No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୯ ଜୁନ୍ ମଙ୍ଗଳବାର )ପଦ୍ମପୁର :- ସଡ଼କ ଦୁର୍ଘଟଣାରେ ନିଜ ର ରୋଜଗାରର କ୍ଷମ ପୁଅର ଗୋଡ଼ ଭାଙ୍ଗି ଯାଇଥିବା ହେତୁ ତା’ର ଉଚ୍ଚତର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ଭଲି ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ପାଇକମାଲ ବ୍ଳକ ବରତୁଣ୍ଡା ପଞ୍ଚାୟତ ଖପୁରୀଡିହି ଗ୍ରାମ ର ଗରୀବ ଆଦିବାସୀ ଭାନୁ ମାଝି ଗତ ନଭେମ୍ବର ମାସ ୨୭ ତାରିଖ ଦିନ ସନ୍ଧ୍ୟା ସମୟରେ ନିଜ ଖେତ ରୁ ଘର କୁ ଫେରୁଥିବା ସମୟରେ ବିଜୁ ଏକ୍ସପ୍ରେସ ରାସ୍ତା ରେ ଚାଲିଚାଲି ଆସୁଥିବା ବେଳେ ଏକ ବାଇକ୍ ଆରୋହୀ ଦୂର୍ଘଟଣା ଘଟାଇ ଫେରାର ହୋଇଯାଇଥିଲା । ଦୂର୍ଘଟଣା ରେ ଭାନୁ ମାଝି ଙ୍କ ଗୋଡ଼ ଭାଙ୍ଗି ଯାଇ ଖଣ୍ଡ ଖଣ୍ଡ ହୋଇଥିଲା । ଚିକିତ୍ସା ପାଇଁ ତୁରନ୍ତ ପଦ୍ମପୁର
ଉପଖଣ୍ଡ ଡ଼ାକ୍ତରଖାନା ଓପରେ ବୁର୍ଲା ଭିମ ଭୋଇ ମେଡିକାଲ କଲେଜ କୁ ଚିକିତ୍ସା ପାଇଁ ନେଇଥିଲେ । ତାଙ୍କ ପୁଅ ର ଗୋଡ଼ ଅପରେସନ ପାଇଁ ଅର୍ଥ ଦରକାର ହେତୁ ଅପରେସନ କରି ନପାରି ଘରକୁ ଫେରାଇ ଆଣିଥିଲେ । ଅର୍ଥ ଅଭାବ ହେତୁ ପ୍ରାୟ ଛଅ ମାସ ହେବ ଶଯ୍ୟା ଶାୟୀ ଅବସ୍ଥା ପଡିରହିଛନ୍ତି ଭାନୁ । ଭାନୁ ଜଣେ ପରିବାର ର ରୋଜଗାର କ୍ଷମ ହୋଇ ଥିବା ରୁ ତାଙ୍କ ୬୦ ବର୍ଷ ବୃଦ୍ଧା ମା ବାପା ପ୍ରାପ୍ତ ବୟସରେ ମୋ ଉପରେ ଭରଷା ରଖିଥିଲେ, ଓ ମୁଁ ବାହାରେ କାମ କରି ପରିବାର ପୋଷଣ କରୁଥିଲି ବୋଲି କାନ୍ଦି କାନ୍ଦି ଭାନୁ କହିଛନ୍ତି । ବର୍ତ୍ତମାନ ଭାନୁ ଶଯ୍ୟା ଶାୟୀ ଅବସ୍ଥା ପଡିରହିଥିବା ହେତୁ ,ଓଲିଏ ଖାଇ
ଓଲିଏ ଭୋକ ଉପାସରେ ଜୀବନ ବିତାଉଛନ୍ତି । ଭାନୁ ନିଜେ ଧାର କରଜ କରି ଚିକିତ୍ସା ହୋଇଥିଲେ । ଅଧିକ ଟଙ୍କା ଦରକାର ହେତୁ ତାଙ୍କର ଗୋଡ଼ ଅପରେସନ ପାଇଁ ଅର୍ଥ ସାଜିଛି ବାଧକ । ତାଙ୍କର ଗୋଡ଼ ଅପରେସନ ପାଇଁ କେହି ସହୃଦୟ ବ୍ୟକ୍ତି ବିଶେଷ ଙ୍କ ସହ ଯେ କୌଣସି ସ୍ବେଛାସେବୀ ସଂଗଠନ ପକ୍ଷରୁ ତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଆକୁଳ ନିବେଦନ କରିଛନ୍ତି। ଗରିବ ଆଦିବାସୀ ଭାନୁ ଙ୍କ ଚିକିତ୍ସା ପାଇଁ ପ୍ରଶାସନ ଦୃଷ୍ଟି ଦେଇ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଚିକିତ୍ସା ପାଇଁ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି । ରିପୋର୍ଟ – ନିରୋଜ କୁମାର ପାଣୀ
No Result
View All Result