No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୫ ଜୁନ୍ ଶୁକ୍ରବାର ) ପଦ୍ମପୁର :- ବରଗଡ଼ ଜିଲ୍ଲା ପଦ୍ମପୁର ସହରର ପାନୀୟ ଜଳ ଯୋଗାଣ ସମସ୍ୟା କୁ ନେଇ ବିଭାଗୀୟ ଯନ୍ତ୍ରୀ ଅଧିକାରୀ ଙ୍କୁ ଭେଟି ଆଲୋଚନା କରିଥିଲେ ପଦ୍ମପୁର ନଗର ବିଜେପି ପ୍ରତିନିଧି ଦଳ । ଖରା ମାସରେ ଅଙ୍ଗନଦୀ ନାଳରେ ପାଣି ଧାର କମିଯାଏ ବା ଜଳସ୍ତର କମିଯାଏ କିନ୍ତୁ ଲୋକଙ୍କର ପାଣିର ଆବଶ୍ୟକତା ଟିକେ ବେଶୀ ରହେ, ସେଥି ପାଇଁ ଲୋକଙ୍କ ଆବଶ୍ୟକତା କୁ ପୂରଣ କରିବା ପାଇଁ ଟେଙ୍କର ସହାୟତାରେ ପାଣି ଯୋଗାଇ ଦିଆଯାଇଥାଏ, ଜୁନ୍ ୧୫ ପରେ କିନ୍ତୁ ଟେଙ୍କର୍ ରେ ପାଣି ଯୋଗାଣ ବନ୍ଦ କରି ଦିଅନ୍ତି ବିଭାଗ ତରଫରୁ,
ଏବେ ବର୍ଷା ଆରମ୍ଭ ହେଲାଣି ତଥାପି କେତେକ ଅଞ୍ଚଳରେ ପାଣି ଯୋଗାଣ ସ୍ବାଭାବିକ ହେଇନି, ମୁଖ୍ୟତଃ ପୁରୁଣା ବସ୍ତି,ମେହେରପଡ଼ା, କଣ୍ଟାପଡ଼ା,ରଜାପଡ଼ା ,ବଡ଼ପଡ଼ା ରେ ବହୁତ୍ କମ୍ ସମୟ ପାଇଁ ଜଳ ଯୋଗାଣ ହେଉଛି, ଆବଶ୍ୟକତା କୁ ପୂରଣ କରିବା ପାଇଁ ଆବଶ୍ୟକ ସ୍ଥଳେ ଟେଙ୍କରରେ ପାଣି ଯୋଗାଇ ଦେବାକୁ ଅନୁରୋଧ କରିଛୁ ବିଭାଗୀୟ ଯନ୍ତ୍ରୀ ଅଧିକାରୀ ଙ୍କୁ, ସହର ଅନେକ ସ୍ଥାନରେ ରାସ୍ତା ଖୋଳି ନୂତନ ପାଇପ୍ କନେକ୍ସନ୍ ଦିଆ ହେଇଥିବା ରାସ୍ତା ର ଶୀଘ୍ର ମରାମତି ପାଇଁ ଠିକାଦାର କୁ ନିର୍ଦେଶ ଦେବା ପାଇଁ କହିଛୁ,
ସହରର ଅନେକ ସ୍ଥାନରେ ପାଣି ପାଇପ୍ ଫାଟି ଲିକ୍ ହେଉଥିବାରୁ ତାହା ଯଥାଶୀଘ୍ର ମରାମତି କରିବା ପାଇଁ ମଧ୍ୟ କହିଛୁ ବୋଲି ବିଭାଗୀୟ ଯନ୍ତ୍ରୀ ଅଧିକାରୀ ମାଝି ବାବୁ ଯଥାଶୀଘ୍ର ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ପଦ୍ମପୁର ନଗର ବିଜେପି ସଭାପତି ସୁନିଲ୍ କୁମାର୍ ଅଗ୍ରୱାଲ, ସାଧାରଣ ସମ୍ପାଦକ ଅଶୋକ କୁମାର ମିଶ୍ର,ନଗର ଯୁବମୋର୍ଚ୍ଚା ସଭାପତି ପ୍ରମୋଦ କୁମାର ମେହେର,ପଦ୍ମପୁର ସାଂସଦ ପ୍ରତିନିଧି ଶ୍ରୀ ଚିନ୍ମୟ କୁମାର ପଣ୍ଡା ଆଜିର ଏ ଆଲୋଚନା ରେ ସାମିଲ୍ ହୋଇ ଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ )
No Result
View All Result