No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨ ଜୁନ ବୁଧବାର) ବାଙ୍କୀ :- ଓଡିଶା ର ବିଭିନ୍ନ ସ୍ଥାନରେ ଅକ୍ଷୟ ତୃତୀୟା ଠାରୁ ଚନ୍ଦନ ଯାତ୍ରା ଆରମ୍ଭ ହୋଇ ୨୧ଦିନରେଶେଷ ହେଉଥିବା ବେଳେ ବାଙ୍କୀ ରେ ଶେଷ ତିନି ଦିନ କେଉଁ ଆବାହନ କାଳରୁ ପ୍ରଚଳିତ ହୋଇଆସୁଛି।ଆଜି ବାଙ୍କୀ ରେ ମା ଚର୍ଚ୍ଚିକା ଙ୍କ ଚନ୍ଦନ ଯାତ୍ରା କେବଳ ବିଧି ଅନୁସାରେ କିଛି ସେବାୟତ ଙ୍କ ଦ୍ଵାରା କୋଭିଡ କଟକଣା ରେ ମା ଚର୍ଚ୍ଚିକା ଙ୍କୁ ବିମାନରେ ଚର୍ଚ୍ଚିକା ଗ୍ରାମ ଦେଇ ରେଣୁକା ତୁଠ କୁ ନେଇ ଚାପ ଖେଳେଇ ଦିବ୍ୟ ଆନନ୍ଦ ଅନୁଭବ କରିଥିଲେ ।

ମା ଙ୍କ ଏହି ଦୁର୍ଲ୍ଲଭ ଚାପ ଖେଳ କୁ ଜନସାଧାରଣ ମାନେ ନିଜ ନିଜ ଘରେ ରହି ସୋସିଆଲ ମିଡିଆ ଦ୍ୱାରା ଦେଖି ଥିଲେ। ସେବାୟତ ସଙ୍ଘ ସମ୍ପାଦକ ନୀଳମଣି ମହାପାତ୍ର, ଉପସଭାପତି ସନ୍ତୋଷ କୁମାର ରଣା,ସଭ୍ୟ ବାବୁ କୁମାର ରଣା, ଅନନ୍ତ ରଣା,ସୁଧୀର ରଣା,ଚନ୍ଦନ ରଣା ଙ୍କ ସମିତ କିଛି ସେବାୟତ ଏହି ବିଧିରେ ହେଉଥିବା ଚନ୍ଦନ ଯାତ୍ରା ରେ ସହଯୋଗ କରିଥିଲେ । (ରିପୋର୍ଟ :ଗୌତମ ମିଶ୍ର)
No Result
View All Result