No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୪ ଜୁନ୍ ଗୁରୁବାର )ହିଞ୍ଜିଳିକାଟୁ :- ପବିତ୍ର ଦେବସ୍ନାନ ପୁର୍ଣ୍ଣିମା ଉପଲକ୍ଷେ ହିଞ୍ଜିଳିକାଟୁ ପୌରାଂଚଳ ବଇଁଚବଣିଆ ପାବନ ଶ୍ରୀକ୍ଷେତ୍ର ରେ ବଳଭଦ୍ର, ଜଗନ୍ନାଥ, ଦେବୀ ସୁଭଦ୍ରାଙ୍କ ସମେତ ଚକ୍ରରାଜ ସୁଦର୍ଶନ ଚତୁର୍ଦ୍ଦାମୁର୍ତିଙ୍କ ମହାସ୍ନାନ ଯାତ୍ରା ଶ୍ରୀଜଗନ୍ନାଥ ସଂସ୍କୃତି ଅନୁକ୍ରମେ ବୈଦିକ ରୀତିରେ ସମ୍ପନ୍ନ ହୋଇଛି । ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଜନିତ ପ୍ରଶାସନ କଟକଣା ଯୋଗୁଁ ଭକ୍ତଙ୍କ ବିପୁଳ ସମାଗମରେ ଭଟ୍ଟା ପଡ଼ିଯାଇଥିବା ଦେଖିବାକୁ ମିଳିଥିଲା । ଭକ୍ତମାନଙ୍କ ଗହଳ ଚହଳ ହୀନ ସ୍ନାନଯାତ୍ରା ଚଳିତ ବର୍ଷ ପାଇଁ ଫିକା ପିକା ମନେ ହେଉଥିଲା । ସ୍ଥାନୀୟ ପୌର ପ୍ରଶାସନର ପରାମର୍ଶ ଅନୁସାରେ ପଣ୍ଡିତ, ପୁରୋହିତ, ସେବାୟତ ଓ ମନ୍ଦିର ପ୍ରଶାସନ ସେବାର କିଛି ପ୍ରମୁଖ ସଦସ୍ୟଙ୍କ ଉପସ୍ଥିତିରେ ସମସ୍ତ ବିଧି ବିଧାନ ସମ୍ପାଦିତ ହୋଇଥିଲା । ମନ୍ଦିରର ସେବାଧିପତି ଲିଙ୍ଗରାଜ ସାହୁ ଦିଅଁ ମାନଙ୍କ ମଙ୍ଗଳାପର୍ଣ ର କର୍ତା ରୂପେ ଉପବିଶେନ କରିଥିଲେ ଏବଂ ମନ୍ଦିରର ପାଟ ପୁରୋହିତ ପଣ୍ଡିତ ଗତିିକୃଷ୍ଣ ମିଶ୍ର ଶର୍ମା ଓ ରଞ୍ଜିତ ଦାଶଶର୍ମା, ସହଯୋଗୀ ହାଡ଼ୁ ମିଶ୍ର ସମସ୍ତ କର୍ମକାଣ୍ଡ ବିଧାନ ସମ୍ପନ୍ନ କରିଥିଲେ ।
ଗୁରୁବାର ପ୍ରତ୍ୟୁଷରୁ ମୁଖ୍ୟ ପୂଜକ ପଣ୍ଡିତ କୃଷ୍ଣଚନ୍ଦ୍ର ପଣ୍ଡା ଦିଅଁ ମାନଙ୍କ ମଙ୍ଗଳ ଆଳତି, ବଲ୍ଲଭପୂଜା, ଦ୍ୱାରପାଳ ପୂଜା, ସୂର୍ଯ୍ୟପୂଜା, ରୋଷହୋମ ଆଦି ନୀତି ସମ୍ପନ୍ନ କରିଥିଲେ । ସକାଳ ୧୦ଟାରେ ଠାକୁର ମାନେ ପହଣ୍ଡି ବିଜେ ହୋଇ ସ୍ନାନ ମଣ୍ଡପକୁ ଆସିଥିଲେ । ସେଠାରେ ପୂର୍ବରୁ ପ୍ରସ୍ତୁତ ମନ୍ଦିରସ୍ଥ ସୁନାକୂଅର ଶୁଦ୍ଧଜଳ, ସମୁଦ୍ର ଜଳ, ନାନାଦି ତୀର୍ଥ ଜଳ ଓ ସୁବାଷିତ ଦ୍ରବ୍ୟ ଓ ଔଷଧ ମିଶ୍ରଣରେ ସ୍ନାନ ଜଳ ପ୍ରସ୍ତୁତ ହୋଇଥିଲା । ଶ୍ରୀ ବଳଭଦ୍ରଙ୍କୁ ୩୩, ଶ୍ରୀଜଗନ୍ନାଥଙ୍କୁ ୩୫, ଦେବୀ ସୁଭଦ୍ରାଙ୍କୁ ୨୨ ଓ ଚକ୍ରରାଜ ସୁଦର୍ଶନଙ୍କୁ ୧୮ କୁମ୍ଭର ଅଭିମନ୍ତ୍ରିତ ଜଳରେ ମହାସ୍ନାନ କରାଯାଇଥିଲା । ପରେ ଦିଅଁ ମାନେ ଗଜାନନ ବେଶରେ ଦର୍ଶନ ଦେଇଥିଲେ । ସେବାଧିପତି ଲିଙ୍ଗରାଜ ସାହୁ ଛେରାପହଁରା କରିଥିଲେ । ମନ୍ଦିର ପ୍ରଶାସନ ସେବକଙ୍କ ତତ୍ୱାବଧାନରେ ସଭାପତି ଜଗନ୍ନାଥ ସାହୁ, ସମ୍ପାଦକ ଲୋକନାଥ ସାହୁ, ମନୋଜ ପାଢି, ଅଶୋକ ସାମନ୍ତରା, ମନମୋହନ ଦାଶ, ନିଳାଂଚଳ ପାଳ, ଜଗନ୍ନାଥ ଚୌଧୁରୀ, ସୁଦର୍ଶନ ପାଣିଗ୍ରାହୀ, ଉମାଶଙ୍କର ପଣ୍ଡା, ସରୋଜ ପଣ୍ଡା ପ୍ରମୁଖ ସ୍ନାନଯାତ୍ରା କାର୍ଯ୍ୟକ୍ରମକୁ ସୁସମ୍ପନ୍ନ କରିଥିଲେ । ଅନୁରୂପ ଭାବେ ସ୍ଥାନୀୟ ପୌରାଂଚଳ ବଡ଼ରଙ୍ଗଣି ସାହି, ପାଟଣା ସାହି ସମେତ ନିକଟବର୍ତି ଅଂଚଳର ଜଗନ୍ନାଥ ମନ୍ଦିର ଗୁଡ଼ିକରେ ନୀତିକାନ୍ତି ଅନୁସାରେ ଭକ୍ତଙ୍କ ବିନା ଗହଣରେ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ( ରିପୋର୍ଟ – ଶୁସାନ୍ତ ପ୍ରଧାନ )
No Result
View All Result