No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨ ଜୁନ ବୁଧବାର) ବାଙ୍କୀ :- ବାଙ୍କୀ ରେ କରୋନା ସଂକ୍ରମଣ କୁ ରୋକ ଲଗେଇବା ପାଇଁ ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା ତାଙ୍କର ପ୍ରଶାସନିକ ଟିମ କୁ ନେଇ ବିଭିନ୍ନ ପ୍ରକାର ଉଦ୍ୟମ ଜାରି କରିଛନ୍ତି । ବାଙ୍କୀ ର ଦୁଇ ଗୋଟି ବ୍ଲକ ର ୩୭ ଗୋଟି ପଂଚାୟତ ଓ ବାଙ୍କୀ ଏନଏସି ର ୧୭ ଗୋଟି ୱାର୍ଡ ରେ କରୋନା ସଂକ୍ରମଣ କିପରି ଚେକ ହୋଇପାରିବ ସେଥିପ୍ରତି ଉପଜିଲ୍ଲାପାଳ ଶ୍ରୀ ଜେନା ନିଜେ ପ୍ରତ୍ୟକ ଦିନ ବାଙ୍କୀ ଉପଖଣ୍ଡର ସୁବର୍ଣ୍ଣପୁର ଓ ଡମପଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଏବଂ ବାଙ୍କୀ ଉପଖଣ୍ଡ ହସ୍ପିଟାଲ ର ଅଧିକାରୀ ସହ ଆଲୋଚନା କରି କିପରି ଲୋକମାନଙ୍କ ସ୍ୱାବ ପରୀକ୍ଷା ଓ ଟୀକା କରଣ ସୁବିଧାରେ ହୋଇପାରିବ ସେ ସମ୍ପର୍କରେ ଆଲୋଚନା କରୁଛନ୍ତି । ବାଙ୍କୀ ଓ ଡମପଡା ବ୍ଲକ ସିଡିପିଓ ଓ ସୁବର୍ଣ୍ଣପୁର ଓ ଡମପଡା ଗୋଷ୍ଠି ଅଧିକାରୀଙ୍କ ଙ୍କ ସହ ଆଲୋଚନା କରି ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀ ଦ୍ୱାରା ପ୍ରତ୍ୟକ ଗ୍ରାମ କୁ ଆସୁଥିବା ପ୍ରବାସୀ ଙ୍କ ତଥ୍ୟ ନେବାସହ ସେମାନଙ୍କ ସ୍ୱାବ ପରୀକ୍ଷା ସହ ସେମାନେ କିପରି ଏକାନ୍ତ ଗୃହରେ କ୍ୱାରେଣ୍ଟlଇନ ରେ ରହିବେ ପ୍ରତି ଦୈନିକ ଖବର ଉପଜିଲ୍ଲାପାଳ ଶ୍ରୀ ଜେନା ନେଉଛନ୍ତି ।
ଉପଜିଲ୍ଲାପାଳ ଙ୍କ ଉଦ୍ୟମରେ ବାଙ୍କୀ ରେ କୋଭିଡ କେୟାର କେନ୍ଦ୍ର ନିସ୍ତିପୁର ଠାରେ ହେବ ପରେ ବହୁ କୋଭିଡ ଆକ୍ରାନ୍ତ ଏଠାକୁ ଆସି ପ୍ରାଥମିକ ସ୍ୱାସ୍ଥ୍ୟ ଚିକିତ୍ସା ହୋଇ ଏଠାରେ ରହି କୋଭିଡ ଭଲପରେ ନିଜ ଘରକୁ ଫେରୁଛନ୍ତି ଯାହାର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉଛି ସେ କଟକ, ଆଠଗଡ କିମ୍ବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କୋଭିଡ ଚିକିତ୍ସାଲୟ କୁ ଚିକିତ୍ସାପାଇଁ ପଠାଇବେ ।ସମସ୍ତ କରୋନା ଆକ୍ରାନ୍ତ କୋଭିଡ କେୟାର କେନ୍ଦ୍ର ରେ କିପରି ଅଛନ୍ତି କି ପ୍ରକାର ସ୍ୱାସ୍ଥ୍ୟ କି ପ୍ରକାର ଚିକିତ୍ସା ହେଉଛି ତାହାର ଖବର ନିଜେ ଉପଜିଲ୍ଲାପାଳ ଶ୍ରୀ ଜେନା ବୁଝିବା ସହ ଯେଉଁ ଆକ୍ରାନ୍ତ ସେମାନଙ୍କ ପରିବାର ଲୋକ ସହ କଥାହେବାକୁ ଚାହୁଁଛନ୍ତି ସେମାନଙ୍କ ସହ କଥାବାର୍ତା କରେଇବାକୁ ଉକ୍ତ କେନ୍ଦ୍ର ର
ମୁଖ୍ୟ ଙ୍କୁ କହିଥିଲେ ।ବାଙ୍କୀ ରେ ବର୍ତମାନ ସୁଦ୍ଧା ୧୪୭୨ କରୋନା ଆକ୍ରାନ୍ତ ହୋଇଥିବା ବେଳେ୧୧୩୯ କରୋନା ରୁ ଆରୋଗ୍ୟ ହୋଇଲେଣି ୩୩୩କରୋନା ଆକ୍ରାନ୍ତ ଅଛନ୍ତି ସେମାନଙ୍କ ମଧ୍ୟରୁ ୨୯୧ ହୋମ କ୍ୱାରେଣ୍ଟlଇନ୪୨ ଜଣ ହସ୍ପିଟାଲ ରେ ଚିକିତ୍ସିତ ।
ଉପଜିଲ୍ଲାପାଳ ଓ ତାଙ୍କ ପ୍ରଶାସନିକ ଦଳ ର ଉଦ୍ୟମରେ ବାଙ୍କୀ ରେ ଦିନକୁ ଦିନ କରୋନା ର ଗ୍ରାଫ ଖସିବାକୁ ଲାଗିଲାଣି। ଉପଜିଲ୍ଲାପାଳ ଗତ କାଲିଡମପଡା ଓ ସୁବର୍ଣ୍ଣପୁର ର ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ସହ ବାଙ୍କୀ ଉପଖଣ୍ଡ ରେ କିପରି କାରୋନା କୁ ଚେକ ଦେବାପାଇଁ ଆଲୋଚନା କରାଯାଇଥିଲା ।ଆଶା ଓ ଅଙ୍ଗନବାଡି କର୍ମୀ ୧୫୯ ଗ୍ରାମରେ ଘର ଘର ବୁଲି ସମସ୍ତ ପରିବାର ର ସ୍ୱାସ୍ଥ୍ୟ ଯାଞ୍ଚ କରି ଯାହାର ଥଣ୍ଡା, ଜ୍ୱର, କାଶ ପରିଲିଖିତ ହେବ ଥର୍ମାଲ୍ ସ୍କାନର ଓ ଅକ୍ସିମିଟର ଦ୍ୱାରା ପରୀକ୍ଷା କରାଯାଇ ସେମାନଙ୍କୁ ଚିହ୍ନଟ କରି ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଇବା ପରେ ମୋବାଇଲ ଟେଷ୍ଟିଙ୍ଗ ଗାଡି ମାଧ୍ୟମରେ ଗ୍ରାମ ମାନଙ୍କରୁ ସ୍ୱାବ ସଂଗ୍ରହ କରି ସେମାନଙ୍କୁ କରୋନା ହୋଇଛି କି ନାହିଁ ଜାଣିବାପରେ ଯଦି କ ରୋନା ଆକ୍ରାନ୍ତ ହୋଇଥିବେ ତେବେ ଔଷଧ ଦେବା ସହ ହୋମ କ୍ୱାରେଣ୍ଟlଇନ ରହି ସ୍ଵସ୍ଥ ହୋଇପାରିବେ ।

ଏପରି ଉଦ୍ୟମ ଫଳରେ ବାଙ୍କୀରେ ବହୁ ମାତ୍ରାରେ କରୋନା କୁ ଚେକ କରିହେବ । ବର୍ତମାନ ସୁଦ୍ଧା ବାଙ୍କୀ ଓ ଡମପଡା ବ୍ଲକ ର ୫୪ ଗ୍ରାମ ରେ କରୋନା ପହଂଚି ପାରିନାହିଁ ତେଣୁ ପ୍ରଶାସନ ଉକ୍ତ ଗ୍ରାମକୁ ହ୍ୱାଇଟ ଜୋନ ଘୋଷଣା କରିଛନ୍ତି । ଉଭୟ ବ୍ଲକ ର ୧୫ ଗୋଟି ଗ୍ରାମରେ କରୋନା ରେ ଲୋକେ ଆକ୍ରାନ୍ତ ପରେ ଏବେ ସେଠାରେ ଆଉ ଦେଖା ଦେଉ ନାହିଁ ତେଣୁ ଉକ୍ତ ଗ୍ରାମକୁ ଗ୍ରୀନ ଜୋନ କୁହାଯାଉଛି ,ଉଭୟ ବ୍ଲକ ର ୭୧ ଗ୍ରାମରେ କରୋନା ଆକ୍ରାନ୍ତ ଭଲ ହେବାପରେ ଏବେ ୦ ରୁ ୫ ଦିନ ଭିତରେ ୫ ରୁ କମ ଲୋକେ କରୋନା ରେ ଆକ୍ରାନ୍ତ ହେଉଛନ୍ତି ତେଣୁ ଉକ୍ତ ଗ୍ରାମକୁ ଏଲୋ ଜୋନ କୁହାଯାଉଛି ସେହିପରି ଉଭୟ ବ୍ଲକ ର ୧୩ ଗୋଟି ଗ୍ରାମରେ କରୋନା ଆକ୍ରାନ୍ତ ଭଲ ହେବାପରେ ୦ ରୁ ୧୦ ଦିନ ଭିତରେ ୧୦ ଜଣ ଆକ୍ରାନ୍ତ ହେଉ ଥିବାରୁ ତାହାକୁ ଆରେଞ୍ଜ ଜୋନ କୁହାଯାଉଛି ଉଭୟ ବ୍ଲକ ରେ ୬ ଗୋଟି ଗ୍ରାମ ରେ ଆକ୍ରାନ୍ତ ସଂଖ୍ୟା ବଢ଼ୁଥିବାରୁ ଉକ୍ତ ଗ୍ରାମକୁ ରେଡ ଜୋନ କରାଯାଇଛି ଓ ଉକ୍ତ ଗ୍ରାମକୁ ଉପଜିଲ୍ଲାପାଳ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ।
ବର୍ତମାନ ସ୍ତିତିରେ ବାଙ୍କୀ ରେ କରୋନା ର ସଂକ୍ରମଣ ଉପଜିଲ୍ଲାପାଳ ଙ୍କ ଉଦ୍ୟମରେ କମିବାକୁ ଲାଗୁଥିବାରୁ ବାଙ୍କୀ ବୁଦ୍ଧିଜୀବୀ ତାଙ୍କୁ ପ୍ରଶଂସା କରିଛନ୍ତି କିପରି ବାଙ୍କୀ ରୁ କରୋନା ମୁକ୍ତ ହେବ ସେଥିପାଇଁ ଆହୁରି ଉଦ୍ୟମ କରିବାକୁ ସମସ୍ତେ ଉପଜିଲାପାଳ ଙ୍କୁ ଅନୁରୋଧ କରିଛନ୍ତି।ଏ ସମ୍ପର୍କରେ ବାଙ୍କୀ ଉପଜିଲ୍ଲାପାଳ ଶ୍ରୀ ଜେନାଙ୍କୁ ପଚାରି ବରୁ ସେ କହିଲେ ସମସ୍ତଙ୍କ ସହଯୋଗ ଦ୍ୱାରା ବାଙ୍କୀ କରୋନା ରୁ ମୁକ୍ତ ହେବ ଆମେ ସମସ୍ତେ ପଣକରିବା ମାକ୍ସ ପିନ୍ଧିବା ଶାରୀରିକ ଦୂରତା ରକ୍ଷା କରିବା ଓ ବାରମ୍ବାର ହାତ ଧୋଇବା ,ଅଯଥାରେ ବାହାରେ ବୁଲିବାନୀ ସରକାର ଙ୍କ ତାଲାବନ୍ଦ ନିୟମ ମାନିବା କରୋନା ହାରିବା ବାଙ୍କୀ ଜିତିବ। (ରିପୋର୍ଟ/ଗୌତମ ମିଶ୍ର)
No Result
View All Result