No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୪ ଜୁନ୍ ଗୁରୁବାର ) ବାଙ୍କୀ :- ବାଙ୍କୀ ମହାନଦୀ ପଠାରୁ ବୁଧବାର ସନ୍ଧ୍ୟାରେ ଏକ ନବଜାତକ ମୃତ ଶିଶୁପୁତ୍ରକୁ ଉଦ୍ଧାରକରିଛି ବାଙ୍କୀ ପୋଲିସ । ମିଳିଥିବା ସୂଚନା ଅନୁଯାୟୀ ବାଙ୍କୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଛପଟେ ଥିବା ମହାନଦୀ ପଠାରେ ଏକ ଶିଶୁପୁତ୍ର କପଡାରେ ଗୁଡା ହୋଇ ପଡିଥିବା କେହି ଦେଖିବାକୁ ପାଇବା ପରେ ସରକାରଙ୍କ ଜରୁରୀକାଳୀନ ନମ୍ବର ୧୧୨ଦ୍ୱାରା ଯୋଗାଯୋଗ କରିଥିଲେ ।
ଖବର ପାଇ ବାଙ୍କୀ ଥାନା ଏସ.ଆଇ. ସତ୍ୟନରାୟଣ ସେନାପତି ଘଟଣାସ୍ଥଳରେ ପହଞ୍ôଚ ଶିଶୁପୁତ୍ରଟିକୁ ଉଦ୍ଧାର କରି ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଶିଶୁଟି ମୃତ୍ୟୁବରଣ କରିଥିôବା ଜଣାପଡିଥିଲା । ରାତି ହୋଇଯାଇଥିବାରୁ ଶବଟିକୁ ଆସନ୍ତାକାଲି ବ୍ୟବଚ୍ଛେଦ କରିବା ପାଇଁ ଶବ ସଂରକ୍ଷଣ ଗୃହରେ ରଖାଯାଇଛି । ଏନେଇ ବାଙ୍କୀ ପୋଲିସ ୧୫/୨୧ରେ ଏକ ଅପମୃତ ମାମଲା ରୁଜୁ କରିଛି । (ରିପୋର୍ଟ ଗୌତମ ମିଶ୍ର )
No Result
View All Result