No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୧୯ ଜୁନ୍ , ଶନିବାର ) ବାଙ୍କୀ :- ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ଭାଷା ବିଭାଗ ତରଫରୁ ଏକ ଆଭାସି ସ୍ମୃତି ସଭା ଅନଲାଇନ୍ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ବିଭାଗର ଦୁଇ ଜଣ ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ବିଭାଗୀୟ ମୁଖ୍ୟ ସ୍ୱର୍ଗତ ଡ.ନିଶାକାର ପାଢ଼ୀ ଓ ସ୍ୱର୍ଗତ ବସନ୍ତ କୁମାର ରାଉତରାୟଙ୍କ ପରଲୋକରେ ଅନୁଷ୍ଠିତ ଆଭାସି ସ୍ମୃତି ସଭାରେ ଅଧ୍ୟକ୍ଷ ଡ.ଅରୁଣ କୁମାର ବେହେରା ସଭାପତିତ୍ୱ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ବିଭାଗୀୟ ମୁଖ୍ୟ ସନ୍ତୋଷ କୁମାର ପଣ୍ଡା ପରିଚାଳନା କରିଥିଲେ ।
ପ୍ରାଧ୍ୟାପିକା ସୁନୀତିତନୟା ସାମନ୍ତରାୟ, ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ପ୍ରାଧ୍ୟାପକ ରାଜ କିଶୋର ପାଲ, ଡ.ଚିତ୍ରସେନ ରାଉତ, ଡ.ନିରୋଧ ମନ୍ତ୍ରୀ, ଡ.ଅରବିନ୍ଦ ନାୟକ, ଅଧ୍ୟାପକ ସତ୍ୟଜିତ ଦାସ, ପ୍ରଭାତ ବଳିୟାର ସିଂହ, ଅଧ୍ୟାପିକା ସରସ୍ୱତୀ ଦେଉରୀ, ଅଧ୍ୟାପକ ଚିନ୍ମୟ ତ୍ରିପାଠୀ, ଡ.ସସ୍ମୀତା ଦାସ ପ୍ରମୁଖ ଦିବଙ୍ଗତ ଦୁଇ ଆତ୍ମା ସମ୍ବନ୍ଧରେ ସ୍ମୃତି ଚାରଣ କରିଥିଲେ । ଅଧ୍ୟାପକ ନିରଞ୍ଜନ ଉପାଧ୍ୟାୟ ଧନ୍ୟବାଦ ଅର୍ପଣକରିଥିଲେ । ସଭା ପ୍ରାରମ୍ଭରେ ସ୍ୱର୍ଗତ ଅଧ୍ୟାପକମାନଙ୍କ ଆତ୍ମାର ସଦଗତି ନିମନ୍ତେ ୧ମିନିଟ୍ ନିରବ ପାର୍ଥନା କରିଥିଲେ । (ରିପୋର୍ଟ ଗୌତମ ମିଶ୍ର)।
No Result
View All Result