No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୯ ଜୁନ ବୁଧବାର ) ବାଙ୍କୀ :- ଆଜି ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଡମପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ କୋଭିଡ କଟକଣା ମଧ୍ୟ ରେ ଉଭୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ୨୬୪ଜଣ ଆଶା କର୍ମୀ ଙ୍କୁ ଶାଢ଼ୀ ବଣ୍ଟନ କରିଥିଲେ।କରୋନା ମହାମାରୀ ସମୟରେ ଆଶା କର୍ମୀ ମାନେ କରୋନା କୁ ଖାତିରି ନକରି ନିଜ ଜୀବନ କୁ ବାଜି ଲଗେଇ ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଥର୍ମାଲ ସ୍କାନର ଅକ୍ସିମିଟର ଦ୍ୱାରା ପରୀକ୍ଷା କରି ଚିହ୍ନଟ ଲୋକଙ୍କ ତଥ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଦେଉଛନ୍ତି।ବିଭିନ୍ନ ଗ୍ରାମ ରେ ଥିବା କରୋନା ଆକ୍ରାନ୍ତ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଆଶା କର୍ମୀ ମାନେ ବୁଝିବା ସହ ସେମାନେ ଡାକ୍ତର ଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା

ଔଷଧ ଠିକ ରେ ଖାଉଛନ୍ତି କି ନାହିଁ ତାହା ପଚାରି ବୁଝୁଛନ୍ତି ଏହା ଫଳରେ କରୋନା ସଂକ୍ରମଣ ଆସ୍ତେ ଆସ୍ତେ କମିବାରେ ଲାଗୁଛି।ଆଶା କର୍ମୀ ଙ୍କୁ ସରକାର ସମ୍ମୁଖ କରୋନା ଯୁଦ୍ଧା ର ସମ୍ମାନ ପ୍ରଦାନ କରିଛନ୍ତି।ଆଜି ବିଧାୟକ ଶ୍ରୀ ତ୍ରିପାଠୀ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ୧୭୦ ଜଣ ଆଶା କର୍ମୀ ଙ୍କୁ ଶାଢ଼ୀ ବଣ୍ଟନ କରିଥିଲେ ଏହି ବଣ୍ଟନ କାର୍ଯ୍ୟକ୍ରମ କୁ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଅମରେଶ ସାହୁ ପରିଚାଳନା କରିଥିଲେ ଏହି କାର୍ଯ୍ୟକ୍ରମ ରେ ଡାକ୍ତର ସତ୍ୟଜିତ ମହାପାତ୍ର, ଡାକ୍ତର ସୁଧାଂଶୁ ଶେଖର ପଣ୍ଡା, ସଂଗୀତା ଦାସ ,ମାନ ଭଞ୍ଜନ ଦଳେଇ ଙ୍କ ସମିତ ସରପଞ୍ଚ ତରୁଣ କାନ୍ତ ମହାପାତ୍ର ଓ ଜିଲ୍ଲା ପରିଷଦ ସଭ୍ୟ ମାନସ ମହାପାତ୍ର ସହଯୋଗ କରିଥିଲେ।

ଏହି ବଣ୍ଟନ କାର୍ଯ୍ୟକ୍ରମ ପରେ ବିଧାୟକ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରାଙ୍ଗଣ ରେ କୋଭିଡ ଟିକା କରଣ ପରେ ରୋଗୀ ଙ୍କ ବିଶ୍ରାମ ପାଇଁ ଏକ ବିଶ୍ରାମ ସ୍ଥଳି ଉଦଘାଟନ କରିଥିଲେ।ଏହାପରେ ବିଧାୟକ ଡମପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ୯୪ ଜଣ ଆଶା କର୍ମୀ ଙ୍କୁ ଶାଢ଼ୀ ବଣ୍ଟନ କରିଥିଲେ।ଏହି ବଣ୍ଟନ କାର୍ଯ୍ୟକ୍ରମ କୁ ଡମପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ବିଶ୍ଵଜିତ ପଣ୍ଡା ପରିଚାଳନା କରିଥିଲେ।ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଜନ ସମ୍ପ୍ରସାରଣ ଅଧିକାରୀ ଶାନ୍ତି ଲତା ଦେଇ ଓ ଅପର୍ଣ୍ଣl ମହାପାତ୍ର ବଣ୍ଟନ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।ରୋଗୀ କଲ୍ୟାଣ ସମିତି ର ସଭ୍ୟ ତଥା ବାଙ୍କୀ ଆଇନ ଜୀବୀ ସଙ୍ଘ ର ସଭାପତି ଗୌରୀ ଶଙ୍କର ନନ୍ଦ ଓ ବିଜେଡି ଡମପଡା ବ୍ଲକ ଯୁବ ସଭାପତି ଅସିତ ଜେନା ଉପସ୍ଥିତ ରହି ବଣ୍ଟନ କାର୍ଯ୍ୟ ତଦାରଖ କରିଥିଲେ। ବିଧାୟକ ଶ୍ରୀ ତ୍ରିପାଠୀ ନିଜସ୍ଵ ଅର୍ଥ ରୁ ଆଶା କର୍ମୀ ଙ୍କୁ ଶାଢ଼ୀ ବଣ୍ଟନ କରିଥିଲେ। (ରିପୋର୍ଟ : ଗୌତମ ମିଶ୍ର )
No Result
View All Result