• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କେତେ ଶୋଷିଲେ ସନ୍ତୁଷ୍ଟ ହେବ ବିଜେପି ? ମହଙ୍ଗାମାଡର ଜବାବ ଦେବେ ଲୋକେ – ନିରଞ୍ଜନ

Proprietor Abhimanyu Maharana by Proprietor Abhimanyu Maharana
July 5, 2021
in ଓଡ଼ିଶା, ମହାନଗର, ହୋମ୍
0
କେତେ ଶୋଷିଲେ ସନ୍ତୁଷ୍ଟ ହେବ ବିଜେପି ? ମହଙ୍ଗାମାଡର ଜବାବ ଦେବେ ଲୋକେ – ନିରଞ୍ଜନ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୫ ଜୁଲାଇ ସୋମବାର) ଭୁବନେଶ୍ୱର :- କରୋନା ଏବଂ ତଦ୍‌ଜନିତ ତାଲାବନ୍ଦ ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଚୁରମାର କରିସାରିଲାଣି । ଆର୍ଥିକ ଅନାଟନ ଲୋକଙ୍କୁ ମହାମାରୀଠୁ ଅଧିକ କଷ୍ଟ ଦେଲାଣି । ଏହି ସମୟରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ବାରମ୍ବାର ଦରବୃଦ୍ଧି ଲୋକଙ୍କ ପାଇଁ ବେଡି ଉପରେ କରୋଡା ସାଜିଛି । ଲୋକଙ୍କୁ କେତେ ଆଉ ଶୋଷଣ କଲେ ସନ୍ତୁଷ୍ଟ ହେବ କେନ୍ଦ୍ରର ବିଜେପି ସରକାର ? ବିଜେପି ସରକାରଙ୍କର ଏପରି ଜନମାରଣ ନୀତିର ଜବାବ ଲୋକମାନେ ଦେବେ ବୋଲି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ପେଟ୍ରୋଲ ଏବେ ୧୦୦ଟଙ୍କା ପାର ହୋଇ ସାରିଲାଣି ।

ଡିଜେଲ ୧୦୦ଟଙ୍କା ଛୁଇଁବ । ରନ୍ଧନ ଗ୍ୟାସ ୮୩୪ଟଙ୍କା । ୟୁପିଏ ସରକାର ସମୟରେ ୨୦୧୩ ମସିହା ଜୁଲାଇ ମାସରେ ପେଟ୍ରୋଲ ଲିଟର ପିଛା ଦାମ ୭୪ ଟଙ୍କା ୨୪ ପଇସା ଥିଲା ବେଳେ ଡିଜେଲର ଦାମ ଥିଲା ୬୭ ଟଙ୍କା ୫୭ ପଇସା । ସେତେବେଳେ ଅଶୋଧିତ ତୈଳର ଦାମ ବ୍ୟାରେଲ ପିଛା ଥିଲା ୧୦୨.୯୨ ଡଲାର । ମାତ୍ର ବର୍ତମାନ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ଦାମ ବ୍ୟାରେଲ ପିଛା ୭୫ ଡଲାର ଏବଂ ପୂର୍ବ ବର୍ଷମାନଙ୍କରେ ଏହାର ଦାମ ବ୍ୟାରେଲ ପିଛା ୪୦ ଡଲାର ହୋଇ ଯାଇଥିବାର ନଜିର ରହିଛି । ମାତ୍ର ତା ସତ୍ୱେ ପେଟ୍ରୋଲ ଓ ଡିଜେଲର ଦାମ କମିବା ପରିବର୍ତେ କ୍ରମାଗତ ଭାବରେ ବଢିଚାଲିଛି ଏବଂ ତାହା ଆଜି ୧୦୦ ଟଙ୍କା ଉପରେ ପହଂଚିଲାଣି ।

ଏହାର ମୂଳ କାରଣ ହେଉଛି ଏହି ସମୟ ଭିତରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଅତ୍ୟଧିକ ଟ୍ୟାକ୍ସ ବସାଇଛନ୍ତି, ଯାହାକି ଜିଜିଆ କର ବୋଲି କୁହାଯାଇପାରେ । କହିବା ବାହୁଲ୍ୟ ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି ସିଧାସଳଖ ଭାବରେ ଖାଉଟି ଉପରେ ପଡିବା ସହିତ ଦରଦାମ ବୃଦ୍ଧି ଉପରେ ପ୍ରଭାବ ପକାଇଥାଏ । ସେଇଥି ପାଇଁ ଆଜି ସବୁ ଜିନିଷର ଦାମ ଆକାଶ ଛୁଆଁ । ଯାହା ସାଧାରଣ ଲୋକଙ୍କୁ ଅତିଷ୍ଟ କରିସାରିଲାଣି । ଲୋକଙ୍କ ଅସନ୍ତୋଷ କ୍ରମଶଃ ପ୍ରତିବାଦ, ଆନ୍ଦୋଳନ ପାଇଁ କ୍ଷେତ୍ର ପ୍ରସ୍ତୁତ କରିସାରିଲାଣି ।

ଲୋକଙ୍କର ଏହି ଦୁର୍ଦ୍ଦିନ ସମୟରେ କଂଗ୍ରେସ ଦଳ ସେମାନଙ୍କ ପାଖରେ ଛିଡା ହେବ । ପେଟ୍ରୋଲ, ଡିଜେଲ ଓ ରନ୍ଧନଗ୍ୟାସ ତଥା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରବୃଦ୍ଧି ବିରୁଦ୍ଧରେ ଆସନ୍ତା ୭ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଦେଶ ତମାମ ପ୍ରତିବାଦ ଆନ୍ଦୋଳନ ସଂଗଠିତ କରିବ ଜାତୀୟ କଂଗ୍ରେସ । ଜୁଲାଇ ୭ ତାରିଖ (ବୁଧବାର)ରେ ପ୍ରତିବ୍ଲକ ସାମ୍ନାରେ ମହଙ୍ଗାମାଡର ପ୍ରତିବାଦରେ ଲୋକେ ଝାଞ୍ଜ, ଘଂଟ ମାଡ କରି ପ୍ରତିବାଦ କରିବେ । ଜୁଲାଇ ୯ ତାରିଖ (ଶୁକ୍ରବାର) ରେ ଜିଲ୍ଲା ସଦର ମହକୁମାରେ ସାଇକେଲ ଯାତ୍ରା କରି ଏହାର ପ୍ରତିବାଦ ହେବ ।

ଜୁଲାଇ ୧୪ ତାରିଖ (ବୁଧବାର) ରେ ରାଜ୍ୟସ୍ତରୀୟ ପ୍ରତିବାଦ, ଆନ୍ଦୋଳନ ମଧ୍ୟ ଆୟୋଜିତ ହେବ ଯେଉଁଥିରେ ରାଜ୍ୟ ନେତୃମଣ୍ଡଳୀ ଯୋଗ ଦେବେ । ଜୁଲାଇ ୧୫ ତାରିଖ (ଗୁରୁବାର) ଦିନ ମହଙ୍ଗା ମାଡର ପ୍ରତିବାଦ ସ୍ୱରୂପ କୌଣସି ବି ପେଟ୍ରୋଲ ଟାଙ୍କିରୁ ପେଟ୍ରୋଲ ଓ ଡିଜେଲ ନପକାଇବା ଓ ସେହିଦିନ ରନ୍ଧନ ଗ୍ୟାସ ନକିଣିବା ପାଇଁ ଓଡିଶା ବାସୀଙ୍କୁ ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି । ଜୁଲାଇ ୧୭ ତାରିଖ (ଶନିବାର) ଦିନ ସମସ୍ତ ପେଟ୍ରାଲ ପମ୍ପ ସାମ୍ନାରେ ଦସ୍ତଖତ ଅଭିଯାନ ଆୟୋଜିତ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ଏତ୍ୟବ୍ୟତୀତ ଏଆଇସିସିର ନିର୍ଦ୍ଦେଶକ୍ରମେ ମାସ ବ୍ୟାପି ରାଜ୍ୟରେ ପ୍ରତ୍ୟେକ ବ୍ଲକ ଓ ପଂଚାତୟ ଠାରୁ ଆରମ୍ଭ କରି ଗ୍ରାମାଂଚଳ ପର୍ଯ୍ୟନ୍ତ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ମାନେ ଘରକୁ ଘର ବୁଲି ଜନସାଧାରଣଙ୍କୁ ସଚେତନ କରାଇବା ସହିତ କଂଗ୍ରେସର ଆଭିମୁଖ୍ୟ ଲୋକଙ୍କ ପାଖରେ ପଂହଚାଇ ଜନଜାଗରଣ ସୃଷ୍ଟି କରିବେ । ଏହି ସମୟରେ କଂଗ୍ରେସ ନେତୃବୃନ୍ଦ କରୋନା ମହାମାରୀରେ ସଂକ୍ରମିତ ହୋଇଥିବା ଏବଂ ପ୍ରାଣ ହରାଇଥିବା ପରିବାର ବର୍ଗଙ୍କୁ ଭେଟିବା ସହିତ ତାଙ୍କର ସମସ୍ୟାକୁ ସଂପୂର୍ଣ୍ଣ ରୂପେ ବୁଝିବା ସହିତ ସମସ୍ତ ତଥ୍ୟ ସଂଗ୍ରହ କରି ପିସିସିକୁ ଦେଲେ ଏଆଇସିସିକୁ ପଠାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ମହଙ୍ଗାମାଡ ପ୍ରସଙ୍ଗ ସହିତ ଚାଷୀମାନଙ୍କ ଧାନ ବିକ୍ରି ନେଇ ସମସ୍ୟା ଓ ଅନ୍ୟାନ୍ୟ ସ୍ଥାନୀୟ ସମସ୍ୟା ବିରୋଧରେ ମଧ୍ୟ ଏହି ପ୍ରତିବାଦ, ଆନ୍ଦୋଳନ ହେବ । କଂଗ୍ରେସ ଦଳର ସମସ୍ତ କର୍ମୀ ଓ ନେତା ତଥା ବିଭିନ୍ନ ଛାମୁଆ ସଂଗଠନ ଯଥା ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ, ସେବାଦଳ ତଥା ଅନ୍ୟାନ୍ୟ ବିଭାଗ ଓ ପ୍ରକୋଷ୍ଠ ମାନେ ଏହାକୁ ପୂର୍ଣ୍ଣମାତ୍ରାରେ ସଫଳ କରିବାକୁ ମଧ୍ୟ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ କଟକ ଜିଲ୍ଲା କଂଗ୍ରେସ କମିଟି ସଭାପତି ମାନସ ଚୌଧୁରୀ ଉପସ୍ଥିତ ରହି ଉପରୋକ୍ତ କାର୍ଯ୍ୟକ୍ରମକୁ ଜୋରଦାର କରାଯିବ ବୋଲି ପ୍ରକାଶ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଗାଁରେ ବୁଲୁଛି ହତିଆର ପୋଲିସ ସୁରକ୍ଷା ଦାବି

ଗାଁରେ ବୁଲୁଛି ହତିଆର ପୋଲିସ ସୁରକ୍ଷା ଦାବି

June 11, 2026
୧୨ତମ ଶ୍ରୀକ୍ଷେତ୍ର ରଜ ମହୋତ୍ସବ : ବିଶିଷ୍ଟ କଣ୍ଠ ଶିଳ୍ପୀ ମହ୍ଲାର କର୍ମକାର ଙ୍କ କଣ୍ଠର ଝଙ୍କାରରେ ଝୁମିବେ ଶ୍ରୋତା

୧୨ତମ ଶ୍ରୀକ୍ଷେତ୍ର ରଜ ମହୋତ୍ସବ : ବିଶିଷ୍ଟ କଣ୍ଠ ଶିଳ୍ପୀ ମହ୍ଲାର କର୍ମକାର ଙ୍କ କଣ୍ଠର ଝଙ୍କାରରେ ଝୁମିବେ ଶ୍ରୋତା

June 11, 2026
ସେବାୟତ ବାସଗୃହ ଯୋଜନା ରେ ଜାଗା ପରିଦର୍ଶନ

ସେବାୟତ ବାସଗୃହ ଯୋଜନା ରେ ଜାଗା ପରିଦର୍ଶନ

June 11, 2026
ବ୍ରହ୍ମଗିରିରେ ବେଆଇନ କରତକଳ ଠାବ : ବନ ବିଭାଗର ଚଢ଼ାଉ

ବ୍ରହ୍ମଗିରିରେ ବେଆଇନ କରତକଳ ଠାବ : ବନ ବିଭାଗର ଚଢ଼ାଉ

June 11, 2026

Recent News

ଗାଁରେ ବୁଲୁଛି ହତିଆର ପୋଲିସ ସୁରକ୍ଷା ଦାବି

ଗାଁରେ ବୁଲୁଛି ହତିଆର ପୋଲିସ ସୁରକ୍ଷା ଦାବି

June 11, 2026
୧୨ତମ ଶ୍ରୀକ୍ଷେତ୍ର ରଜ ମହୋତ୍ସବ : ବିଶିଷ୍ଟ କଣ୍ଠ ଶିଳ୍ପୀ ମହ୍ଲାର କର୍ମକାର ଙ୍କ କଣ୍ଠର ଝଙ୍କାରରେ ଝୁମିବେ ଶ୍ରୋତା

୧୨ତମ ଶ୍ରୀକ୍ଷେତ୍ର ରଜ ମହୋତ୍ସବ : ବିଶିଷ୍ଟ କଣ୍ଠ ଶିଳ୍ପୀ ମହ୍ଲାର କର୍ମକାର ଙ୍କ କଣ୍ଠର ଝଙ୍କାରରେ ଝୁମିବେ ଶ୍ରୋତା

June 11, 2026
ସେବାୟତ ବାସଗୃହ ଯୋଜନା ରେ ଜାଗା ପରିଦର୍ଶନ

ସେବାୟତ ବାସଗୃହ ଯୋଜନା ରେ ଜାଗା ପରିଦର୍ଶନ

June 11, 2026
ବ୍ରହ୍ମଗିରିରେ ବେଆଇନ କରତକଳ ଠାବ : ବନ ବିଭାଗର ଚଢ଼ାଉ

ବ୍ରହ୍ମଗିରିରେ ବେଆଇନ କରତକଳ ଠାବ : ବନ ବିଭାଗର ଚଢ଼ାଉ

June 11, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଗାଁରେ ବୁଲୁଛି ହତିଆର ପୋଲିସ ସୁରକ୍ଷା ଦାବି

ଗାଁରେ ବୁଲୁଛି ହତିଆର ପୋଲିସ ସୁରକ୍ଷା ଦାବି

June 11, 2026
୧୨ତମ ଶ୍ରୀକ୍ଷେତ୍ର ରଜ ମହୋତ୍ସବ : ବିଶିଷ୍ଟ କଣ୍ଠ ଶିଳ୍ପୀ ମହ୍ଲାର କର୍ମକାର ଙ୍କ କଣ୍ଠର ଝଙ୍କାରରେ ଝୁମିବେ ଶ୍ରୋତା

୧୨ତମ ଶ୍ରୀକ୍ଷେତ୍ର ରଜ ମହୋତ୍ସବ : ବିଶିଷ୍ଟ କଣ୍ଠ ଶିଳ୍ପୀ ମହ୍ଲାର କର୍ମକାର ଙ୍କ କଣ୍ଠର ଝଙ୍କାରରେ ଝୁମିବେ ଶ୍ରୋତା

June 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version