No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୧୦ ଜୁଲାଇ ଶନିବାର ) ବରଗଡ଼ :- ବରଗଡ଼ ଜିଲ୍ଲା ବିଜୁ ଜନତା ଦଳର ନୂତନ ମହିଳା ସଭାନେତ୍ରୀ ଭାବେ ଶ୍ରୀମତୀ ନୀଳ କୁମାରୀ ନାଏକ ମନୋନୀତ ହେବା ପରେ ସେ ଜିଲ୍ଲା ର ବରିଷ୍ଠ ନେତୃ ମଣ୍ଡଳୀ ସହ ଆଲୋଚନା କରିଛନ୍ତି ।

ଅତାବିରା ବିଧାୟିକା ତଥା ରାଜ୍ୟ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଙ୍କୁ ସାକ୍ଷାତ କରି ମହିଳା ମାନଙ୍କ ସାଂଗଠନିକ ଦକ୍ଷତା ବୃଦ୍ଧି ପାଇଁ ସେ ଆଲୋଚନା କରିଥିଲେ। ସେହିପରି ରାଜ୍ୟ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, ବିଜେପୁର ବିଧାୟିକା ରୀତା ସାହୁ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ସହିତ ମଧ୍ୟ ସାକ୍ଷାତ ଆଲୋଚନା କରିଥିଲେ ।(ସତ୍ୟ ନାରାୟଣ ପ୍ରଧାନ ବରଗଡ଼)
No Result
View All Result