No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୦୯ ଜୁନ ବୁଧବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧିନରେ ଥିବା ମହିପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ।

ବିଦ୍ୟାଳୟ ପରିଦର୍ଶନ କରିବା ସହ ଶୈଖିକ ବାତାବରଣ,ମୋ ସ୍କୁଲ୍ ଅଭିଯାନ କୁ ଅଧିକ କ୍ରିୟାଶୀଳ ଉପରେ ଗୁରୁତ୍ୱାରୋପ କରିଥିଲେ । ତତ୍ ସହିତ ଏହି ବିଦ୍ୟାଳୟ କୁ ପୌଷ୍ୟ ସ୍କୁଲ୍ ଭାବେ ଗ୍ରହଣ କରିଥିବା ପ୍ରକାଶ କରିବା ସହ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ ,ସରପଞ୍ଚ,ବୁଦ୍ଧିଜୀବୀ , ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଙ୍କୁ ନେଇ ଏକ ମିଟିଂ କରିଥିଲେ

। ଏହି ମିଟିଂ ରେ ବହୁ ପୁରାତନ ,ନୂତନ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ଅଣାଯାଇ ମୋ ସ୍କୁଲ୍ ଅଭିଯାନ କୁ ଅଧିକ କ୍ରିୟାଶୀଳ କରିବା ପାଇଁ ଉପସ୍ଥିତ ସଦସ୍ୟ ମାନଙ୍କୁ ଦାୟିତ୍ଵ ପ୍ରଦାନ କରିଥିଲେ।ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ଏଭଳି କାର୍ଯ୍ୟ କୁ ଜନସାଧାରଣ ରେ ପ୍ରଶଂସା କରାଯାଇଛି । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)
No Result
View All Result