ଓଡ଼ିଶା ତାଜା ନ୍ୟୁଜ (୩୦ ଜୁନ ବୁଧବାର )ପୁରୀ :- ଅଣସର ପଞ୍ଚମୀ ତିଥିରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଫୁଲରୀ ତେଲ ଲଗାଯାଏ । ଏହି ତେଲ ଲଗାଇବା ପରେ ଶ୍ରୀଜିଉ ସ୍ନାନ ଜ୍ୱରରୁ ମୁକ୍ତି ପାଆନ୍ତି । ସେଥିପାଇଁ ଓଡ଼ିଆ ମଠ ପକ୍ଷରୁ ପ୍ରସ୍ତୁତ ଫୁଲରୀ ତେଲ ଶ୍ରୀମନ୍ଦିର ଭିତରକୁ ପଠାଯାଏ । ଯାହାକୁ ପତି ମହାପାତ୍ର ସଂସ୍କାର କରିବା ପରେ ମାଲିସ୍ କରାଯାଏ ।
ଓଡ଼ିଆ ମଠ ପକ୍ଷରୁ ଫୁଲରୀ ତେଲ ପ୍ରଦାନ କରାଯାଇଥାଏ । ହେରାପଞ୍ଚମୀ ତିଥିରେ ୨ଟି ମାଟି ନିର୍ମିତ ଘୁମାରେ ଘଣାପେଡା ରାଶିତେଲରେ ବିଭିନ୍ନ ଔଷଧୀୟ ଦ୍ରବ୍ୟ ମିଶ୍ରଣ କରାଯାଇଥାଏ । ପରେ ସେଥିରେ ଔଷଧୀୟ ଦ୍ରବ୍ୟ ସହ ଅନେକ ସୁବାସିତ ଫୁଲ ମିଶ୍ରଣ କରାଯାଇଥାଏ । ଏହି ତେଲକୁ ହେରାପଞ୍ଚମୀ ତିଥିରୁ ବର୍ଷେ ପର୍ଯ୍ୟନ୍ତ ମାଟିତଳେ ପୋତା ଯାଇ ରଖାଯାଇଥାଏ ।
ଗୋଟିଏ ବର୍ଷ ପରେ ଘୁମାରେ ଥିବା ତେଲକୁ ମାଟିତଳୁ କଢା ଯାଇଥାଏ । ଯାହାକୁ ଫୁଲରୀ ତେଲ ବୋଲି କୁହାଯାଇଥାଏ । ପରେ ସେହି ଫୁଲରୀ ତେଲକୁ ଶ୍ରୀମନ୍ଦିର ଭିତରକୁ ପଠାଯାଇଥାଏ । ସେଥିରେ ମହାପ୍ରଭୁ ମାଲିସ ହୋଇଥାଆନ୍ତି । ଏହି ତେଲ୍ରେ ମାଲିସ୍ ହେବା ପରେ ମହାପ୍ରଭୁ ଅଂଶରେ ସୁସ୍ଥ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି ।
















