No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୫ ଜୁଲାଇ ସୋମବାର) ବରଗଡ଼ :- ୫ା୭ ସମ୍ବଲପୁର ଚିପିଲିମା ପାୱାର ହାଉସ୍ରେ ମରାମତି କାମ ଯୋଗୁ ସମ୍ବଲପୁର ଓ ବରଗଡ ଜିଲାର ବିଭିନ୍ନ ଅଞ୍ଚଳକୁ ୪ଦିନ ବିଦ୍ୟୁତ୍ ଯୋଗାଣ ପ୍ରଭାବିତ ହେବ। ଓଏଚ୍ପିସି ପକ୍ଷରୁ ଚିପିଲିମାରେ ପାୱାର ଟ୍ରାନ୍ସଫର୍ମରରେ ୧୨.୫ ଏମ୍ଭିଏ କ୍ଷମତାବିଶିଷ୍ଟ ନୂଆ ପାୱାର ବ୍ରେକର ସ୍ଥାପନ କରାଯିବ।

ଏହି କାରଣରୁ ୭ ତାରିଖ ସକାଳ ୮ଟାରୁ ୧୦ ତାରିଖ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସମ୍ବଲପୁର ସର୍କଲର ଗୋଶାଳା, ଚିପିଲିମା, ଧମା, କୁଦଗୁଣ୍ଡେରପୁର, ହାତୀବାରି, ତୁଲୁଣ୍ଡି ଓ ଯୁଯୁମୁରା ଅଞ୍ଚଳ ଏବଂ ବରଗଡ ସର୍କଲର ଖୁଣ୍ଟୁଲିପାଲି, ଗଣ୍ଡତୁରୁମ, ମହୁଲପାଲି ଓ ଧାତୁକପାଲି ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ପ୍ରଭାବିତ ହେବ। ପ୍ରତି ୩ ଘଣ୍ଟାରେ ଥରେ ଏକଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବ ବୋଲି ଟିପିଡବ୍ଲ୍ୟୁଓଡିଏଲ ପକ୍ଷରୁ ସୂଚନା ଦିଆଯାଇଛି।
ଏହି ଅଞ୍ଚଳକୁ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ୨୪ ମେଗାୱାଟ ବିଦ୍ୟୁତ୍ ଯୋଗାଣର ଆବଶ୍ୟକତା ଥିବାବେଳେ ଓଏଚ୍ପିସି ଏହି ଅବଧି ମଧ୍ୟରେ ମାତ୍ର ୧୬ ମେଗାୱାଟ ବିଦ୍ୟୁତ୍ ଯୋଗାଇବ। ତଥାପି ଓଏଚ୍ପିସି ସହିତ ଯୋଗସୂତ୍ର ରକ୍ଷା କରି ପ୍ରତି ୨୪ ଘଣ୍ଟାରେ ସର୍ବାଧିକ ୬ ଘଣ୍ଟା ମଧ୍ୟରେ ବିଦ୍ୟୁତ କାଟ୍ କରିବା ପାଇଁ ଚେଷ୍ଟା କରାଯିବ ବୋଲି ଟିପିଡବ୍ଲ୍ୟୁଓଡିଏଲ୍ ପକ୍ଷରୁ କର୍ପୋରେଟ୍ କମ୍ୟୁନିକେଶନ୍ ମୁଖ୍ୟ ମନୋଜ ପଟ୍ଟନାୟକ ସୂଚନା ଦେଇଛନ୍ତି। (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)
No Result
View All Result