No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧ ଜୁଲାଇ ଗୁରୁବାର ) ବରଗଡ଼ :- ଆଜି ବରପାଲି ଠାରେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ, ବିଖ୍ୟାତ ବାନ୍ଧ ଓ ବୟନ ଶିଳ୍ପୀ ପଦ୍ମଶ୍ରୀ, ଶିଳ୍ପୀଗୁରୁ କୁଞ୍ଜ ବିହାରୀ ମେହେର ଙ୍କ ତ୍ରୟୋଦଶତମ ଶ୍ରାଦ୍ଧ ବାର୍ଷିକୀ, ବରପାଲି କଲଭାରତୀ ସଂଗ୍ରହାଲୟ ଠାରେ ପାଳିତ ହୋଇଯାଇଛି l ବିଜେପୁର ବିଧାୟକା ରୀତା ସାହୁ ଅତିଥି ଭାବେ ଯୋଗ ଦେଇ ଶିଳ୍ପୀ ଗୁରୁ ଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।
ଟ୍ରଷ୍ଟ ର ମେନେଜିଙ୍ଗ ଟ୍ରଷ୍ଟି ଡ଼କ୍ଟର ସୁରେନ୍ଦ୍ର ମେହେର ପରିଚାଳନା ରେ ଅନ୍ୟ ଟ୍ରଷ୍ଟି ମହେନ୍ଦ୍ର କୁମାର ମେହେର, ନିରଞ୍ଜନ ମେହେର, ବୀରେନ୍ଦ୍ର ନାଥ ନାଗ, ହରି ଚରଣ ଖଟୁଆ, ମନବୋଧ ରଣା, ସୁଦାମ ମେହେର, ରବୀନ୍ଦ୍ର କୁମାର ସାହୁ, ଡମନ ମେହେର, ହରଧାନ ମେହେର, ଅଶୋକ ଖଟୁଆ, ନବକିଶୋର ମେହେର, ତନ୍ମୟ ମେହେର, ଅଧ୍ୟାପକ ରମାକାନ୍ତ ତ୍ରିପାଠୀ, ଡାକ୍ତର ସୁବଳ ଚନ୍ଦ୍ର ମାଝୀ, ଚୂଡ଼ାମଣି ମେହେର ଓ ବରପାଲି ର ବିଶିଷ୍ଟ ମାନ୍ୟ ଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ରହି ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।(ସତ୍ୟ ନାରାୟଣ ପ୍ରଧାନ ବରଗଡ଼)
No Result
View All Result