No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୦ ଜୁନ୍ ,ରବିବାର ) ପାରଳାଖେମୁଣ୍ଡି :- ପିତା ଆକାଶ ଠାରୁ ବଡ଼, ହୃଦୟ ତାଙ୍କର ସାଗରଠୁ ବିଶାଳ,ମନ ତାଙ୍କ କଇଁଠୁଁ କୋମଳ ନଈ ଠୁଁ ଧୀର ,ତାଙ୍କରି ତ୍ୟାଗ ସହଯୋଗ,କର୍ତ୍ତବ୍ୟ ବଳରେ ପରିବାରର ଉନ୍ନତି ପ୍ରଗତି ବିକାଶ।ଘରେ ଶାନ୍ତ ସିଂହ ରୂପୀ ବାପାର ଭୂମିକା ଅନସ୍ବୀକାର୍ଯ୍ୟ ।ଆନ୍ତର୍ଜାତୀୟ ପିତୃ ଦିବସରେ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କ ମନ୍ତବ୍ୟ।ଆଜିର ଆଲୋଚନା ଓ କବିତା ଆସରରେ ଉଦଘଟିକା ଭାବେ ଭାବଚନନ୍ଦ୍ରିକା ଦେବୀ(ଜୟପୁର), ମୁଖ୍ୟ ଅତିଥି ଗୀତାଞ୍ଜଳି ଜେନା (ସିମିଳିଗୁଡ଼ା) , ମୁଖ୍ୟବକ୍ତା ଭାଗବତ ପାଢ଼ୀ,ସ୍ୱତନ୍ତ୍ର ଅତିଥି ବିନୋଦ ଚନ୍ଦ୍ର ଜେନା,ସମ୍ପାଦିକା ତନୁଜା ଶତପଥୀ, ସଭାନେତ୍ରୀ ଡି. ପ୍ରିୟଙ୍କା ଯୋଗଦାନ କରି
ଆଜି ଦିନର ତାତ୍ୱର୍ଯ୍ୟ ବୁଝିଇଥିଲେ।କୁନି କଣ୍ଠ ଶିଳ୍ପୀ ହର୍ଷିତା ପଟ୍ଟନାୟକ ବାପାଙ୍କ ଉପରେ ଏକ ସୁମଧୁର ସଙ୍ଗୀତ ଗାନ ପରେ ମହାମାରୀ କୋଭିଡ଼ରେ ଦିବଙ୍ଗତଙ୍କୁ ସ୍ୱରାଧା ସୁମନ ଅର୍ପଣ କରାଯାଇଥିଲା। ମମତା ପାଢ଼ୀ ଉଜାପନୀ ସଙ୍ଗୀତ ଗାନ ସହ ଧନ୍ୟବାଦ ଅର୍ପଣ କରିଥିଲେ।। ସମଗ୍ର କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଉପଦେଷ୍ଟା ବିଚିତ୍ରାନନ୍ଦ ବେବର୍ତ୍ତା ସଂଯୋଜନା କରିଥିଲେ।ଏଥିରେ ୫୦ରୁ ଉର୍ଦ୍ଧ୍ବ ଆଲୋଚକ କବି ଯୋଗଦାନ କରିଥିଲେ।ଏହି ଭର୍ଚୁଆଲ ସମାବେଶରେ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ସହକୋରାପୁଟ, ଭୁବନେଶ୍ୱର ,ଜୟପୁର,ହାଇଦ୍ରାବାଦ,କଟକ,ସିମିଳିଗୁଡ଼ା,ମୟୁରଭଞ୍ଜ ପ୍ରଭୃତି ଜିଲ୍ଲା ମାନଙ୍କରୁ ବୁଦ୍ଧିଜୀବୀ ମାନେ ଅଂଶ ଗ୍ରହଣ କରୁଥିଲେ। କାର୍ଯକ୍ରମ ସମ୍ପୂର୍ଣ୍ଣ ସଫଳ ହୋଇଥିବାରୁ ପ୍ରଗତିର ସମ୍ପାଦିକା ତନୁଜା ଶତପଥୀ ସମସ୍ତ ଅଂଶଗ୍ରହଙ୍କାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି l (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result