No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ ( ୧୧ ଜୁନ୍ , ଶୁକ୍ରବାର ) ନୟାଗଡ଼ ,ରିପୋର୍ଟ ଅଭିମନ୍ୟୁ :- ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ସାମ୍ବାଦିକ ମାନଙ୍କ ୱେବ ଚ୍ୟାନେଲ କୁ ଶ୍ରେଷ୍ଠ ମାନ୍ୟତା ଦେବା ପାଇଁ ଏକ ନୂତନ ଜିଲ୍ଲା ସାମ୍ବାଦିକ ସଂଘ ର ଉଦଘାଟନି ସଭା ଆୟୋଜନ କରାଯାଇଥିଲା । ସମ୍ବାଦ ପରିବେଷଣ କରୁଥିବା ସମସ୍ତ ପ୍ରିଟିଂ ଓ ଇଲେକ୍ଟ୍ରୋନିକ୍ ମିଡ଼ିଆ କୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ଆଜି ଡିଜିଟାଲ ମିଡ଼ିଆ ସେଲ କୁ ମଜବୁତ କରିବା ପାଇଁ ଜିଲ୍ଲା ୱେବ ସାମ୍ବାଦିକ ସଙ୍ଘ ଗଠନ କରାଗଲା । ଯେଉଁ ସଭା ରେ ନୟାଗଡ଼ ବିଧାୟକ ତଥା ରାଜ୍ୟ କୃଷି ମନ୍ତ୍ରୀ ଡ଼ ଅରୁଣ ସାହୁ , ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଏବଂ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇ ଉକ୍ତ କାର୍ଯ୍ୟକ୍ରମ ଉଦଘାଟନି ସଭା କୁ ସମର୍ଥନ କରିବା ସହ ନିଜ ନିଜର ଡିଜିଟାଲ ମିଡ଼ିଆ ପ୍ରତି ଉତ୍କଣ୍ଠତା ତଥା ଖୁସି ଜାହିର କରିଥିଲେ ।

ଡିଜିଟାଲ ମିଡ଼ିଆ ଲୋକଙ୍କ ପାଖରେ ସତ୍ୟ ଓ ନିର୍ଭିକାର ତଥ୍ୟ ପହଞ୍ଚାଇ ଘରେ ଘରେ ଲୋକଙ୍କ ମନୋବଳ ବୃଦ୍ଧି କରିବା ସହ ଉଚିତ ନ୍ୟାୟ କୁ ଦର୍ଶାଇବାରେ ସହାୟକ ହୋଇପାରିଛି । କିଭଳି ଭାବେ ୱେବ ମିଡ଼ିଆ ଏକ ସ୍ୱତନ୍ତ୍ର ସ୍ଥାନ ଅଳଙ୍କୃତ କରି ପାରିବ ଏ ନେଇ ଗଠିତ ସଙ୍ଘ ପ୍ରତିଶୃତି ଦେଇଛି । ସମସ୍ତେ ମିଳିମିଶି ଏକ ହୋଇ ଡିଜିଟାଲ ମିଡ଼ିଆ ସଂଘ କୁ ଆଗକୁ ବଢ଼ାଇ ନେବା ପାଇଁ ଶପଥ ନେଲା ନୂତନ ଜିଲ୍ଲା ସାମ୍ବାଦିକ ସଙ୍ଘ । ଏହି ଉପରେ ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଏବଂ ବିଧାୟକ ରମେଶ ଚନ୍ଦ୍ର ବେହେରା ନିଜର ମତ ବ୍ୟକ୍ତ କରିଥିଲେ ।

ୱେବ ମିଡ଼ିଆ ସାଙ୍ଗରେ ରହି ସମସ୍ତ ସାମ୍ବାଦିକ ଭାଇ ମାନଙ୍କୁ ସାହାର୍ଯ୍ୟ ସହଯୋଗ କରିବା ପାଇଁ ହାତ ବଢ଼ାଇଛନ୍ତି ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ । ମୁଖ୍ୟ ଅତିଥି ତଥା ପ୍ରେରଣା ଦାୟକ କୃଷି ମନ୍ତ୍ରୀ ଅରୁଣ ସାହୁ ଙ୍କ ମତରେ ନୟାଗଡ଼ ଜିଲ୍ଲାରେ ନୂତନ ଗଠିତ ସମସ୍ତ ୱେବ ତଥା ଡିଜିଟାଲ ମିଡ଼ିଆ ସଂଘର ଏହି ଅଭିନବ ଉଦ୍ୟମ କୁ ସାଧୁବାଦ ଦେବା ସହ ଆଗାମୀ ଭବିଷ୍ୟତ ପୀଢ଼ି ପାଇଁ ଡିଜିଟାଲ ମିଡ଼ିଆ କେତେ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରେରଣାଦାୟକ ହେବ ଏ ନେଇ ସଂକ୍ଷିପ୍ତ ପ୍ରତିକ୍ରିୟା ରଖିଥିଲେ ।

ଏହି ସଙ୍ଘର ସଭାପତି ଅନ୍ବର ଅଲ୍ଲୀ ,ଉପଦେଷ୍ଟା ହରିଶ ପ୍ରଧାନ, ସ୍ବଦେଶ ରଥ , ସଞ୍ଜୟ କୁମାର ସ୍ୱାଇଁ , ସଂଯୋଜକ ଅଭିମନ୍ୟୁ ମହାରଣା, ଭାଇସ ପ୍ରେସିଡେଣ୍ଟ ଭାବେ ଯଯାତି କେଶରୀ ମହାପାତ୍ର ,ସେକ୍ରେଟେରୀ କିଶୋର ମହାପାତ୍ର , ବିଶ୍ୱ ଭୂଷଣ ମହାପାତ୍ର , କୈଳାସ ଚନ୍ଦ୍ର ସାଏ ଏବଂ ବରିଷ୍ଠ ସାମ୍ବାଦିକ, ସଭା ପରିଚାଳକ ଭାବେ ରାମକୃଷ୍ଣ ରଥ ଏବଂ ଡିଜିଟାଲ ମିଡ଼ିଆ ର ସମସ୍ତ କର୍ମ କର୍ତ୍ତା ଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ସଭାକାର୍ଯ୍ୟ କୁ ସୁଚାରୁ ରୂପେ ପରିଚାଳନା କରିବା ସହ ସଭା ଶେଷ ରେ ଧନ୍ୟବାଦ ଅର୍ପଣ କରିଥିଲେ । ଆଜି ଏହି ଡିଜିଟାଲ ମିଡ଼ିଆ ର ନୂତନ ସାମ୍ବାଦିକ ସଙ୍ଘ ଆଗକୁ ରାଜ୍ୟ ର ସମସ୍ତ ଜିଲ୍ଳା ରେ ଅଗ୍ରୀମ ସ୍ଥାନ ଅଧିଗ୍ରହଣ କରିବ ବୋଲି ଆଶା ପ୍ରକାଶ ପାଉଛି ।

No Result
View All Result