No Result
View All Result
ସମ୍ବାଦିକ ଙ୍କୁ ମାଡ଼ ମାରି ନାମ ନେଲେ ଗଣେଶ
ଓଡ଼ିଶା ତାଜା ନ୍ୟୁଜ୍ (୧୧ ଜୁନ୍ , ଶୁକ୍ରବାର ) କଳାହାଣ୍ଡି :- ଭବାନୀପାଟଣା ସଦର ବ୍ଳକର ସାମ୍ବାଦିକ ତଥା ଉତ୍କଳ ଯାଦବ ମହାସଭାର ସାଧାରଣ ସମ୍ପାଦକ କିର୍ତ୍ତନ ନାୟକଙ୍କୁ ଆକ୍ରମଣ ଘଟଣାରେ ଜଣେ ଯୁବକ ଏବେ ଜେଲ ଭିତରେ। ଘଟଣାବଳୀ ଅନୁସାରେ ଏହି ବ୍ଳକର ଥୁଆପଦର ଗ୍ରାମରେ ରହୁଥିବା ସାମ୍ବାଦିକ ଶ୍ରୀ ନାୟକ ଘରକୁ ଫେରୁଥିବା ସମୟରେ ଗ୍ରାମର ଗଣେଶ ରଣା ତାଙ୍କୁ ଆକ୍ରମଣ କରିଥିଲେ। ଏ ନେଇ ସାମ୍ବାଦିକ ଜଣକ ଭବାନୀପାଟଣା ଥାନାରେ ଏତଲା ଦେଇଥିଲେ ।
ପୁଣି ସମ୍ପୃକ୍ତ ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ବିଭିନ୍ନ ସଂଗଠନ ପକ୍ଷରୁ ପୋଲିସ ଏସପିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହା ପରେ ପୋଲିସ ଗତକାଲି ଗଣେଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ ସୂତ୍ରରୁ ଜଣାଯାଇଛି। (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)
No Result
View All Result