No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୭ ଜୁଲାଇ ବୁଧବାର) କଳାହାଣ୍ଡି :- ନର୍ଲା ଥାନା ପରିସରରେ ୭୨ତମ ବନ ମହୋତ୍ସବ ପାଳିତ ହୋଇଛି। ନର୍ଲା ଥାନା ଡିଏସପି ଅଭିଷେକ ପାଣିଗ୍ରାହୀଙ୍କ ତତ୍ବାବଧାନରେ ରୋଟାରୀ କ୍ଲବ ଭୁବନେଶ୍ୱର ଓ ଜୟ ଦୁର୍ଗା ସ୍ପୋର୍ଟିଂ କ୍ଲବ ସର୍ଗିଗୁଡା ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଏଥିରେ ଅତିଥି ରୂପେ ନର୍ଲା ଡିଗ୍ରୀ କଲେଜ ଅଧ୍ୟାପିକା ବାସନ୍ତୀ ସାହୁ, ନର୍ଲାରୋଡ ଜୟ ଦୁର୍ଗା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ତଥା ପ୍ରକୃତି ମିତ୍ର ସନ୍ତୋଷ କୁମାର କର, ସବ୍ ଇନ୍ସପେକ୍ଟର ବଂଶୀଧର ସାମଲ,

ପ୍ରଗତିବାଦୀ ଖବରକାଗଜର ସ୍ଥାନୀୟ ପ୍ରତିନିଧି ଲିଙ୍ଗରାଜ ମିଶ୍ର, ଉଦ୍ୟାନ ବିଭାଗ କର୍ମଚାରୀ ପ୍ରଶାନ୍ତ କୁମାର ପ୍ରଧାନ, ସୁରେଶ ଚନ୍ଦ୍ର ବିଶି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଶୁଅବସରରେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଓ ଜୟ ଦୁର୍ଗା ସ୍ପୋର୍ଟସ କ୍ଲବ ସର୍ଗିଗୁଡା ପକ୍ଷରୁ ବରିଷ୍ଠ ସାମ୍ବାଦିକ ଲିଙ୍ଗରାଜ ମିଶ୍ରଙ୍କୁ ମାନପତ୍ର ପ୍ରଦାନ ସହ ସମ୍ମାନିତ କରାଯାଇଥିଲା ।
ଅତିଥି ଅଧିକାରୀଙ୍କ ଦ୍ଵାରା ଥାନା ପରିସରରେ ଆମ୍ବ,ପଣସ, ଜାମୁ କୋଳି, ପିଜୁଳି, ଡାଳିମ୍ବ ଆଦି ଚାରା ରୋପଣ କରାଯାଇଥିଲା। କାର୍ଯ୍ୟକ୍ରମଟିକୁ ଯୁବ ସ୍ଵେଚ୍ଛାସେବୀ ମିଳନ କୁମାର ଭୋଇ, ହେମସାଗର ସାହୁ, ଶୁକଦେବ ସାହୁ ପ୍ରମୁଖ ସହଯୋଗ କରିଥିଲେ। (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)
No Result
View All Result