No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୭ ଜୁଲାଇ ୨୦୨୧, ବୁଧବାର ) ପଦ୍ମପୁର :- ଭାରତୀୟ ଜନତା ପାର୍ଟି ପାଇକମାଲ ବ୍ଲକ ତରଫରୁ ସମ୍ପ୍ରତ୍ତି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟରେ ହୋଇଥିବା ହଜାରେ କୋଟିର ଦୁର୍ନୀତିର ପ୍ରତିବାଦ କରି ଶତାଧିକ କାର୍ଯ୍ଯକର୍ତ୍ତା ପାଇକମାଲ ବ୍ଲକ କାର୍ଯ୍ଯାଳୟ ଘେରାଉ କରିବା ସହ,ଏଥିରେ ସଂପୃକ୍ତ ସମସ୍ତ ଦୋଷୀ ଅଫିସର ଙ୍କୁ ଗିରଫ କରିବା ଦାବୀରେ ମହାମହିମା ରାଜ୍ୟପାଳ ଓଡ଼ିଶାଙ୍କ ଉଦ୍ଦେଶ୍ଯରେ ଏକ ଦାବୀପତ୍ର ପାଇକମାଲ ବିଡିଓ ଙ୍କ ଅନୁପସ୍ଥିତି ରେ ଏବିଡିଓ ଙ୍କ ଜରିଆରେ ପ୍ରେରଣ କରିଥିଲେ ।

ଯୋଗ୍ଯ ହିତାଧିକାରୀଙ୍କୁ ଘର ନଦେଇ,ଧନୀବ୍ୟକ୍ତି କୁ ଘର ଦେବା,୯୦ ଦିନର ଶ୍ରମ ଦିବସ ଅର୍ଥକୁ ହରିଲୁଟ କରିବା,ବିଜୁ ଜନତା ଦଳର କାର୍ଯ୍ଯକର୍ତ୍ତାଙ୍କ ଘର ଦେବାରେ ଅନୁଗ୍ରହ ଦେଖାଇବା ସହ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ଦ୍ବାରା ବିଭିନ୍ନ ଯୋଜନା କୁ କ୍ରିୟାନ୍ବୟନ କରିବାରେ ତୋଷାର ପାତ ଓ ଅବହେଳା ବିରୁଦ୍ଧରେ କାର୍ଯ୍ଯକର୍ତ୍ତା ମାନେ ସ୍ବର ଉଠାଇ ତ୍ରଷ୍ଟାଚାର ରେ ଲିପ୍ତ ସରକାର ଙ୍କୁ ଅକ୍ଷେପ କରିଥିଲେ ।
ବିଜେପି ଜିଲ୍ଲା ଉପ ସଭାପତି ଶ୍ରୀ ସରୋଜ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଘେରାଉରେ କାର୍ଯ୍ଯକ୍ରମରେ,ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ଯ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦୀପ ପୁରୋହିତ ରାଜ୍ଯ ସରକାରଙ୍କ ଦୁର୍ନୀତି କୁ ଘଣ୍ଟ ନ ଘୋଡାଇ ନିରପେକ୍ଷ ଭାବେ ସାଧାରଣ ଲୋକଙ୍କର ସେବା କରିବାକୁ ସ୍ଥାନୀୟ ପ୍ରଶାସନ କୁ କଡା ତାଗିଦ କରିଥିଲେ । ବରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ ଏନଆରଇଜିଏ ରେ ହେଉଥିବା ବ୍ଯାପକ ଦୁର୍ନୀତି କୁ ବିଜେପି ଆଗାମୀ ଦିନରେ ତୀବ୍ର ବିରୋଧ କରିବ ବୋଲି କହିଥିଲେ ।
ସଭାରେ ରାଜ୍ୟ କୃଷକ ମୋର୍ଚ୍ଚା ରାଜ୍ଯ ସଦସ୍ଯ ଗୋବର୍ଦ୍ଧନ ଅଗ୍ରୱାଲ,ପାଇକମାଲ ମଣ୍ତଳ ସଭାପତି ଶ୍ରୀ କୈଳାସ ଦିଶ୍ରୀ,ପାଇକମାଲ ବ୍ଲକ ସାଂସଦ ପ୍ରତିନିଧି ଶ୍ରୀ ବଲରାମ ସାହୁ,ଲଖମରା ମଣ୍ତଳ ସଭାପତି ଶ୍ରୀ ଭୀଷ୍ମଦେବ ସାହୁ,ମାଣ୍ଡୋସିଲ ମଣ୍ତଳ ସଭାପତି ସଂଜୟ ବେହେରା,ଜିଲ୍ଲା କୃଷକ ମୋର୍ଚ୍ଚା କୋଡିନେଟର ଶ୍ରୀ ଯୋଗେନ୍ଦ୍ର ଭୋଇ,ଲଖମରା ସରପଞ୍ଚ ଶ୍ରୀ ଭୀଷ୍ମଦେବ ଡନସନା,ସତ୍ଯନାରାୟଣ ବେହେରା,ସୁଶାନ୍ତ ନାଗ,ଦିବାକର ତାଣ୍ତି,ଅଜୁ ସେଠ,ଦିବ୍ଯ କୁମାର ନାୟକ,ରୋଶନ ପାଣିଗ୍ରାହୀ,ଇନ୍ଦ୍ରଜିତ ଭୋଇ,ରାଜେନ୍ଦ୍ର ସେଠ ପ୍ରମୁଖ ଉପସ୍ଥିତ ଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result