No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୦ ଜୁନ୍ , ଗୁରୁବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଗଙ୍ଗାବାଡ ପଞ୍ଚାୟତର ଚମ୍ପାପୁର ଗ୍ରାମ ନିକଟ ରେ ଆନ୍ଧ୍ର ପ୍ରଦେଶ ଦ୍ୱାରା ମନରେଗା ଯୋଜନା ଦ୍ୱାରା ପୋଖରି ଖନନ କାର୍ଯ୍ୟ କିଛି ଦିନ ହେବ ଚାଲୁରଖିଛି । ଏ ନେଇ ଜିଲ୍ଲାରେ ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗିଥିଲା ଏବଂ ଜିଲ୍ଲା ଏବଂ ବ୍ଲକ ପ୍ରଶାସନ ବିବାଦୀୟ ହୋଇଥିବା ସ୍ଥାନରେ ପହଁଚିଥିଲେ ଏବଂ ଆନ୍ଧ୍ର ପକ୍ଷରୁ ଖୋଳାଯାଉଥିବା ପୋଖରି କାର୍ଯ୍ୟକୁ ବନ୍ଦ କରିଥିଲା ଗଜପତି ଜିଲ୍ଲା ପ୍ରଶାସନ । କିନ୍ତୁ ଆନ୍ଧ୍ରର ପ୍ରକୃତି କହିବାକୁ ଗଲେ ଯେତେ ମାଠିବୁ ମାଠେ ମୁଁ ସେଇ ଦରପୁଡା କାଠେ ସଦୃଶ ପୁଣି ଆଜି ଅର୍ଥାତ ବୁଧବାର ପୋଖରି ଖନନ କାର୍ଯ୍ୟକୁ ଆନ୍ଧ୍ର ପକ୍ଷରୁ ଆରମ୍ଭ କରାଯାଇଥିଲା । କୈାଣସି ସୁତ୍ରରୁ ଖବର ପାଇ ରାୟଗଡ ତହସିଲଦାର ଲୀଳାବତି ଆଚାର୍ଯ୍ୟଙ୍କ ସହ ରାୟଗଡ

ରାଜସ୍ୱ ନିରିକ୍ଷକ ହରିଶ୍ଚନ୍ଦ୍ର ରଇତ, ଜିରାଙ୍ଗ ଉପ ରାଜସ୍ୱ ନିରିକ୍ଷକ ସୁଧାକର ରାଓ,ତହସିଲ ଅମିନ ଧ୍ରୁବଚରଣ ନାୟକ , ସ୍ଥାନୀୟ ପୂର୍ବ ତନ ସରପଞ୍ଚ ହାଡ଼ିବନ୍ଧୁ ଶବର ଅଚାନକ ଘଟଣା ସ୍ଥଳରେ ପହଁଞ୍ଚି ଦେଖିବାକୁ ପାଇଥିଲେ ଯେଆନ୍ଧ୍ର ଦ୍ବାରା ପୋଖରି ଖନନ କାର୍ଯ୍ୟ ଚାଲୁରହିଛି । ସଙ୍ଗେ ସଙ୍ଗେ ତହସିଲଦାର କାମ ବନ୍ଦକରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ କିଛି ସମୟ ପରେ ଆନ୍ଦ୍ର ପକ୍ଷରୁ ଖନନ କାର୍ଯ୍ୟକୁ ବନ୍ଦ କରାଯାଇଥିଲା । ରାଜ୍ଯ ସରକାର ଓ ଜିଲ୍ଲା ପ୍ରଶାସନ ଓଡ଼ିଶା ଆନ୍ଧ୍ର ସୀମା ବିବାଦର ସବୁଦିନ ପାଇଁ ସମାଧାନ କରିବା ନେଇ ଆନ୍ଧ୍ର ସରକାରଙ୍କ ସହ କଥାବାର୍ତ୍ତା କରିବା ସହ ବିବାଦର ଆଶୁ ସମାଧାନ କରିବା ପାଇଁ ଦୃଷ୍ଟି ଦେବାକୁ ଏ ଅଞ୍ଚଳର ଜନସାଧାରଣ ଦାବି କରିଛନ୍ତି l (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result