No Result
View All Result
ଓଡ଼ିଶା ତାଜା ନ୍ୟୁଜ (୩୦ ମଇ ରବିବାର ) ନୂଆଦିଲ୍ଲୀ :- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍କି ବାତ୍’କୁ ଆଜି କଂଗ୍ରେସ ନେତା ରାହୁଳ ଗାନ୍ଧୀ ସମାଲୋଚନା କରିଛନ୍ତି । ସେ କହିଛନ୍ତି ମାସକୁ ଥରେ ହେଉଥିବା ‘ଅଯଥା କଥା’ ବଳରେ ଦେଶ କୋଭିଡ୍-୧୯ ମହାମାରୀକୁ ମୁକାବିଲା କରିପାରିବ ନାହିଁ । ହିନ୍ଦୀରେ ଟୁଇଟ୍ କରି ରାହୁଲ୍ କହିଛନ୍ତି ମାସକୁ ଥରେ ‘ଅଯଥା କଥା’ ନୁହେଁ, କୋଭିଡ୍-୧୯ର ମୁକାବିଲା କରିବା ଲାଗି ସୁମୁଚ୍ଚିତ ଲକ୍ଷ୍ୟ, ନୀତି ଓ ପ୍ରତିବଦ୍ଧତା ଆବଶ୍ୟକ ।
ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତି ଉଦେଶ୍ୟରେ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍କି ବାତ୍’ର ୭୭ତମ ସଂସ୍କରଣରେ ‘ଅମ୍ଳଜାନ ପାଇଁ ଦେଶ ଚଳାଇଥିବା ଉଦ୍ୟମ ଓ ପୂର୍ବ ଭାରତୀୟ ରାଜ୍ୟରେ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ପ୍ରସଙ୍ଗ ଉତ୍ଥାପନ କରିଥିଲେ।
ଶୁକ୍ରବାର ରାହୁଲ୍ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି କହିଥିଲେ ପ୍ରଧାନମନ୍ତ୍ରୀଙ୍କ ଦୁର୍ବଳ ଟିକାନୀତି କାରଣରୁ ଦେଶରେ କୋଭିଡ୍-୧୯ର ଦ୍ଵିତୀୟ ପ୍ରବାହ ଘଟିଲା। ଭାରତରେ ଟିକାନୀତି କରାଯାଇ ନାହିଁ। କେନ୍ଦ୍ର ସରକାର ଦର୍ଶାଉଥିବା କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ଠିକ୍ ନୁହେଁ। ରିପୋର୍ଟ ନ ହୋଇ ମଧ୍ୟ ଅନେକ ମୃତ୍ୟୁ ଘଟୁଛି। କେନ୍ଦ୍ର ସରକାର ଏଥିପ୍ରତି ତୁରନ୍ତ ପଦକ୍ଷେପ ନେନେଲେ ଆଗକୁ ଏହି ମହାମାରୀର ଅନେକ ପ୍ରବାହ ସଂଘଠିତ ହେବ।
No Result
View All Result