No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୧୧ ଜୁଲାଇ ରବିବାର ) ପଦ୍ମପୁର :-ଜର୍ନାଲିଷ୍ଟ ଏସୋସିଏସନ୍ ଅଫ ବରଗଡ (ଜାବ) ପକ୍ଷରୁ ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପବିତ୍ର ସ୍ଥଳ ଦେବଦର୍ହା ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜାବ ର ସଭାପତି ରବି ପଣ୍ଡା ଙ୍କ ପୌରହିତ୍ୟ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ଯୋଗଦେଇ କହିଥିଲେ ଯେ ଆଜି ବିଶ୍ଵ ରେ ପରିବେଶ। ଯେଉଁ ଭାବରେ ଗରମ ହେଉଛି ଓ ଅମ୍ଳଜାନ ର ଦରକାର ପଡୁଛି ,ବୃକ୍ଷ ରୋପଣ ନିହାତି ଜରୁରୀ ହୋଇ ପଡୁଛି ଏବଂ ଆମର ସାମ୍ବାଦିକ ବନ୍ଧୁ ମାନଙ୍କ ଦ୍ଵାରା ଏହା ଆୟୋଜିତ ହେବା ଦ୍ୱାରା ସମାଜ ରେ ବୃକ୍ଷ ରୋପଣ ପାଇଁ ସଚେତନତା ମୂଳକ ବାର୍ତ୍ତା

ଦେଉଛି। ସମ୍ମାନୀତ ଅତିଥି ଭାବରେ ପଦ୍ମପୁର ରେଞ୍ଜ ଅଫିସର ପୁର୍ଣ୍ଣଚନ୍ଦ୍ର ମହନ୍ତ ଯୋଗ ଦେଇ ସାମ୍ବାଦିକ ଭାଇ ମାନଙ୍କ ସହ ବୃକ୍ଷ ରୋପଣ କରିବା ର ଏକ ନିଆରା ଅଭିଜ୍ଞତା ବୋଲି କହିବା ସହ ଏହି ପବିତ୍ର ପୀଠ କୁ ସବୁଜିମା ରେ ପରିପୂର୍ଣ କରାଯିବ ବୋଲି ଘୋଷଣା କରିଥିଲେ । ସେ ସାମ୍ବାଦିକ ମାନଙ୍କୁ ଦେବ ଦରହା କୁ ଏକ ଇକୋ ଟୁରିଜମ ସ୍ଥଳ ର ମାନ୍ୟତା ପାଇଁ ଚେଷ୍ଟା କରିବାକୁ ଅନୁରୋଧ କରିଥିଲେ। ସଭା ଆରମ୍ଭ ରେ ଜାବ ର ପଦ୍ମପୁର ୟୁନିଟ ର ସଂଯୋଜକ ପ୍ରିୟ ରଂଜନ ଭୋଇ ସ୍ଵାଗତ ଭାଷଣ ଦେଇଥିଲେ। ଜାବ ର ଉପ ସଭାପତି ବିଜୟ ସାହୁ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଜାବ ର

ସମ୍ପାଦକ ଯୁଧିଷ୍ଟିର ମହାପାତ୍ର ସଂଘ ର ଆଗାମୀ ଦିନର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ଶେଷ ରେ ସଂଘ ର ଅଫିସ୍ ସମ୍ପାଦକ ବଦ୍ରି ପ୍ରସାଦ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହ ସଂଘ ର ସାଂଗଠନିକ ଆଲୋଚନା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଆଜିର ଏହି କାର୍ଯ୍ୟକ୍ରମ ରେ ସଂଘ ର ସମସ୍ତ ୧୨ ଟି ବ୍ଲକ ର କର୍ମକର୍ତ୍ତା ଓ ସଦସ୍ୟ ମାନେ ଯୋଗଦାନ କରିଥିଲେ।ଆଜି ଜାଵ ଓ ପଦ୍ମପୁର ଉପଖଣ୍ଡ ବନ ବିଭାଗ ର ମିଳିତ ଉଦ୍ୟମରେ ପବିତ୍ର ଦେବଦର୍ହା ପୀଠ ଠାରେ ୧୦୦୦ ଟି ଗଛ ଲଗାଇବାର ର କାର୍ଯ୍ୟକ୍ରମ ଆରମ୍ଭ କରା ଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ କଲ୍ଯାଣି ଦାଶ ନଡ଼ିଆ ବାଡେଇ ଶୁଭାରମ୍ଭ କରିଥିଲେ । ଏହା କୁ ପଦ୍ମପୁର ୟୁନିଟ ସଂଚାଳନ କରିଥିଲେ । ରିପୋର୍ଟ – ନିରୋଜ କୁମାର ପାଣୀ
No Result
View All Result