• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ହିଞ୍ଜିଳିକାଟୁ ପୌର ପ୍ରଶାସନ ଓ ବ୍ୟବସାୟୀ ସଂଘର ଅଭିନବ ପ୍ରୟାସ ; ୨ୟ ଡ଼ୋଜ କରୋନା ଟିକା ନେଇଥିବା ବ୍ୟକ୍ତିଙ୍କୁ ଅନଲାଇନ ସାମଗ୍ରୀରେ ୫% ରିହାତି

Proprietor Abhimanyu Maharana by Proprietor Abhimanyu Maharana
June 9, 2021
in ଓଡ଼ିଶା, ଗଞ୍ଜାମ, ହୋମ୍
0
ହିଞ୍ଜିଳିକାଟୁ ପୌର ପ୍ରଶାସନ ଓ ବ୍ୟବସାୟୀ ସଂଘର ଅଭିନବ ପ୍ରୟାସ ; ୨ୟ ଡ଼ୋଜ କରୋନା ଟିକା ନେଇଥିବା ବ୍ୟକ୍ତିଙ୍କୁ ଅନଲାଇନ ସାମଗ୍ରୀରେ ୫% ରିହାତି
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୦୯ ଜୁନ ବୁଧବାର )ହିଞ୍ଜିଳିକାଟୁ :- ମହାମାରୀ କରୋନା ଭୁତାଣୁ ସଂକ୍ରମଣ ବିରୋଧୀ ଲଢେଇରେ ଗଂଜାମ ଜିଲ୍ଲା ହିଞ୍ଜିଳିକାଟୁ ପୌରାଂଚଳର କିଛି ବ୍ୟବସାୟୀ, ଲୋକମାନେ କରୋନା ଟିକା ଗ୍ରହଣ ସକାଶେ ଆଗ୍ରହ ପ୍ରକାଶ ସକାଶେ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି । ଏପରିକି ଯେଉଁମାନେ କୋଭିଡ଼-୧୯ର ୨ଟି ଡ଼ୋଜ ଟିକା ଗ୍ରହଣ କରିଛନ୍ତି, ସେମାନଙ୍କ ସକାଶେ ଏକ ବିଶେଷ ଅଫର ଘୋଷଣା କରାଯାଇଛି । ଅନଲାଇନରେ ସାମଗ୍ରୀ କିଣିଲେ ସଂପୃକ୍ତ ବ୍ୟକ୍ତିଙ୍କୁ ୫% ରିହାତି ଯୋଗାଇ ଦିଆଯିବ ବୋଲି ସ୍ଥାନୀୟ ପୌର ପ୍ରଶାସନ ଓ କିଛି ବ୍ୟବସାୟୀ ଏଭଳି ଲୋଭନୀୟ ଅଫର ଘୋଷଣା କରିଛନ୍ତି । ଗ୍ରାମାଂଚଳରେ କରୋନା ଟିକାକୁ ନେିଇ ଲୋକଙ୍କ ମନରେ ଭୟ ରହି ଆସିଥିବା ବେଳେ ଏଭଳି ଅଫର ଲୋକଙ୍କ ମଧ୍ୟରେ ଟିକା ଗ୍ରହଣ କରିବା ପାଇଁ ଆଗ୍ରହ ସୃଷ୍ଟି କରିବ ବୋଲି ଆଶା କରାଯାଇଛି । ଗତ ମାସ ୫ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ଲକଡ଼ାଉନ ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନକୁ ବାଦ ଦେଲେ ପ୍ରାୟତଃ ସମସ୍ତ ଦୋକାନ ବଜାର ବନ୍ଦ ରହିଛି ।

କୋଭିଡ଼କୁ ମାତ ଦେବା ପାଇଁ ହିଞ୍ଜିଳିକାଟୁ ସହରର ଲକ୍ଷ୍ମୀ ନୃସିଂହ ବଣିକ ସଂଘ ପକ୍ଷରୁ ଗତ କିଛି ଦିନ ପୂର୍ବେ ସ୍ୱତପ୍ରବୃତ ଭାବେ ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନ ବନ୍ଦ ରଖିବା ପାଇଁ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସମେତ ଗଞ୍ଜାମ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଥିଲେ । ହେଲେ କଥ ଦେଇ କଥା ରଖିନଥିଲା ବଣିକ ସଂଘ । କରୋନା ଟିକା ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରିବା ସକାଶେ ସ୍ଥାନୀୟ ପୌରାଂଚଳର କିଛି ବ୍ୟବସାୟୀ ଟିକାର ୨ଟି ଡ଼ୋଜ ଗ୍ରହଣ କରିଥିବା ଲୋକଙ୍କୁ ଅନଲାଇନ ମାଧ୍ୟମକରେ ସାମଗ୍ରୀ କ୍ରୟ କଲେ ୫% ରିହାତି ଦେବାକୁ ଘୋଷଣା କରିଛନ୍ତି । ଜଣେ ବ୍ୟକ୍ତିଙ୍କ ପାଇଁ ଅଫର କେବଳ ଗୋଟିଏ ଥରକ ପାଇଁ ଲାଗୁ ହେବା ସହ ଲକଡ଼ାଉନ ସମୟ ମଧ୍ୟରେ କାର୍ଯ୍ୟକାରୀ କରାଯିବ ବୋଲି ବ୍ୟବସାୟୀଙ୍କ ପକ୍ଷରୁ ସୂଚନା ମିଳିଛି । ପ୍ରଥମ ଦିବସରେ ସ୍ଥାନୀୟ ପୌରାଂଚଳର ୧୦ଟି ବ୍ୟବସାୟିକ ପ୍ରତିଷ୍ଠାନ ଏଥିରେ ସାମିଲ ହୋଇଛନ୍ତି ।ସେଥି ମଧ୍ୟରେ ୪ଟି ତେଜରାତି ଦୋକାନ, ୪ଟି ଲୁଗା ଓ ପୋଷାକ ଦୋକାନ ସମେତ ୨ଟି ଭୋଜନାଳୟ ସାମିଲ ରହିଛନ୍ତି । ସଂପୃକ୍ତ ବ୍ୟବସାୟୀଙ୍କ ମୋବାଇଳ ନଂ ଦର୍ଶାଇ ଦିଆଯାଇଛି । ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଲୋକଙ୍କୁ ଅଧିକରୁ ଅଧିକ ଟିକାଦାନ କରାଯିବାର ଲକ୍ଷ୍ୟ ରଖାଯାଇଛି । ହିଞ୍ଜିଳିକାଟୁ ଅଂଚଳରେ ୪୫ ବର୍ଷରୁ ଉର୍ଦ୍ଧ ବୟସ୍କ ୩୭ ହଜାର ୨ଶହ ଲୋକଙ୍କୁ ଟିକା ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ମାତ୍ର ୫୭% ଲୋକଙ୍କୁ ଟିକା ଗ୍ରହଣ କରିଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଏଭଳି ଅଫରୁ ନେଇ ସ୍ଥାନୀୟ ଅଂଚଳରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କିଛି ଏହାକୁ ନେଇ ସ୍ଥାନୀୟ ପୌର ପ୍ରଶାସନର ଏକ ଡ଼୍ରାମାବାଜି ବୋଲି କହିଛନ୍ତି । ଦର୍ଶଯାଇଥିବା ୧୦ଟି ବ୍ୟବସାୟିକ ପ୍ରତିଷ୍ଠାନର ମାଲିକଙ୍କ ମଧ୍ୟରୁ ୨ ଜଣଙ୍କ ମୋବାଇଲ ନମ୍ବର କାର୍ଯ୍ୟକାରୀ ନଥିବା କହିଛନ୍ତି । ୪ ଜଣ ବ୍ୟବସାୟୀ ଘଟଣା ନେଇ ଆଦୌ ଜାଣିନଥିବା କହିଛନ୍ତି । ସେମାନଙ୍କ ମଧ୍ୟରୁ ଅନ୍ୟ ୨ ଜଣ ବ୍ୟବସାୟୀ କହିଛନ୍ତ ସ୍ଥାନୀୟ ପୌର କର୍ମଚାରୀ ମାନେ ବାଧ୍ୟ ବାଧକ ଭାବେ ନାମ ଲେଖାଇବାକୁ କହିଛନ୍ତି । ଅନ୍ୟ ପକ୍ଷରେ ୨ୟ ଡ଼ୋଜ ଟିକା ଗ୍ରହଣ ପାଇଁ ବହୁ ଲୋକ ଟିକା ଗ୍ରହଣ କେନ୍ଦ୍ରକୁ ଆସୁଥିବା ବେଳେ ବହୁ ସମୟରେ ଟିକା ଉପଲବ୍ଧ ନଥିବାରୁ ବିରକ୍ତ ଭାବ ପ୍ରକାଶ କରିବା ସହ ଅସନ୍ତୋଷ ବଢିବାରେ ଲାଗିଛି । ଏଭଳି ଅଫର ସ୍ଥାନୀୟ ପୌର ପ୍ରଶାସନ ଓ ନାମ କମାଇବା ଉଦ୍ଦେଶ୍ୟରେ ଏଭଳି ଅଫର ଘୋଷଣଶ ଏକ ଡ଼୍ରାମାବଜ ବୋଲି ସହରରେ ଚର୍ଚ୍ଚା ଜୋର ଧରିଛି । ତେବେ ଏ ନେଇ ସ୍ଥାନୀୟ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁଙ୍କ ସହ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବପର ହୋଇ ପାରିନାହିଁ ।    ( ରିପୋର୍ଟ : ଶୁସାନ୍ତ ପ୍ରଧାନ ) 

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

May 6, 2026
ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

May 6, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

May 6, 2026
ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version