No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୬ ଜୁନ୍ ରବିବାର ) ହିଞ୍ଜିଳିକାଟୁ :- ସୋମବାର ଅପରାହ୍ନରେ ହିଞ୍ଜିଳିକାଟୁ ପୈାରାଞ୍ଚଳ ଲକ୍ଷ୍ମୀ ବଜାର ପଛପଟ ତଥା ମେଣ୍ଢାଖାଇ ପାହାଡ଼ ପାଦଦେଶରେ ଏକ ହରିଣ ଆହତ ହୋଇ ପଡି ରହିଥିଲା । ନିକଟସ୍ଥ ଅଞ୍ଚଳର ଜଣେ ବ୍ୟକ୍ତି ଘର ପଛପଟକୁ କୈାଣସି କାମରେ ଆସିଥିବା ବେଳେ ଆହତ ହରିଣଟି ଆହତ ଅବସ୍ଥାରେ ଛଟପଟ ହେଉଥିବାର ଦେଖିଥିଲେ । ଘଟଣା ନେଇ ସଂପୃକ୍ତ ବ୍ୟକ୍ତି ହିଞ୍ଜିଳିକାଟୁ ଜଙ୍ଗଲ ଓ ପରିବେଶ ବିଭାଗ କର୍ମଚାରୀଙ୍କୁ ଅବଗତ କରାଇଥିଲେ ।
ଖବର ପାଇ ସ୍ଥାନୀୟ ବନବିଭାଗ ବିଟ୍ ହାଉସ ଭାରପ୍ରାପ୍ତ ଅଧିକାରୀ ଏନ୍ ବାଲାଜୀଙ୍କ ନେତୃତ୍ବରେ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଆହତ ହରିଣକୁ ଉଦ୍ଧାର କରି ଚିକିତ୍ସା ସକାଶେ ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଖବର ଲେଖା ହେବା ସୁଦ୍ଧା ଆହତ ହରିଣର ଚିକିତ୍ସା ଜାରି ରହିଛି । ହରିଣଟି ସୁସ୍ଥ ହେବା ପରେ ସ୍ଥାନୀୟ ବ୍ଳକ ସାହାପୁରସ୍ଥିତ କୃଷ୍ଣସାର ମୃଗ ସଂରକ୍ଷିତ ଅଞ୍ଚଳରେ ଛଡାଯିବ ବୋଲି ବନବିଭାଗ ବିଟ୍ ହାଉସ ଭାରପ୍ରାପ୍ତ ଅଧିକାରୀ ଏନ୍ ବାଲାଜୀ କହିଛନ୍ତି । ( ରିପୋର୍ଟ:ଶୁସାନ୍ତ ପ୍ରଧାନ )
No Result
View All Result