No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୧ ଜୁନ ମଙ୍ଗଳବାର )ପଦ୍ମପୁର :- ମୋଦି ସରକାରଙ୍କ ୭ ବର୍ଷ ସୁଶାସନ ଉପଲକ୍ଷେ କୃଷକ ମୋର୍ଚ୍ଚା ତରଫର ରୁ ସେବା ହିଁ ସଂଗଠନ ଜରିଆ ରେ ଆଜି ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଗୁଦେରପାଲି ମଣ୍ଡଳ ର କଟାବାହାଲ ପଂଚାୟତ ଅଧିନସ୍ଥ ବ୍ରାହ୍ମଣମାଲ ରେ ଆଜି ମାସ୍କ ଓ ସାବୁନ ଗ୍ରାମବାସୀ କୁ ବଣ୍ଟନ କରାଯାଇଥିଲା । ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ର ଙ୍କ ନେତୃତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପ ସଭାପତି ଘନଶ୍ୟାମ ସାହୁ ,

ଗୁଦେରପାଲି ମଣ୍ଡଳ ସଭାପତି ବିପିନ ବିହାରୀ ସାହୁ,ବରିଷ୍ଠ ବିଜେପି ନେତା ବିନାୟକ ଗୁରୁ ,ବରିଷ୍ଠ ବିଜେପି ନେତା ଝସକେତନ ସାହୁ ଆଇ .ଟି ସେଲ କୋଡିନେଟର ନୀଳାଞ୍ଚଳ ଦରୁଆନ ଓ ଗ୍ରାମ ର ବରିଷ୍ଠ ନାଗରିକ ମାନେ ମଧ୍ୟ ଉପସ୍ଥିତ ରହି ଲୋକ ଙ୍କୁ କରୋନା ମହାମାରୀ ବିପତ୍ତି ସମୟରେ କିପରି ସତର୍କତା ଅବଲମ୍ବନ କରିବା ସହ ମାସ୍କ ସାନିଟାଇଜର, ସାବୁନ ବ୍ୟବହାର କରିବା , ସାମାଜିକ ଦୂରତା ରକ୍ଷା କରିବା ଆଦି ବିଷୟରେ ସଚେତନ କରାଯାଇଥିଲା । ଏବଂ ମୋଦି ସରକାର ଙ୍କ ୭ ବର୍ଷ ସୁଶାସନ କରି ବା ଉପରେ ଆଲୋକପାତ କରା ଯାଇଥିଲା । ( ରିପୋର୍ଟ – ନିରୋଜ କୁମାର ପାଣୀ )
No Result
View All Result