• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

୨୬୫୦ ଦିନ ପରେ ଫାଶୀରେ ଝୁଲିଲେ ୪ ଦୋଷୀ ।

Proprietor Abhimanyu Maharana by Proprietor Abhimanyu Maharana
March 20, 2020
in Uncategorized, ଅପରାଧ, ଓଡ଼ିଶା, ଦେଶ, ହୋମ୍
0
୨୬୫୦ ଦିନ ପରେ ଫାଶୀରେ ଝୁଲିଲେ ୪ ଦୋଷୀ ।
Share on FacebookShare on TwitterWhatsapp

ଦିଲ୍ଲୀ (ଓଡିଶା ତାଜାନ୍ୟୁଜ୍ ) ନିର୍ଭୟା ଗଣଦୁଷ୍କର୍ମ 2020 :- ବହୁଚର୍ଚ୍ଚିତ ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀ ମୁକେଶ ସିଂହ (୩୨), ପବନ ଗୁପ୍ତା (୨୫), ବିନୟ ଶର୍ମା (୨୬) ଓ ଅକ୍ଷୟ ସିଂହ (୩୧)କୁ ଆଜି ସକାଳ ସାଢେ ୫ଟାରେ ଫାଶୀ ଦିଆଯାଇଛି । ଦୋଷୀମାନଙ୍କ ସମସ୍ତ ପିଟିସନ୍‌କୁ ଗତକାଲି ସୁପ୍ରିମ୍‌କୋର୍ଟ ଏବଂ ପଟିଆଲା ହାଉସ କୋର୍ଟ ଖାରଜ କରିଦେବା ପରେ ୪ ଦୋଷୀଙ୍କୁ ତିହାର ଜେଲରେ ଫାଶୀ ଦିଆଯାଇଛି । ଅପରାଧର ୨୬୫୦ ଦିନ ପରେ ଦଣ୍ଡିତ ହୋଇଛନ୍ତି ୪ ନିର୍ଭୟା ଦୋଷୀୟ ଫାଶୀ ପରେ ନିର୍ଭୟାଙ୍କ ମା’ କହିଛନ୍ତି ଶେଷରେ ଆମକୁ ନ୍ୟାୟ ମିଳିଛି । ଶେଷ ମୁହୂର୍ତରେ ଫାଶୀ ଟାଳିବାକୁ ନିର୍ଭୟା ଦୋଷୀଙ୍କ ଶେଷ ଉଦ୍ୟମ ମଧ୍ୟ ପଣ୍ଡ ହୋଇଯାଇଛି ।

ଦୋଷୀଙ୍କୁ ତରବରିଆ ଭାବେ ଫାଶୀ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଣୁ ଏହି ରାୟର ପୁନଃସମୀକ୍ଷା କରିବାକୁ ଦୋଷୀଙ୍କ ଓକିଲ ଆଜି ସନ୍ଧ୍ର‌୍ୟାରେ ଦିଲ୍ଲୀ ହାଇକୋର୍ଟ ଯାଇଥିଲେ । ତେବେ ହାଇକୋର୍ଟ ଦୋଷୀଙ୍କ ପକ୍ଷର ଏହି ଆବେଦନର ଶୁଣାଣି କରି ଏହାକୁ ଗ୍ରହଣ କରିବେ ନାହିଁ ବୋଲି ସ୍ପଷ୍ଟ କରିଦେଇଥିଲେ । ଆବେଦନର କେଣସି ଆଧାର ନାହିଁ, ନୂଆ ଯୁକ୍ତି ନାହିଁ କି ନୂଆ ସତ୍ୟପାଠ ନାହିଁ ବୋଲି ହାଇକୋର୍ଟ କହିଛନ୍ତି । ହାଇକୋର୍ଟ ଦୋଷୀଙ୍କ ଓକିଲ ଏ.ପି. ସିଂହଙ୍କୁ କହିଛନ୍ତି, ଦୋଷୀମାନଙ୍କର ଭଗବାନଙ୍କୁ ସାକ୍ଷାତ କରିବାର ସମୟ ପାଖେଇ ଆସିଲାଣି । ଏଣୁ ନିଜ ସମୟ ସହ କୋର୍ଟର ସମୟ ନଷ୍ଟ ନ କରିବାକୁ ହାଇକୋର୍ଟ ରୋକ୍‌ଠୋକ୍ ଶୁଣାଇ ଦେଇଥିଲେ ।

ସୁପ୍ରିମକୋର୍ଟ ଚୂଡ଼ାନ୍ତ ରାୟ ଶୁଣାଇବା ପରେ ହାଇକୋର୍ଟ ଏହାର ସମୀକ୍ଷା କରିପାରିବ ନାହିଁ ବୋଲି କୋର୍ଟ ଦୋଷୀଙ୍କ ଓକିଲକୁ କହିଥିଲେ । ଏହାପରେ ରାତି ପ୍ରାୟ ୧ଟା ବେଳେ ଏ.ପି. ସିଂହ ସୁପ୍ରିମକୋର୍ଟ ରୋଜିଷ୍ଟ୍ରାରଙ୍କ ବାସଭବନକୁ ଯାଇ ପୁଣି ଶୁଣାଣି ପ୍ରକ୍ରିୟା ଆରମ୍ଭ କରିବାକୁ ଆଲୋଚନା କରିଥିଲେ । ଫଳରେ ସୁପ୍ରିମକୋର୍ଟରେ ମଧ୍ୟରାତ୍ରି ଶୁଣାଣି ଆରମ୍ଭ ହୋଇଥିଲା । ରାଷ୍ଟ୍ରପତିଙ୍କ ରାଜକ୍ଷମା ଆବେଦନକୁ ଚାଲେଞ୍ଜ କରି ହୋଇଥିବା ମାମଲାର ଶୁଣାଣି ସୁପ୍ରିମକୋର୍ଟ କରିଥିଲେ । ଏହାପରେ ନିର୍ଭୟା ଦୋଷୀ ପବନ ଗୁପ୍ତା ଅପରାଧ ସମୟରେ ନାବାଳକ ଥିବା ଦର୍ଶାଇ ଫାଶୀ ରୋକାଯାଉ ବୋଲି ଓକିଲ ଏ.ପି. ସିଂହ ଯୁକ୍ତି ରଖିଥିଲେ । ରାଷ୍ଟ୍ରପତି ଖୋଲାମନରେ ରାଜକ୍ଷମାର ବିଚାର କରିନାହାନ୍ତି ବୋଲି କହିଥିଲେ । ମାତ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ୍‌ ତୁଷାର ଗୁପ୍ତା ଏହାର କୌଣସି ଆଧାର ନ ଥିବା ଯୁକ୍ତି ବାଢ଼ିଥିଲେ । ଶେଷରେ ସୁପ୍ରିମକୋର୍ଟ ଆବେଦନରେ କେଣସି ନୂତନତ୍ୱ ନ ଥିବା ଓ ଏହାର ଆଧାର ନ ଥିବା ଦର୍ଶାଇ ମାମଲାକୁ ଖାରଜ କରି ଦେଇଥିଲେ ।

୪ ଦୋଷୀଙ୍କୁ ଏକସଂଗରେ ଶୁକ୍ରବାର ସକାଳ ୫ଟା ୩୦ରେ ଫାଶୀଖୁଣ୍ଟରେ ଝୁଲାଇବା ପାଇଁ ପୂର୍ବରୁ ଯେଉଁ ଡେଥ୍ ୱାରେଣ୍ଟ ଜାରି ହୋଇଥିଲା ତାହା ଯଥାରୀତି କାର୍ଯ୍ୟକାରୀ ହୋଇଛି । ପଟିଆଲା ହାଉସ କୋର୍ଟର ଅତିରିକ୍ତ ସେସନ୍ସ ଜଜ୍‌ ଧର୍ମେନ୍ଦ୍ର ରାଣା ୪ ନିର୍ଭୟା ଦୋଷୀଙ୍କ ବିରୋଧରେ ୩ ଥର ଡେଥ୍ ୱାରେଣ୍ଟ୍ ଜାରି କରିଥିଲେ । ପ୍ରଥମେ ଜାନୁଆରି ୨୨ରେ ୪ ଦୋଷୀଙ୍କୁ ଫାଶୀ ମିଳିବ ବୋଲି କୋର୍ଟ ଡେଥ୍‌ ୱାରେଣ୍ଟ୍ ଜାରି କରିଥିଲେ । ତେବେ ପରବର୍ତ୍ତୀ ସମୟରେ ଏହି ଫାଶୀ ଦଣ୍ଡାଦେଶକୁ ସ୍ଥଗିତ ରଖାଯାଇଥିଲା ।

ଏହା ପରେ ଫେବ୍ରୁଆରି ୧କୁ ଫାଶୀ ତାରିଖ ଘୁଞ୍ଚିଥିଲା । ତେବେ କୋର୍ଟ ଜାନୁଆରି ୩୧ରେ ଶୁଣାଣି କରି ଫେବ୍ରୁଆରି ୧ ଫାଶୀ ତାରିଖ ଉପରେ ସ୍ଥଗିତାଦେଶ ଜାରି କରିଥିଲେ । ପୁଣି ଥରେ ଫାଶୀ ଉପରେ ରହିତାଦେଶ ଜାରି କରାଯାଇ ମାର୍ଚ୍ଚ ୩ରେ ଏହି ୪ଜଣ ଦୋଷୀଙ୍କୁ ଫାଶୀ ମିଳିବ ବୋଲି କୋର୍ଟ ଡେଥ୍ ୱାରେଣ୍ଟ୍ ଜାରି କରିଥିଲେ । ଏହା ଉପରେ ବି ଶେଷ ମୁହୂର୍ତରେ ରହିତାଦେଶ ଲାଗିଥିଲା । ପରେ ମାର୍ଚ୍ଚ ୫ ତାରିଖରେ ତୃତୀୟ ଡେଥ୍ ୱାରେଣ୍ଟ୍‌ ଜାରି ହୋଇଥିଲା ଏବଂ ଏଥିରେ ମାର୍ଚ୍ଚ ୨୦ ତାରିଖ ସକାଳ ୫ଟା ୩୦ରେ ଦୋଷୀମାନଙ୍କୁ ଫାଶୀଖୁଣ୍ଟରେ ଝୁଲାଇବା ପାଇଁ ନିର୍ଦ୍ଦେଶ ଥିଲା । ୨୦୧୨ ଡିସେମ୍ବର ୧୬ରେ ନିର୍ଭୟାଙ୍କୁ ଦିଲ୍ଲୀର ଏକ ଚଳନ୍ତା ବସରେ ୬ ଜଣ ଦୁଷ୍କର୍ମ କରିବା ସହ ଆକ୍ରମଣ କରି ଗୁରୁତର କରି ଦେଇଥିଲେ । ଗୁରୁତର ଅବସ୍ଥାରେ ସିଙ୍ଗାପୁରର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ନିର୍ଭୟାଙ୍କର ମୃତ୍ୟୁ ହୋଇଯାଇଥିଲା । ମୁକେଶ, ପବନ, ବିନୟ ଏବଂ ଅକ୍ଷୟ ସମେତ ରାମ ସିଂହ ଓ ଅନ୍ୟ ଜଣେ ନାବାଳକ ଏଥିରେ ସମ୍ପୃକ୍ତ ଥିଲେ । ମୁଖ୍ୟ ଅଭିଯୁକ୍ତ ରାମ ସିଂହ ତିହାର ଜେଲରେ ଆଞଗହତ୍ୟା କରିଥିଲା । ମାମଲାରେ ସାମିଲ ଥିବା ନାବାଳକ ଦୋଷୀକୁ ୩ ବର୍ଷ ସୁଧାର ଗୃହରେ ରଖାଯିବା ପରେ ୨୦୧୫ରେ ମୁକ୍ତ କରି ଦିଆଯାଇଥିଲା । ସେହିପରି ଫାଶୀ ପରେ ୪ ନିର୍ଭୟା ଦୋଷୀଙ୍କ ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ବ୍ୟବଚ୍ଛେଦ ପାଇଁ ଦୀନ ଦୟାଲ ଉପାଧ୍ୟାୟ ହସ୍ପିଟାଲ୍ ନିଆଯାଇଥିଲା । ସେଠାରେ ଡାକ୍ତର ବିଏନ୍ ମିଶ୍ରାଙ୍କ ନେତୃତ୍ୱରେ ପାଞ୍ଚଜଣ ଡାକ୍ତର ନିୟମ ଅନୁସାରେ ମୃତଦେହଗୁଡ଼ିକର ବ୍ୟବଚ୍ଛେଦ କରିଥିଲେ । ଯାହାର ପୂରା ପ୍ରକ୍ରିୟାର ଭିଡିଓ ରେକର୍ଡ ବି କରାଯାଇଥିଲା । ଦ୍ୱିପହର ସମୟରେ ଚାରିଜଣ ଦୋଷୀଙ୍କ ବ୍ୟବଚ୍ଛେଦ ଶେଷ ହେବା ପରେ ମୃତଦେହକୁ ସେମାନଙ୍କ ପରିବାରଲୋକଙ୍କୁ ହସ୍ତାନ୍ତର କରି ଦିଆଯାଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବାଲିଗୁଡା ରେ ବିଜୁବାବୁ ଙ୍କ ୧୧୦ ତମ ଜୟନ୍ତୀ ପାଳିତ : ଜନସାଧାରଣ ଙ୍କ ହକ ପାଇଁ ବିଜେଡି ସଦାସର୍ବଦା ଲଢେ଼ଇ ଜାରି ରଖିବ

ବାଲିଗୁଡା ରେ ବିଜୁବାବୁ ଙ୍କ ୧୧୦ ତମ ଜୟନ୍ତୀ ପାଳିତ : ଜନସାଧାରଣ ଙ୍କ ହକ ପାଇଁ ବିଜେଡି ସଦାସର୍ବଦା ଲଢେ଼ଇ ଜାରି ରଖିବ

March 8, 2026
ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା : ତିନି ବର୍ଷର ଶିଶୁ ସମେତ ୪ ମୃତ

ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା : ତିନି ବର୍ଷର ଶିଶୁ ସମେତ ୪ ମୃତ

March 8, 2026
ବିଜୁ ଜନତାଦଳ ମୋହନା ନିର୍ବାଚନ ମଣ୍ଡଳୀ ତରଫରୁ ବିଜୁ ବାବୁଙ୍କର ୧୧0ତମ ଜୟନ୍ତୀ ପାଳିତ

ବିଜୁ ଜନତାଦଳ ମୋହନା ନିର୍ବାଚନ ମଣ୍ଡଳୀ ତରଫରୁ ବିଜୁ ବାବୁଙ୍କର ୧୧0ତମ ଜୟନ୍ତୀ ପାଳିତ

March 8, 2026
ଜିଲ୍ଲାସ୍ତରୀୟ ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

ଜିଲ୍ଲାସ୍ତରୀୟ ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

March 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବାଲିଗୁଡା ରେ ବିଜୁବାବୁ ଙ୍କ ୧୧୦ ତମ ଜୟନ୍ତୀ ପାଳିତ : ଜନସାଧାରଣ ଙ୍କ ହକ ପାଇଁ ବିଜେଡି ସଦାସର୍ବଦା ଲଢେ଼ଇ ଜାରି ରଖିବ

ବାଲିଗୁଡା ରେ ବିଜୁବାବୁ ଙ୍କ ୧୧୦ ତମ ଜୟନ୍ତୀ ପାଳିତ : ଜନସାଧାରଣ ଙ୍କ ହକ ପାଇଁ ବିଜେଡି ସଦାସର୍ବଦା ଲଢେ଼ଇ ଜାରି ରଖିବ

March 8, 2026
ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା : ତିନି ବର୍ଷର ଶିଶୁ ସମେତ ୪ ମୃତ

ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା : ତିନି ବର୍ଷର ଶିଶୁ ସମେତ ୪ ମୃତ

March 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version