍‌-ଡିଭିଜନାଲ୍‌ ହସ୍ପିଟାଲ୍‌ଗୁଡ଼ିକୁ ୧୮୦୦ ଉଚ୍ଚ ମାନର ଅକ୍ସିଜେନ୍ କନସେଟ୍ରେଂଟର ଦାନ କରାଯାଉଛି ।

ଏହି ଅଭିଯାନର ଲକ୍ଷ୍ୟ ହେଉଛି ଏହି ଅଂଚଳରେ ଥିବା କ୍ଷୁଦ୍ର ସହରଗୁଡ଼ିକର ବାସିନ୍ଦା ମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଜରୁରୀକାଳୀନ ସ୍ୱାସ୍ଥ୍ୟ ସହାୟତାକୁ ତୁରନ୍ତ ଉପଲବ୍ଧ କରାଇବା । ଆମର ବିଶ୍ୱାସ ରହିଛି ଯେ ଏହି ଅଭିଯାନ ଆମ ଦେଶର ଆହ୍ୱାନପୂର୍ଣ୍ଣ ରାସ୍ତାଘାଟ ଥିବା ଏବଂ ଦୁର୍ଗମ ଅଂଚଳରେ ମହାମାରୀ ବିରୋଧ ଲଢ଼େଇକୁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ପ୍ରଦାନ କରିବ । ବିପିଏଲ୍ ମେଡିକାଲ୍ ଟେକ୍ନୋଲୋଜିସ୍ ସହିତ ଆମର ସହଯୋଗିତା ଉପେକ୍ଷୀତ ବର୍ଗର ଯୁବପିଢ଼ିଙ୍କ ଦ୍ୱାରା ଅକ୍ସିଜେନ୍ କନ୍‌ସେଟ୍ରେଂଟରର ସର୍ଭିସ୍ କରିବା ଲାଗି କୌଶଳ ପ୍ରଦାନ କରିବାରେ ସହାୟକ ହେବ । ନିକଟରେ କୋଭିଡ୍‌-୧୯ର ଭୟଙ୍କର ଲହରରେ ସାରା ଦେଶରେ ବଡ଼ ସଂଖ୍ୟାର ଅକ୍ସିଜେନ୍‌ କନସେଟ୍ରେଂଟର ମୂତୟନ କରାଯାଇଛି ଯାହା ନିଜ ଜୀବନଚକ୍ରରେ ନିୟମିତ ରକ୍ଷଣାବେକ୍ଷଣ ଆବଶ୍ୟକ କରୁଛି । ଏହି ଉପକରଣଗୁଡ଼ିକୁ ସର୍ଭିସିଂ କରିବା କ୍ଷେତ୍ରରେ ଏହା ନୂଆ ଜୀବନଜୀବିକା ସୁଯୋଗ ସୃଷ୍ଟି କରିଛି । ଏହି କୌଶଳ ପ୍ରଶିକ୍ଷଣ ମଡ୍ୟୁଲ୍‌କୁ ଏଭଳି ଭାବେ ପ୍ରସ୍ତୁତ କରାଯାଇଛି ଯାହା ରକ୍ଷଣାବେକ୍ଷଣରେ ରହିଥିବା ଅଭାବ ଦୂର କରିବ ଏବଂ ଉପେକ୍ଷୀତ ବର୍ଗର ଯୁବପିଢ଼ିଙ୍କୁ ଜୀବନଜୀବିକା ପ୍ରଦାନ କରିବ ।’’

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଖୋର୍ଦ୍ଧାରୋଡ଼ ମଣ୍ଡଳରେ ଆନ୍ତର୍ଜାତୀୟ ଲେଭେଲ କ୍ରସିଂ ସଚେତନତା ଦିବସ ପାଳିତ

ଖୋର୍ଦ୍ଧାରୋଡ଼ ମଣ୍ଡଳରେ ଆନ୍ତର୍ଜାତୀୟ ଲେଭେଲ କ୍ରସିଂ ସଚେତନତା ଦିବସ ପାଳିତ

June 11, 2026
ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଜନସମୁଦାୟ କିଭଳି ଭୂ-ରୂପ ପୁନରୁଦ୍ଧାରର ପଥ ପ୍ରଦର୍ଶନ କରୁଛନ୍ତି

How communities in Odisha and Andhra Pradesh are showing the way on Landscape Restoration

June 11, 2026
ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଜନସମୁଦାୟ କିଭଳି ଭୂ-ରୂପ ପୁନରୁଦ୍ଧାରର ପଥ ପ୍ରଦର୍ଶନ କରୁଛନ୍ତି

ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଜନସମୁଦାୟ କିଭଳି ଭୂ-ରୂପ ପୁନରୁଦ୍ଧାରର ପଥ ପ୍ରଦର୍ଶନ କରୁଛନ୍ତି

June 11, 2026
ବିଶୁଦ୍ଧ ପାନୀୟ ଜଳ ସଙ୍କଟ : ନୂତନ ନଳକୂପ ଖନନ ପାଇଁ ଦାବୀ

ବିଶୁଦ୍ଧ ପାନୀୟ ଜଳ ସଙ୍କଟ : ନୂତନ ନଳକୂପ ଖନନ ପାଇଁ ଦାବୀ

June 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଖୋର୍ଦ୍ଧାରୋଡ଼ ମଣ୍ଡଳରେ ଆନ୍ତର୍ଜାତୀୟ ଲେଭେଲ କ୍ରସିଂ ସଚେତନତା ଦିବସ ପାଳିତ

ଖୋର୍ଦ୍ଧାରୋଡ଼ ମଣ୍ଡଳରେ ଆନ୍ତର୍ଜାତୀୟ ଲେଭେଲ କ୍ରସିଂ ସଚେତନତା ଦିବସ ପାଳିତ

June 11, 2026
ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଜନସମୁଦାୟ କିଭଳି ଭୂ-ରୂପ ପୁନରୁଦ୍ଧାରର ପଥ ପ୍ରଦର୍ଶନ କରୁଛନ୍ତି

How communities in Odisha and Andhra Pradesh are showing the way on Landscape Restoration

June 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version