No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୮ ଜୁନ ସୋମବାର ) ଶେରଗଡ଼ :- ମହାମାରୀ କରୋନା ଭୁତାଣୁ ସଂକ୍ରମଣର ଦ୍ବିତୀୟ ଲହର ପ୍ରାଣଘାତୀ ସାଜିଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ରୋଗୀଙ୍କୁ ରକ୍ତର ଆବଶ୍ୟକତା ରହୁଥିବା ଜଣାପଡିଛି । ସଠିକ୍ ସମୟରେ ଆବଶ୍ୟକ ରକ୍ତ ନପାଇ ବହୁ ସମୟରେ ବହୁ ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ରକ୍ତ ଅଭାବରୁ କେହି ଯେମିତି ମୃତ୍ୟୁ ବରଣ ନକରେ, ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ କରାଯାଇ ରକ୍ତ ସଂଗ୍ରହ କରାଯାଉଛି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଶେରଗଡ଼ ବ୍ଳକ ବ୍ରାହ୍ମଣଛାଇ ପଞ୍ଚାୟତରେ ବ୍ଳକ ଯୁବ ବିଜେଡ଼ି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ ଓ ସଂପୃକ୍ତ ପଞ୍ଚାୟତର ସମିତି ସଭ୍ୟ ମଣ୍ଟୁ ଖଣ୍ଡୁଆଳଙ୍କ ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।
ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ଡିଆରଡିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ସଂଯୋଜକ ସୁବାଷ ମହାରଣା, ବିଡିଓ ଶମ୍ଭୁନାଥ ନନ୍ଦି, ତହସିଲଦାର ଡଃ ଦୟାସିନ୍ଧୁ ପରିଡ଼ା, ଗଞ୍ଜାମ ଜିଲ୍ଲା ଯୁବ ବିଜେଡ଼ି ସଭାପତି ଲକ୍ଷ୍ମଣ ଚୈଧୁରୀ, ସମ୍ପାଦକ ଜଗନ୍ନାଥ ସାବତ, ଯୁଗ୍ମ ସମ୍ପାଦକ କୈଳାସ ରଣା, ହୀନ ବେହେରା, ଆସିକା ସାଂସଦଙ୍କ ରାଜନୈତିକ ସହାୟକ ନିଳମଣି ପଟ୍ଟନାୟକ, ଶରତ ପାତ୍ର, ଜିଲ୍ଲା ଛାତ୍ର ବିଜେଡ଼ି ସମ୍ପାଦକ ରାମହରି ମହାରଣା ଛାତ୍ର ଜୋନ୍ ସଭାପତି ଜ୍ୟୋତି ରଞ୍ଜନ ସାହୁ, ନିଖିଳ ଚୈଧୁରୀ, ଗଣେଶ ସାହୁ, ଦିଗାମ୍ବର ନାହାକ, ପ୍ରମୋଦ ପାତ୍ର, ଉଦୟ ପ୍ରଧାନ, ସମିର ପ୍ରଧାନ, ଦୁର୍ଗା ବିଷୋୟୀ, ହୃଷିକେଶ ପାଢ଼ୀ, ଶଙ୍କର ପୃଷ୍ଟି, ବିକ୍ରମ ଜେନା, ମେଘନାଦ ଦାସ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମକୁ ସୁଧାନିଧି ଚୈଧୁରୀ ପରିଚାଳନା କରିଥିବା ବେଳେ ସଂପୃକ୍ତ ପଞ୍ଚାୟତର ବହୁ ଦଳୀୟ କର୍ମୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।(ଶେଷଦେବ ସାହୁ, ସ୍ବତନ୍ତ୍ର ପ୍ରତିନିଧି )
No Result
View All Result